Posted inଖେଳ

ପୁମା ସହ ଦୂତୀଙ୍କ ଚୁକ୍ତି

ନୂଆଦିଲ୍ଲୀ,୯।୮(ପି.ଟି.)-ଦେଶର ଦ୍ରୁତତମ ମହିଳା ଧାବିକା ତଥା ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ଗ୍ଲୋବାଲ ସ୍ପୋଟର୍‌ସ କମ୍ପାନୀ ପୁମା ସହ ଚୁକ୍ତି କରିଛନ୍ତି। ଗୁରୁବାର ଏ ନେଇ ପୁମା ତରଫରୁ ଘୋଷଣା କରାଯାଇଛି। ପ୍ରଥମଥର ପାଇଁ ଦୂତୀ ଏଭଳି ବିଶ୍ୱସ୍ତରୀୟ ବ୍ରାଣ୍ଡ ସହ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଏଥିସହିତ ସ୍ପ୍ରିଣ୍ଟ କିମ୍ବଦନ୍ତୀ ଉସେନ ବୋଲ୍ଟଙ୍କ ସମେତ ସେ ବିଶ୍ୱସ୍ତରୀୟ ପୁମା ଆଥଲେଟ୍‌ ତାଲିକାରେ ଯୋଗଦେଇଛନ୍ତି। ଜାତୀୟ ରେକର୍ଡ ହାସଲ କରିଥିବା ୨୩ ବର୍ଷୀୟା ଦୂତୀ ଏବେ ପୁମାର ଜିନିଷ ବ୍ୟବହାର କରି ତାଙ୍କ ପ୍ରଦର୍ଶନକୁ ଆହୁରି ଉନ୍ନତି କରିପାରିବେ।
ଗତମାସରେ ସେ ପ୍ରଥମ ଭାରତୀୟ ମହିଳା ଆଥଲେଟ୍‌ ଭାବେ ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ବିଶ୍ୱ ୟୁନିଭର୍ସିଟି ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲକରି ଇତିହାସ ସୃଷ୍ଟି କରିଥିଲେ। ସେ ଇଟାଲୀର ନାପୋଲିରେ ଅନୁଷ୍ଠିତ ଏହି ଗେମ୍ସରେ ମହିଳାର ୧୦୦ମିଟର ଦୌଡରେ ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲେ। ସେ ୧୧.୩୨ ସେକେଣ୍ଡ ସମୟ ନେଇ ଏହି ସଫଳତା ହାସଲ କରିଥିଲେ। ଅବଶ୍ୟ ପୂର୍ବରୁ ସେ ୧୧.୨୬ ସେକେଣ୍ଡ ନେଇ ଜାତୀୟ ରେକର୍ଡ ହାସଲ କରିଥିଲେ।
ପ୍ରଥମଥର ପାଇଁ ସେ କୌଣସି ବିଶ୍ୱସ୍ତରୀୟ କମ୍ପାନୀ ତଥା ବ୍ରାଣ୍ଡ ସହ ଚୁକ୍ତି କରିଛନ୍ତି। ଏହି କମ୍ପାନୀ ପୂର୍ବରୁ ଉସେନ ବୋଲ୍ଟଙ୍କ ଭଳି କିମ୍ବଦନ୍ତୀ ଆଥଲେଟ୍‌ଙ୍କ ସହ କାର୍ଯ୍ୟ କରିଛି। ଏଥିପାଇଁ ବହୁତ ଖୁସି ବୋଲି ଦୂତୀ କହିଛନ୍ତି। କ୍ରୀଡ଼ାରେ ପୁମା ବିଶ୍ୱବ୍ୟାପୀ ଆଥଲେଟ୍‌ଙ୍କୁ ପ୍ରୋତ୍ସାହିତ କରିଆସୁଛି। ଭାରତରେ ମୋ ଭଳି ଖେଳାଳିଙ୍କୁ ଭରସା କରିଥିବାରୁ ପୁମା ନିକଟରେ କୃତଜ୍ଞ। ପୁମା ସହ ଜଡିତ ହେବା ଦ୍ୱାରା ବେଶ୍‌ ଉତ୍ସାହିତ ଅଛି ବୋଲି ସେ କହିଛନ୍ତି। ଦୂତୀ ଜଣେ ବିଶ୍ୱସ୍ତରୀୟ ଖେଳାଳି ଓ ସେ ଭାରତୀୟ କ୍ରୀଡ଼ାରେ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ତେଣୁ ତାଙ୍କ ସହ ଚୁକ୍ତି କରି ଆମେ ବେଶ୍‌ ଖୁସି ବୋଲି ପୁମା ଇଣ୍ଡିଆ ମ୍ୟାନେଜିଂ ଡାଇରେକ୍ଟର ଅଭିଷେକ ଗାଙ୍ଗୁଲି କହିଛନ୍ତି। ଦୂତୀଙ୍କ ଯୋଗୁ ଦେଶର ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ନୂଆ ରୂପ ନେବ। ଦୂତୀ ଜଡିତ ହେବା ଆମ ପାଇଁ ଏକ ସୌଭାଗ୍ୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ରାଜନୀତି କ୍ଷେତ୍ରରେ…

ବରଗଡ଼,୨୭।୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର ପ୍ରଭାନ…

ପ୍ଲେୟାର ଅଫ ଦି ସିରିଜ ଜିତିବା ସତ୍ତ୍ୱେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୭।୭: ଜିମ୍ବାୱେ ବିପକ୍ଷରେ T20 ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ବୈଭବ ସୂର୍ଯ୍ୟବଂଶୀ ‘ପ୍ଲେୟାର ଅଫ ଦି ସିରିଜ’ ପୁରସ୍କାର ଜିତିଥିଲେ। ଏହି ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ,…

ହସ୍ପିଟାଲରୁ ସିଧା ରାଜଘାଟ ପହଞ୍ଚିଲେ ୱାଙ୍ଗଚୁକ, ବାପୁଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଅନୁଷ୍ଠିତ ପ୍ରତିବାଦରେ ପରିବେଶ କର୍ମୀ ସୋନମ ୱାଙ୍ଗଚୁକ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ କିଛି ଦିନ ଧରି ଅନଶନରେ…

କଟକ ଜିଲାପାଳଙ୍କ ଜନଶୁଣାଣୀ ବେଳେ ଅଭାବନୀୟ ଘଟଣା, ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କଲେ….

କଟକ ସଦର,୨୭।୭(ସୁଶାନ୍ତ କୁମାର ଜେନା): କିଶନ ନଗର ତହସିଲ କାର୍ଯ୍ୟାଳୟରେ ସୋମବାର କଟକ ଜିଲାପାଳଙ୍କ ଜନଶୁଣାଣୀ ଶିବିର ଚାଲିଥିଲା । ଏହି ସମୟରେ ଏକ ଅଭାବନୀୟ ଘଟଣା…

E20 ବିବାଦ: ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ନିତିନ ଗଡକରୀ

ନୂଆଦିଲ୍ଲୀ, ୨୭।୭: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ସୋସିଆଲ ମିଡିଆରେ ପ୍ରସାରିତ ଡିପଫେକ୍ ଭିଡିଓ ଏବଂ ମାନହାନିଜନକ ପୋଷ୍ଟ ସମ୍ପର୍କରେ ବମ୍ବେ…

ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟ

ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ରଥାରୂଢ଼ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅବସରରେ ରବିବାର ସାରା ରାଜ୍ୟରେ ଉତ୍ସାହର ସହ ପାଳନ ହେଉଛି ରସଗୋଲା ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ…

ମୁଖ ଗହ୍ବର କ୍ୟାନ୍‌ସର ପଛର କିଛି କଥା…

କଥାରେ ଅଛି-କ୍ୟାନ୍‌ସର: ନୋ ଆନ୍‌ସର। କିନ୍ତୁ ଆଜିକାଲି ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିରୂପଣ କରାଯାଇପାରୁଛି ଏବଂ ତାହାର ସଫଳ ଚିକିତ୍ସା ମଧ୍ୟ ହୋଇପାରୁଛି। କିନ୍ତୁ ଯଦି ଅବହେଳାରୁ…

ଡେଙ୍ଗୁ: ଅବହେଳା ହୋଇପାରେ ଘାତକ

ବର୍ଷାଦିନେ ଡେଙ୍ଗୁ ଦ୍ରୁତ ଗତିରେ ବ୍ୟାପିଥାଏ। ତେଣୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣଙ୍କୁ ବିଭିନ୍ନ ଦିଗରେ ସାବଧାନତା ଅବଲମ୍ବନ କରିବା ଉଚିତ। ଏହି ରୋଗ ଏଡିସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri