ଓ୍ବାଶିଂଟନ୍,୨୪।୮:ମଧ୍ୟ ପୂର୍ବର ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ପଦକ୍ଷେପ ନେଇଛନ୍ତି। ବାଧ୍ୟତାମୂଳକ ଶ୍ରମ ସହ ଜଡିତ ଉତ୍ପାଦ ବିରୋଧରେ ସେମାନେ ଏକ ବଡ ପଦକ୍ଷେପ ନେଇଛନ୍ତି। ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଟ୍ରମ୍ପ ଅତିରିକ୍ତ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟ୍ରମ୍ପ ଭାରତ ସମେତ ୧୭ଟି ଦେଶ ବିରୋଧରେ ଏହି ନିଷ୍ପତ୍ତି ନେଇଛନ୍ତି। ଆମେରିକାର ବାଣିଜ୍ୟ ପ୍ରତିନିଧୀ କାର୍ଯ୍ୟାଳୟ ଧାରା ୩୦୧ ଅନୁଯାୟୀ ଏହି ନିଷ୍ପତ୍ତି ନେଇଛି।
ଆମେରିକାର ନୂତନ ଶୁଳ୍କ ଆଜିଠାରୁ ଲାଗୁ ହେବ। USTR ଅନୁଯାୟୀ, ସେହି ଦେଶମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଯେଉଁମାନେ ବାଧ୍ୟତାମୂଳକ ଶ୍ରମ ଦ୍ୱାରା ଉତ୍ପାଦ ଆମଦାନୀ ଉପରେ କଡା ପଦକ୍ଷେପ ନେଇ ନାହାଁନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟ୍ରମ୍ପ ଭାରତକୁ ନିମ୍ନ ଶୁଳ୍କ ସ୍ଲାବରେ ରଖିଥିବାବେଳେ କେତେକ ଦେଶ ଉପରେ ୧୨.୫ ପ୍ରତିଶତ ଅତିରିକ୍ତ ଶୁଳ୍କ ମଧ୍ୟ ଲାଗୁ କରାଯାଇଛି। ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ୬୦ଟି ବାଣିଜ୍ୟ ଭାଗୀଦାରୀ ଦେଶ ସମୀକ୍ଷା କରାଯାଇଥିଲା।
ଭାରତ ସହିତ ଆମେରିକା ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ଆର୍ଜେଣ୍ଟିନା, କାମ୍ବୋଡିଆ, କାନାଡା, ଇକ୍ୟୁଏଡର, ଏଲ ସାଲଭାଡୋର, ଗୁଆଟେମାଲା, ହୋଣ୍ଡୁରାସ, ଇଣ୍ଡୋନେସିଆ, ଜୋର୍ଡାନ, ମାଲେସିଆ, ମେକ୍ସିକୋ, ତ୍ରିନିଦାଦ ଏବଂ ଟୋବାଗୋ ଏବଂ ବ୍ରିଟେନ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଅନ୍ୟାନ୍ୟ ଦେଶ ଉପରେ ୧୨.୫ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଛି।
Dharitri – Odisha’s No.1 Odia Daily

