ତହସିଲ କାର୍ଯ୍ୟାଳୟରେ ପୂର୍ବତନ ଏମ୍‌ପିଙ୍କ ଧାରଣା: କାଠ ବୋଝେଇ ଟ୍ରାକ୍ଟର ଜବତକୁ ବିରୋଧ

କୁଜଙ୍ଗ,୫ା୨(ଡି.ଏନ.ଏ.): ଏକ କାଠ ବୋଝେଇ ଟ୍ରାକ୍ଟରକୁ କୁଜଙ୍ଗ ପୋଲିସ ଜାନୁୟାରୀ ୨୬ରେ ଜବତ କରିଥିଲା। ତେବେ ଏହାକୁ ବେଆଇନ ଦର୍ଶାଇ ପୂର୍ବତନ ଏମ୍‌ପି ତଥା ଭାଜପା ନେତା ବିଭୂପ୍ରସାଦ ତରାଇ ଓ ତାଙ୍କ ସମର୍ଥକ ମଙ୍ଗଳବାର କୁଜଙ୍ଗ ତହସିଲ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ। ଯାହାକୁ ନେଇ ପୋଲିସ ଓ ପ୍ରଶାସନ ଅଡୁଆରେ ପଡିଥିଲୋ। ବୁଧବାର ଘଟଣାର ସମାଧାନ କରାଯିବା ନେଇ ପ୍ରଶାସନ ଓ ପୋଲିସ ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ସୂଚନା ଅନୁସାରେ, କୁଜଙ୍ଗ ଥାନା ମହ୍ଲାସାହି ଗ୍ରାମର ସନାତନ ପାଣି ତାଙ୍କ ସ୍ଥିତିବାନ ସମ୍ପତ୍ତିରେ ଥିବା ଏକ ଚାକୁଣ୍ଡା ଗଛକୁ ଅରିଖିଆ ମୌଜାର ବାଲିମଠରେ ହେବାକୁ ଥିବା ଯଜ୍ଞରେ ବ୍ୟବହାର ପାଇ ଦାନ କରିଥିଲେ। ସେହି ଅନୁସାରେ ଯଜ୍ଞ କମିଟି ଗଛ କାଟି ଏକ ଟ୍ରାକ୍ଟରରେ ନେଉଥିଲେ। ଏହି ସମୟରେ ସରକାରୀ ଜାଗାରୁ ଗଛ କଟାଯାଇଥିବା କୁଜଙ୍ଗ ତହସିଲଦାର ଖବର ପାଇ ଟାକ୍ଟରକୁ ଜବତ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ପୋଲିସ କାଠ ବୋଝେଇ ଟ୍ରାକ୍ଟରକୁ ଜବତ କରି ଥାନାକୁ ଆଣିଥିଲା। ଏକଥା ଯଜ୍ଞ କମିଟି ସଦସ୍ୟମାନେ ଜାଣିବା ପରେ ଥାନାରେ ପହଞ୍ଚତ୍ ଟ୍ରାକ୍ଟରକୁ ଛାଡିଦେବାକୁ ଥାନା ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ହେଲେ ଥାନା ଅଧିକାରୀ ଏକଥା ଶୁଣି ନ ଥିଲେ। ଖାଲି ସେତିକି ନୁହେଁ ଟ୍ରାକ୍ଟର ଜବତ ହେବାର ଏକ ସପ୍ତାହପରେ ଅର୍ଥାତ ସୋମବାର ତହସିଲଦାର ପ୍ରଭାସ ବେଉରା ପତ୍ର ଚିଠି ଲେଖି ଜବତ ଟ୍ରାକ୍ଟର ଓ କାଠକୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାର ଗଛ କଟା ଯାଇଥିବା ପ୍ଲଟ ସରକାରୀ ହୋଇଥିବା ଦର୍ଶାଇଥିବାବେଳେ ଖାତା ନଂ.୪୬୪/୧୪୪ ଓ ପ୍ଲଟ ନଂ-୧୪୪ରେ ଥିବା ସ୍ଥିତିବାନ ସତ୍ୱରେ ଗଛ କଟା ଯାଇଥିବା ପୂର୍ବତନ ଏମ୍‌ପି ତରାଇ କହିଛନ୍ତି। ସେ କହିଛନ୍ତି, ପୋଲିସ ମୌଖିକ ନିର୍ଦ୍ଦେଶରେ କିପରି ଟ୍ରାକ୍ଟର ଜବତ କଲା ତାହା ଆଶ୍ଚର୍ଯ୍ୟ ଲାଗୁଛି। ଅନ୍ୟପକ୍ଷରେ ସପ୍ତାହକ ପରେ ଜଙ୍ଗଲ ବିଭାଗକୁ ହସ୍ତାନ୍ତର ପାଇଁ ଲେଖିବା ତହସିଲଦାରଙ୍କ କାର୍ଯ୍ୟ ଉପରେ ସନ୍ଦେହ ସୃଷ୍ଟି କରୁଛି। ତହସିଲଦାର ଅନୁପସ୍ଥିତ ଥିବାରୁ ଧାରଣାସ୍ଥଳରେ ଅତିରିକ୍ତ ତହସିଲଦାର ଚନ୍ଦ୍ରକାନ୍ତ ପଣ୍ଡା ଓ ଥାନା ଅଧିକାରୀ ଦିଲୀପ ସାହୁ ପହଞ୍ଚତ୍ ବୁଝାଶୁଝା କରିବା ସହ ବୁଧବାର ତହସିଲଦାରଙ୍କ ଉପସ୍ଥିତିରେ ଏହାର ସମାଧାନ କରାଯିବ ବୋଲି କହିଥିଲେ। ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଘଟଣା ସମ୍ପର୍କରେ ଥାନା ଅଧିକାରୀ ସାହୁ କହିଛନ୍ତି, ପୂର୍ବତନ ଏମ୍‌ପି ଯେଉଁ ଅଭିଯୋଗ କରିଛନ୍ତି ବୁଧବାର ତର୍ଜମା ହେଲେ ତାହା ଜଣାପଡ଼ିବ। ଏବେ କିଛି କହି ହେବ ନାହିଁ। ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ସଭ୍ୟା ଶୁଶ୍ରୀ ପ୍ରିୟଦର୍ଶିନୀ, ସରପଞ୍ଚ ପ୍ରଦୀପ୍ତ ପରିଡା, ଏଏନଡି ଯାଦବ, ନବନିର୍ମାଣ କୃଷକ ସଂଗଠନର ନେତା ଦେବପ୍ରସାଦ ପଟ୍ଟନାୟକ, ନୂତନ ତ୍ରିପାଠୀ, ବିଷ୍ଣୁ ସ୍ବାଇଁ, ବାବୁରାମ ଚୌଧୁରୀ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri