ଯୋଡ଼ା, ୫।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ପୌରପାଳିକା ଅନ୍ତର୍ଗତ ୧୧ ନଂ ଓ୍ବାର୍ଡ କମାରଯୋଡା ବାଂଶପାଣିଠାରେ ଠାରେ ଥିବା କମାରଯୋଡା ପୋଖରୀର ପୁନରୁଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରବିବାର କମାରଯୋଡାଠାରେ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଡା ସହରାଞ୍ଚଳର କମାରଯୋଡାଠାରେ ଥିବା ସର୍ବପୁରାତନ ପୋଖରୀର ପୁନରୁଦ୍ଧାର ସମ୍ପର୍କରେ ଆଲୋଚନା କରାଯାଇଥିଲା।
ପ୍ରକାଶଯୋଗ୍ୟକି, ପ୍ରାୟ ୧୬ ଏକର ପରିମିତ ଏହି ପୋଖରିଟି ପ୍ରାୟ ୫୫ ବର୍ଷ ହେବ ରହିଅଛି। ଏହା ଉପରେ ସହରର ୭ ହଜାରରୁ ଅଧିକ ଲୋକ ନିର୍ଭରଶୀଳ। ଏହି ପୋଖରୀର କେତେକ ସ୍ଥାନରେ ପ୍ରାକୃତିକ ଜଳସ୍ରୋତର ଝର ରହିଛି। ପୋଖରୀରେ ଜଳ ପୁରିଗଲେ ଏହାର ଜଳ ଏକ ଗେଟ୍ ଦେଇ ନାଳ ରୂପରେ ପ୍ରବାହିତ ହୋଇ ଏହାର ଜଳ ସହରର ୬, ୮ ଓ ୯ ନଂ ଓ୍ବାର୍ଡରେ ଜଳ ଅଭାବକୁ ଦୂର କରୁଥିଲା। ଏହି ନାଳ ଉପରେ ଭରସା କରି ପୂର୍ବେ ଭୂୟାଁ ବସ୍ତିର ଲୋକମାନେ ଧାନ ଚାଷ, ପରିବା ଚାଷ କରି ନିଜର ଜିବୀକା ନିର୍ବାହ କରୁଥିଲେ। ଏହି ପୋଖରୀ ନିକଟକୁ ଲାଗି ବାଂଶପାଣି ରେଳ ସାଇଡିଂ ରହିଛି। ଏହି ରେଳ ସାଇଡିଂରେ ହଜାର ହଜାର ଟନ୍ ଲୁହାପଥର ଗୁଣ୍ଡ ଗଛିତ ହୋଇ ରହୁଥିଲା ା ଫଳରେ ବର୍ଷା ଦିନରେ ଏହି ଲୁହାପଥର ଗୁଣ୍ଡ ଧୋଇ ହୋଇ ପୋଖରୀରେ ମିଶି ଏହାକୁ ସଙ୍କୁଚିତ କରିଦେଇଛି। ପ୍ରାକୃତିକ ଝରରୁ ପଙ୍କ ଉଦ୍ଧାର ନ ହେବାରୁ ଝର ସ୍ରୋତ ଧୀରେ ଧୀରେ କମିବାରେ ଲାଗିଲା ଓ ପ୍ରବାହିତ ନାଳ ଶୁଷ୍କ ହେଲା ା ପୋଖରୀର ପାଣି ନିଷ୍କାସିତ ନହୋଇ ପଙ୍କ ଜମି ଧୀରେ ଧୀରେ ଏହା ଦୂଷିତ ହେଲା। ଏହା ସହିତ ସ୍ଥାନୀୟ ଲୋକେ ଗାଧୋଇବା, ଲୁଗାସଫା ଏବଂ ପଶୁପକ୍ଷୀମାନଙ୍କ ଦ୍ୱାରା ପୋଖରୀର ଜଳ ଦୂଷିତ ହେଲା ା ଫଳରେ ପୋଖରୀର ଜଳ ବ୍ୟବହାର ଅନୁପଯୋଗୀ ହେଲା। ସ୍ଥାନୀୟ ଲୋକେ ଏହାର ପୁନରୁଦ୍ଧାର ପାଇଁ ଦୀର୍ଘ ବର୍ଷରୁ ପୌରପାଳିକାକୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ଧରିତ୍ରୀରେ ଅନେକ ଥର ଖବର ପରିବେଷଣ ହୋଇଆସିଛି। ଗତ ତା୨୭।୪।୨୦୧୭ ରିଖରେ ଶୀର୍ଷକ ‘୧୬ ଏକର ବନ୍ଧ ଏବେ ୫ ଏକର’ ଖବର ପ୍ରକାଶିତ ହୋଇଥିଲା ା ଏହାପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା। ଧରିତ୍ରୀରେ ପ୍ରକାଶିତ ଏହି ଖବରର ପ୍ରଭାବ ପଡିଥିଲା ା ତେବେ ବିଳମ୍ବରେ ହେଲେ ମଧ୍ୟ ଏହି ପୋଖରୀର ପୁନରୁଦ୍ଧାର ପାଇଁ ଯୋଡା ପୌରପାଳିକା ପକ୍ଷରୁ ପ୍ରସ୍ତାବ ଦିଆଯିବା ପରେ ସରକାରଙ୍କ ଗୃହ କମିଟି, ସହରାଞ୍ଚଳ ଉନ୍ନୟନ ବିଭାଗ ଓ ଓଡିଶା ମାଇନିଂ ବିୟରିଂ ଏରିଆ ଡେଭେଲପମେଣ୍ଟ ସୋସାଇଟି(ଓମବାଡିସି) ଅନୁଦାନରୁ ୬.୩୧ କୋଟି ଟଙ୍କା ଅର୍ଥ ବ୍ୟୟରେ ଏହାର ପୁନରୁଦ୍ଧାର ପାଇଁ ଯୋଡା ପୌରପାଳିକାକୁ ନିର୍ଦ୍ଦେଶ ହୋଇଥିବା ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂଯର୍ୟମଣୀ ପାଟ୍ଟଯୋଶୀ ସୂଚନା ଦେଇଛନ୍ତି। ଏହାକୁ ଇ-ଟେଣ୍ଡର ମାଧ୍ୟମରେ ୧୧ ମାସ ମଧ୍ୟରେ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି ା
Posted inଆମ ଜିଲା ଖବର, କେନ୍ଦୁଝର View All
ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ
ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…
ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ
ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…
ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…
କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…
ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ
ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…
ଯାତ୍ରା ପୂର୍ବରୁ ସେକ୍ସ ରାକେଟ୍ ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ, ଏସବୁ ଆପତ୍ତିଜନକ ଜିନିଷ ମିଳିବା ପରେ…
ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ଆଉ କିଛି ଦିନ ପରେ ଅର୍ଥାତ୍ ଏପ୍ରିଲ ୨୬ରୁ ଗଞ୍ଜାମ ଜିଲା ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର…
ନୂଆପଡ଼ାରେ ଆରମ୍ଭ ହେଲା ଗୃହ ଗଣନା
ନୂଆପଡ଼ା,୧୭ା୪ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ସ୍ବଗଣନା ପ୍ରକ୍ରିୟା ସମାପ୍ତି ପରେ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଗୃହ ଗଣନା ଗୁରୁବାର ଆରମ୍ଭ…
ସିବିଏସ୍ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ
ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…
୧୫ ବର୍ଷ ପରେ ଜନଗଣନା: ଭଞ୍ଜନଗର ତହସିଲରେ ୬୦୦ କର୍ମଚାରୀ ନିୟୋଜିତ, ଘରକୁ ଘର ବୁଲି…
ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ପ୍ରତି ୧୦ ବର୍ଷକୁ ଥରେ ଦେଶରେ ଜନଗଣନା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିକାଶ ଯୋଜନା ହୋଇଥାଏ। ଶେଷଥର ପାଇଁ ୨୦୧୧ ରେ ଦେଶରେ…
Archives

