ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ): ଗଞ୍ଜାମ ବଡ଼ ବଜାରସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଅସାମାଜିକ ଯୁବକ ମେଡିକାଲ ଭିତରେ ପଶି ମେଡିକାଲ ଅଫିସର ଏବଂ ଆୟୁଷ ଡାକ୍ତରଙ୍କ ଚାମ୍ବର ଗ୍ଲାସ ଭାଙ୍ଗି ଦେଇଥିଲେ। ଏନେଇ ମେଡିକାଲରେ କାର୍ଯ୍ୟରତ ଡାକ୍ତରଙ୍କ ଏତଲା ପରେ ପୋଲିସ କେସ୍ ନଂ ୧୯୦/୨୬ରେ ଏକ ମାମଲା ରୁଜୁ କରିଥିଲା ଗଞ୍ଜାମ ଥାନା ପୋଲିସ।
ଶୁକ୍ରବାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଥାନା ଆଇଆଇସି ସୁମିତ୍ରା ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ପୁଇଁତୋଳା ଗ୍ରାମର ଅର୍ଜୁନ ଜେନା। ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଅନେକ କେସ୍ ଥିବାବେଳେ ଏନ୍ଏସି ଓ ବ୍ଲକ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀଙ୍କୁ ମଧ୍ୟ ଧମକ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ସମସ୍ତ ଘଟଣା ସିସିଟିଭି ଫୁଟେଜ୍ରେ କଏଦ ହୋଇଥିବା ବେଳେ ପୋଲିସକୁ ଗିରଫ କରିବା ସହଜ ହୋଇଥିଲା।
ସୂଚନାଯୋଗ୍ୟ, କିଛି କାରଣ ନ ଥାଇ ମେଡିକାଲ ଭିତରେ ପଶି ଏଭଳି ଗୁଣ୍ଡାଗିରି କରି ସରକାରୀ ଜିନିଷ ଭଙ୍ଗାରୁଜା କରିବା ସହ ମେଡିକାଲ କର୍ମଚାରୀଙ୍କୁ ଭୟଭୀତ କରିଥିଲେ ଅଭିଯୁକ୍ତ ଜଣକ।

