ପୁନଃ ନିର୍ଦ୍ଦେଶନାମା ଜାରି କଲା ସାଧାରଣ ପ୍ରଶାସନ ବିଭାଗ: କ୍ରିଟିକାଲ ବିଭାଗରେ ୫୦%, ପାର୍ସିଆଲି କ୍ରିଟିକାଲ ବିଭାଗରେ ୧୦% କର୍ମଚାରୀ କାର୍ଯ୍ୟାଳୟ ଆସିବେ

ଭୁବନେଶ୍ୱର,୧୨।୪(ବ୍ୟୁରୋ): କରୋନା(କୋଭିଡ୍‌-୧୯)ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିଛନ୍ତି। ପୂର୍ବରୁ ସମସ୍ତ ବିଭାଗକୁ ୩ଟି ବର୍ଗ(କ୍ରିଟିକାଲ, ପାର୍ସିଆଲି କ୍ରିଟିକାଲ ଏବଂ ନନ୍‌ କ୍ରିଟିକାଲ)ରେ ବିଭକ୍ତ କରିଥିଲେ। କ୍ରିଟିକାଲ ବର୍ଗରେ ଆସୁଥିବା ବିଭାଗର କର୍ମଚାରୀମାନେ କାର୍ଯ୍ୟାଳୟକୁ ଆସିବା ବାଧ୍ୟତାମୂଳକ ଥିବାବେଳେ ପାର୍ସିଆଲି କ୍ରିଟିକାଲ ବିଭାଗର କେଉଁ କର୍ମଚାରୀ କାର୍ଯ୍ୟାଳୟକୁ ଆସିବେ ସେନେଇ ବିଭାଗୀୟ ସଚିବ ସ୍ଥିର କରିବେ ବୋଲି ନିର୍ଦ୍ଦେଶ ରହିଥିଲା। ନନ୍‌ କ୍ରିଟିକାଲ ବିଭାଗର କର୍ମଚାରୀମାନେ କାର୍ଯ୍ୟାଳୟକୁ ନ ଆସିବାକୁ ନିର୍ଦ୍ଦେଶ ରହିଥିଲା। ଏପରି କି ସେମାନେ ଘରେ ରହି ଫୋନ ସହିତ ଯୋଗାଯୋଗ କରିବାକୁ କୁହାଯାଇଥିଲା। ଇତିମଧ୍ୟରେ ରାଜ୍ୟ ସରକାର ଲକ୍‌ଡାଉନ ଅବଧିକୁ ଏପ୍ରିଲ ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ଜଟିଳ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପୂର୍ବ ନିର୍ଦ୍ଦେଶକୁ ବାତିଲ କରି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପୁଣି ଥରେ ସମସ୍ତ ବିଭାଗକୁ ୩ଟି ବର୍ଗରେ ବିଭକ୍ତ କରିଛନ୍ତି। ସେଗୁଡିକ ମଧ୍ୟରୁ ୧୧ଟି କ୍ରିଟିକାଲ ବିଭାଗ, ୧୩ଟି ପାର୍ସିଆଲି କ୍ରିଟିକାଲ ଏବଂ ୧୭ଟି ନନ୍‌ କ୍ରିଟିକାଲ ବିଭାଗ ଭାବେ ଘୋଷଣା କରାଯାଇଛି। ଏ ନେଇ ଶନିବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

କ୍ରିିଟିକାଲ ବର୍ଗରେ କୃଷି ଓ କୃଷକ ସଶକ୍ତୀକରଣ, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସାଧାରଣ ପ୍ରଶାସନ, ଗୃହ ଓ ନଗର ଉନ୍ନୟନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା, ପଚାୟତିରାଜ ଓ ପାନୀୟ ଜଳ ଯୋଗାଣ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ରହିଛି। କଟକ ଓ ଭୁବନେଶ୍ୱର ସହରାଞ୍ଚଳରେ ଥିବା ଉକ୍ତ କାର୍ଯ୍ୟାଳୟଗୁଡ଼ିକରେ ୫୦ପ୍ରତିଶତ କର୍ମଚାରୀ ଉପସ୍ଥିତ ରହିବେ। କ୍ଷେତ୍ରସ୍ତରରେ କେଉଁ କାର୍ଯ୍ୟାଳୟ ଖୋଲାଯିବ ସେନେଇ ପ୍ରଶାସନିକ ବିଭାଗ ନିଷ୍ପତ୍ତି ନେବ। ସେହିପରି ପାର୍ସିଆଲି କ୍ରିଟିକାଲ ବର୍ଗରେ ବାଣିଜ୍ୟ ଓ ପରିବହନ, ଇଲେକ୍ଟ୍ରୋନିକ ଏବଂ ସୂଚନା ପ୍ରଯୁକ୍ତି, ଶକ୍ତି, ଅର୍ଥ, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକ ସମ୍ପର୍କ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜସ୍ବ, ଏସ୍‌ସି/ଏସ୍‌ଟି ଉନ୍ନୟନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ଇସ୍ପାତ ଓ ଖଣି, ପୂର୍ତ୍ତ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ରହିଛି। ଏହି ବିଭାଗର ସମସ୍ତ କାର୍ଯ୍ୟାଳୟରେ ଅତି କମ୍‌ରେ ୧୦ପ୍ରତିଶତ କର୍ମଚାରୀ ଉପସ୍ଥିତ ରହିବେ। ସେହି ବିଭାଗଗୁଡ଼ିକର ପ୍ରଶାସନିକ ବିଭାଗ କ୍ଷେତ୍ରସ୍ଥଳର କାର୍ଯ୍ୟାଳୟଗୁଡ଼ିକ ଖୋଲିବା ନେଇ ନିଷ୍ପତ୍ତି ନେବେ। ଏହାଛଡ଼ା ଅବଶିଷ୍ଟ ୧୭ଟି ବିଭାଗର କାୈଣସି କର୍ମଚାରୀ ଅଫିସକୁ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସେହି ବିଭାଗର କର୍ମଚାରୀମାନେ ଫୋନ ମାଧ୍ୟମରେ ନିଜ ନିଜ ବିଭାଗର କାର୍ଯ୍ୟକୁ ତଦାରଖ କରିବେ। ଅଫିସ୍‌କୁ ଆସୁନଥିବା କର୍ମଚାରୀମାନେ ଘରେ ରହି କାର୍ଯ୍ୟ କରିବା ସହ ସୂଚନା ଦେବାମାତ୍ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧୁ ବେଶରେ ଅଭିନୟ ପଡ଼ିଲା ମହଙ୍ଗା, ପପୁ ଯାଦବଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୧।୮: ମୌସୁମୀ ଅଧିବେଶନ ୨୦୨୬ ସମୟରେ ସଂସଦରେ ରାମ ମନ୍ଦିର ଦାନ ଚୋରିକୁ ନେଇ ନାଟକ କରି ସାଂସଦ ପପୁ ଯାଦବ ଆଇନଗତ ଜାଲରେ ଫସିଯାଇଛନ୍ତି। କାରଣ…

‘ମୁଁ ଲଜ୍ଜିତ, ନିଜ ମୁହଁକୁ ଆଇନାରେ ଦେଖିପାରୁନି’ ପିଏମ ମୋଦିଙ୍କୁ ଅପଶବ୍ଦ କହିଥିବା ଯୁବତୀ ମାଗିଲେ କ୍ଷମା

ନୂଆଦିଲ୍ଲୀ,୧।୮: ଦିଲ୍ଲୀର ଜନ୍ତର-ମନ୍ତରରେ CJP ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଯୁବତୀଜଣକ ସୋସିଆଲ ମିଡିଆରେ ଭିଡିଓ ଜାରି କରି…

ସରେଣ୍ଡର କଲା ହମାସ! ଗାଜାରୁ ସେନା ପ୍ରତ୍ୟାହାର କରିବ ଇସ୍ରାଏଲ, ଟ୍ରମ୍ପ କଲେ ବଡ଼ ଘୋଷଣା

ଓ୍ବାଶିଂଟନ୍‌,୧।୮: ଗାଜା ସଂଘର୍ଷ ସମ୍ପର୍କରେ ଏକ ବଡ଼ କୂଟନୈତିକ ବିକାଶ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ହମାସ ଆତ୍ମସମର୍ପଣ କରିଛି ଏବଂ…

ହାର୍ଦ୍ଦିକ ପାଣ୍ଡ୍ୟା CSK ଆସିବା ପରେ ଅଧିନାୟକଙ୍କ ସବୁଠାରୁ ବଡ଼ ସମସ୍ୟାର ହେବ ସମାଧାନ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧।୮: ନିଲାମ ହେଉ କିମ୍ବା ଟ୍ରେଡ ମାଧ୍ୟମରେ, ଚେନ୍ନାଇ ସୁପର କିଙ୍ଗ୍ସ (CSK )ଏକ ସୁଲଭ ମୂଲ୍ୟରେ ଅସାଧାରଣ ପ୍ରତିଭା ସଂଗ୍ରହ କରିବାରେ କେବେ ପଛରେ ପଡ଼ିନାହିଁ।…

Odisha Floods: ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ ବନ୍ୟାରେ ୮ ଲକ୍ଷ …

ଭୁବନେଶ୍ୱର, ୧।୮ : : ରାଜ୍ୟର ବନ୍ୟା ପରିସ୍ଥିତିର ଆକାଶ ମାର୍ଗରୁ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବନ୍ୟା ଯୋଗୁ ପ୍ରାୟ ୮ ଲକ୍ଷ…

ଅଜିତ ଡୋଭାଲଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର: ପଗଡ଼ି ପିନ୍ଧାଇଦେଲେ ଅମିତ ଶାହା

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୁଣେରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କୁ ସମ୍ମାନିତ କରିଛନ୍ତି। ଲୋକମାନ୍ୟ ତିଲକ ସ୍ମାରକୀ ଟ୍ରଷ୍ଟ ଦ୍ୱାରା…

‘ଯଦି ଇଥାନଲ ନଥାନ୍ତା, ତେବେ ପେଟ୍ରୋଲ ଲିଟର ପିଛା ୧୨୫ ଟଙ୍କାରେ ବିକ୍ରି ହେଉଥାନ୍ତା’: E-20 ଇନ୍ଧନକୁ ନେଇ ସଂସଦରେ ସରକାରଙ୍କ ଦାବି

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ସଂସଦରେ ପେଟ୍ରୋଲରେ ଇଥାନଲ ମିଶ୍ରଣ ନୀତିକୁ ଦୃଢ଼ ଭାବରେ ସମର୍ଥନ କରିଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ ଯଦି ଏହି ପଦକ୍ଷେପ ନିଆଯାଇ…

ବୈତରଣୀରେ ବ୍ୟାରେଜ ନିର୍ମାଣ ନେଇ ନୂଆପଡ଼ାରେ ସ୍ଥିତି ଅନୁଧ୍ୟାନ କଲେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ

ପାଟଣା,୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତର ନୂଆପଡ଼ାଠାରେ ବୈତରଣୀ ନଦୀ ଉପରେ ବ୍ୟାରେଜ ନିର୍ମାଣ ଦାବିକୁ ନେଇ ସରକାରୀ ପଦକ୍ଷେପ ଆଗକୁ ବଢ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri