ପୁରସ୍ତମର ଯାତ୍ରୀପଟି ଓଡ଼ିଶୀ ଚିତ୍ରକଳାର ସମ୍ଭ୍ରାନ୍ତୀୟ ଚିହ୍ନ

ବିଶ୍ୱାସ ଅଛି, ଜୀବନରେ ଥରେ ଜଗନ୍ନାଥ ଧାମକୁ ଆସି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ମୁକ୍ତି ମିଳେ। କାହିଁ କେତେଦୂରରୁ ପାଦରେ ଚାଲି ଚାଲି ଆସୁଥିଲେ ଭକ୍ତ। ପରିଚିତ ଥିଲେ ତୀର୍ଥଯାତ୍ରୀ ଭାବରେ। ଗାଡ଼ି/ମୋଟରର ସୁବିଧା ନ ଥିଲା। ସମସ୍ତଙ୍କ ପାଇଁ ଶଗଡ଼ ଗାଡ଼ି କି ଘୋଡା ଗାଡ଼ି ସମ୍ଭବ ନ ଥିଲା। ତଥାପି ଧାମରେ ପହଞ୍ଚତ୍ ବିଧି ଅନୁସାରେ ତୀର୍ଥ କରୁଥିଲେ। ତୀର୍ଥରୁ ଫେରିଲା ବେଳେ ସ୍ମୃତି ସାଇତିବା ପାଇଁ ସାଙ୍ଗରେ ନେଇଯାଉଥିଲେ ତିନୋଟି ଚିଜ। ନିର୍ମାଲ୍ୟ ପୁଡ଼ିଆ, ବେତବାଡ଼ି ଓ ଯାତ୍ରୀପଟି।
ଯାତ୍ରୀପଟି ହେଉଛି ମହାପ୍ରଭୁଙ୍କ ରୂପଚିତ୍ର। ହାତରେ ଶିଳ୍ପୀଟିଏ ଆଙ୍କିଦେଇଥିବା ଚିତ୍ର। ଏଥିରେ ମନ୍ଦିର ଚିତ୍ରଠାରୁ ତୀର୍ଥମାନଙ୍କର ଚିତ୍ର ମଧ୍ୟ ସାମିଲ ଥିଲା। ସେବେ ନା ଫଟୋ ଉଠାଇବା ବ୍ୟବସ୍ଥା ଥିଲା ନା ଛାପା ବ୍ୟବସ୍ଥା। ଯାତ୍ରୀପଟି ହିଁ ଜଗନ୍ନାଥ ଧାମର ପ୍ରଚାର ପ୍ରସାର କରୁଥିଲା ସାରା ଦେଶରେ। କ୍ୟାମେରା ବ୍ୟବହାର ପରେ ଯାତ୍ରୀପଟି ପ୍ରତି ତୀର୍ଥଯାତ୍ରୀମାନେ ମୁହଁ ଫେରାଇ ନେଇଥିଲେ। ଓଡ଼ିଶାର ପ୍ରାଚୀନ ଚିତ୍ରକଳାର ଐତିହ୍ୟ ଅଲୋଡ଼ା ହୋଇ ଚାଲିଲା। ରହିଗଲା କେବଳ କେତେକ ମଠ, ମନ୍ଦିର, ଆଶ୍ରମ ଓ ଶାସେନୀ ଗଁ।ମାନଙ୍କରେ।
ନଜର ପଡ଼ିିଲା କଳାପ୍ରେମୀ ଦୂର ବିଦେଶୀ ପର୍ଯ୍ୟଟକଙ୍କର। ଆଦର ବଢିଲା, ମାତ୍ର କୁଳବେଉସା ଭାବରେ ପୁରୁଷାନୁକ୍ରମେ ଏହି କଳାକୁ ଆଦରି ନେଇଥିବା କାରିଗରମାନେ ସେତେବେଳକୁ ଏହି କଳାରୁ ମୁହଁ ଫେରାଇ ନେଇଥିଲେ। କଁ। ଭଁ। ପୁରସ୍ତମରେ ଦୁଇଚାରି ଜଣ କାରିଗର ଚଳଚଞ୍ଚଳ ଥିଲେ। ସେଇମାନେ କେବଳ ଜାଣିଥିଲେ କାଗଜରେ ଗୋଟିଏ ପରସ୍ତ କନା ଦିଆଯାଇ ଖଡ଼ିମଣ୍ଡ ଦିଆଯିବା ଶୈଳୀ। ୧୨ ପ୍ରକାରର ଯାତ୍ରୀପଟି ଆଉ ନ ଥିଲା। ପଟିରୁ ଯାଇ କାନ୍ଥରେ ପହଞ୍ଚତ୍ଥିଲା ଚିତ୍ର। ବିଭିନ୍ନ ମଠରେ ସେଇ ପ୍ରାକୃତିକ ଚିତ୍ରର କଳା କାନ୍ଥରେ ଆଜି ଦେଖିବାକୁ ମିଳେ। ପୁରସ୍ତମର ମଠମାନଙ୍କରେ, ବୁଗୁଡ଼ାର ଶ୍ରୀବିରଞ୍ଚତ୍ନାରାୟଣ ମନ୍ଦିରରେ ଓ ଧରାକୋଟର ଶ୍ରୀଜଗନ୍ନାଥ ମନ୍ଦିରରେ ଆଉ ପାରଳାଖେମୁଣ୍ଡିଠାରେ।
-ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକ୍, ଅନଶନ ସମାପ୍ତ କରିବାକୁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଛନ୍ତି ସୋନମ ୱାଙ୍ଗଚୁକ୍ । ଅନଶନ ସମାପ୍ତ କରିବା ପାଇଁ କେତେକ ଦାବି ଉପସ୍ଥାପନ କରିଛନ୍ତି । ଆତ୍ମହତ୍ୟା ଦ୍ୱାରା ମୃତ୍ୟୁବରଣ…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri