ପୁରୀ ପୋଲିସ ରଥଯାତ୍ରା ପ୍ରସ୍ତୁତି: ପାର୍କିଂ, ଟ୍ରାଫିକ୍‌ ଉପରେ ଗୁରୁତ୍ୱ

ପୁରୀ ଅଫିସ, ୨୯ା୬: ଘୋଷଯାତ୍ରାକୁ ଆଉ ମାତ୍ର ୫ଦିନ। ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ବୋଲି ପୁରୀ ଏସ୍‌ପି ଉମାଶଙ୍କର ଦାଶ ‘ଧରିତ୍ରୀ’କୁ କହିଛନ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ବାହାରୁ ଆସୁଥିବା ଦୁଇ ଚକିଆ ଓ ଚାରିଚକିଆ ଯାନ ବାହାନ ପାର୍କିଂ ଏବଂ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି। ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ କୁମ୍ଭାରପଡା ଥାନା ଉପର ମହଲାରେ ଏକ ସ୍ବତନ୍ତ୍ର ଟ୍ରାଫିକ୍‌ କଣ୍ଟ୍ରୋଲରୁମ୍‌ ଖୋଲାଯିବ। ଏହି କଣ୍ଟ୍ରୋଲରୁମ ନବଯୌବନ ଦର୍ଶନ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଦେଇ ଆସୁଥିବା ବାହାର ଟ୍ୟୁରିଷ୍ଟ ବସ୍‌ ମାଳତିପାଟପୁର ଠାରେ ପାର୍କିଂ କରିବେ। ଭୁବନେଶ୍ୱର, କଟକ ଏବଂ କୋଣାର୍କ ପଟୁ ଆସୁଥିବା ନିୟମିତ ଘରୋଇ ବସ୍‌ ମାଲତିପାଟପୁର ଠାରୁ ଆରଓବି ଦେଇ ତାଳବଣିଆ ଠାରେ ପାର୍କିଂ କରିବେ। ସେହିପରି ଭୁବନେଶ୍ୱର ଓ କୋଣାର୍କ ପଟୁ ଆସୁଥିବା ଦୁଇ ଚକିଆ ଓ ଚାରିଚକିଆ ଯାନ ଜଗନ୍ନାଥ ବଲ୍ଳଭ, ମାଜଣା ଜାଗା, ଓଏସ୍‌ଆରଟିସି ଗ୍ୟାରେଜ, ଜିଲା ସ୍କୁଲ, ଏସ୍‌ସିଏସ୍‌ କଲେଜ ପଡିଆରେ ପାର୍କିଂ କରିବେ। ବ୍ରହ୍ମଗିରି ପଟୁ ଆସୁଥିବା ଯାନଗୁଡିକ ମଶାଣୀ ଚଣ୍ଡି ଛକ, ଜଗନ୍ନାଥ ବଲ୍ଳଭରେ ପାର୍କିଂ କରିବେ। ସେହିପରି ରଥଯାତ୍ରା, ବାହୁଡାଯାତ୍ରା ଏବଂ ସୁନାବେଶରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ପରିଚାଳନାରେ କେତନ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଉତ୍ତରାଛକ ଠାରୁ ମାଲତିପାଟପୁର ପର୍ଯ୍ୟନ୍ତ ଅତ୍ୟାଧୁନିକ ସିସି ଟିଭି ଖଞ୍ଜାଯିବ। ଏହାକୁ ସ୍ବତନ୍ତ୍ର କଣ୍ଟୋଲରୁମ ସହିତ ସଂଯୋଗ କରାଯିବ। ଏ ସମ୍ପର୍କରେ ଏସ୍‌ପି ଦାଶ କହିଲେ ଯେ, ଚଳିତ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଯାନବାହନ ପାର୍କିଂ ନେଇ ପୁରୀ ପୋଲିସ ୱେବ୍‌ସାଇଟ, ସୋସିଆଲ ମିଡିଆ ଏବଂ ଫେସବୁକ ଜରିଆରେ ସୂଚନା ଦିଆଯିବ। ଛକ ସ୍ଥାନରେ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଚିହ୍ନଟ ଫଳକ ଲାଗିବ। ଟ୍ରାଫିକ ସଂକ୍ରାନ୍ତୀୟ ସୂଚନା ଲାଗି ହୋର୍ଡିଂ ଲାଗିବ। ଟ୍ରାଫିକ ଦାୟିତ୍ୱରେ ଥିବା ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ ସହିତ ଯୋଡାଯିବ। କୌଣସି ସ୍ଥାନରେ ଅଘଟଣ ଖବରପାଇଲେ ସେମାନେ ଅନ୍ୟମାନଙ୍କୁ ଜଣାଇବେ। ଏହା ଦ୍ୱାରା ସେଠାରେ ଟ୍ରାଫିକ ପରିଚାଳନାରେ ସହାୟକ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri