ପ୍ରଥମଥର ପୁରୁଷୋତ୍ତମପୁର ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ କାଳିଆକୁ ଏନ୍‌କାଉଣ୍ଟର

ପୁରୁଷୋତ୍ତମପୁର,୨୪।୭(ସବିତା ମିଶ୍ର): ଗଞ୍ଜାମ ଜିଲାରେ ପୁଣି ଏନକାଉଣ୍ଟର । ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ପ୍ରଥମଥର ଏନକାଉଣ୍ଟର କରାଯାଇଥିଲା । ପୁରୁଷୋତ୍ତମପୁର ନଦୀତଟ ସାହିର କୁକ୍ଷାତ ଅପରାଧି କାଳିଆ ଓରଫ ଘନଶ୍ଯାମବେହେରାଙ୍କୁ ପୋଲିସ ଏନକାଉଣ୍ଟର କରିଛି । କାଳିର ଗ୍ଯାଙ୍ଗ ଦିର୍ଘଦିନହେଲା ପୁରୁଷୋତ୍ତମରପୁର ଥାନା ସମେତ କୋଦଳା, କବିସୂର୍ଯ୍ଯନଗର, ବେଗୁନିଆପଡା, କୋଟିନଡା, ପାଟପୁର ଥାନା ଅଞ୍ଚଳ ସମେତ ଜିଲାର ବିଭିନ୍ନ ସ୍ଥାନରେ ଚୋରି, ଡକାୟତି ରାହାଜିକରି ଆତଙ୍କରାଜ ଚଳାଉଥିଲେ ।

ଏପରିକି ଗତ ମାର୍ଚ୍ଚମାସ ୨ ତାରିଖରେ ଏହିଗ୍ଯାଙ୍ଗ ଏକ ଅପରାଧିକ ଯୋଜନାଲାଗି ଷଡଯନ୍ତ୍ର କରୁଥିବା ବେଳେ ନିଜ ବନ୍ଧୁକରୁ ଗୁଳିଫୁଟି ତାଙ୍କ ସହଯୋଗୀ ଆହାତ ହୋଇଥିଲେ । ପୋଲିସଠୁ ବର୍ତ୍ତିବା ପାଇଁ ଶିକୁଳା ଶୁଣ୍ଢିବାଙ୍କ ଠାରେ କେହି ଗୁଳିକରିଦେଇଥିବାର ନାଟକ ରଚିଥିଲେ । ପୋଲିସ ତଦନ୍ତ ପରେ ଏହିଗ୍ଯାଙ୍ଗର କିଛିବ୍ଯକ୍ତିଙ୍କୁ ଗିରଫ କରିଥିଲା । ଏମାନଙ୍କ ଏଭଳି ଅସାମାଜିକ କାର୍ଯ୍ୟକୁ ନେଇ ଜନସାଧାରଣ ଭୟଭୀତହୋଇ ଆତଙ୍କିତ ଅବସ୍ଥାରେ ରହିଥିବାବେଳେ ଏହାକୁ ନେଇ ପୋଲିସର ମୁଣ୍ଡବଥାର କାରଣ ପାଲିଟିଥିଲା ।

ଏହି ଗ୍ଯାଙ୍ଗକୁ ଧରିବାଲାଗି ପୁରୁଷୋତ୍ତମପୁର ଏସଡିପିଓ ସୁଜିତକୁମାର ନାୟକ ଓ ଆଇଆଇସି କୁଳମଣି ସେଠୀ ସ୍ବତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିବାରେ ଲାଗିଥିଲେ । ଶୁକ୍ରବାର ସକାଳ ୯ଘଣ୍ଟା ସମୟରେ କାଳିଆ ଓ ତାର ସହଯୋଗୀ ଏକମୋଟର ସାଇକେଲରେ ଯାଉଥିବାର ଖବରପାଇ ପୁରୁଷୋତ୍ତମପୁର ଆଇଆଇସି କୁଳମଣି ସେଠୀ ପିଛାକରି ଗୋଡାଇ ଗୋଡାଇ ଯିବାବେଳେ କୋଦଳାଥାନା ନିକଟସ୍ଥ କନିଆରି-ଛୁଞ୍ଚିପଡା ଜଙ୍ଗଲ ରାସ୍ତାରେ କାବୁ କରିଥିଲେ । ଏହିସମୟରେ କାଳିଆ ପୋଲିସ ଉପରକୁ ଫାଇରିଂ କରିବା ସହ ବୋମା ଫିଙ୍ଗିଥିଲା । ଦିର୍ଘସମୟ ଧରି ପୋଲିସ ଓ କାଳିଆ ମଧ୍ଯ୍ଯରେ ମୁହାଁମୁହିଁ ଲାଗରହିଥିବା ବେଳେ ଶେଷରେ ଆଇଆଇସି କୁଳମଣି ସେଠି ଫାଇରିଂ କରି ଏନକାଉଣ୍ଟର କରିଥିଲେ । ଏହି ସମୟରେ ତାର କିଛି ସହଯୋଗୀ ପୋଲିସକୁ ଚକମାଦେଖାଇ ଜଙ୍ଗଲ ଭିତରକୁ ପଳାଇଥିଲେ । ପୋଲିସ କାଳିଆକୁ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରକୁ ଆଣି ଚିକିତ୍ସା କରାଇ ବ୍ରହ୍ମପୁର ବଡମେଡିକାଲକୁ ନେଇଥିବା ଆଇଆଇସି କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଉଦ୍ୟମ ଘଟଣା: ବର୍ଷେ ପରେ ୨ ନାବାଳକ ଜେଜେବିରେ ହାଜର

ଦିଗପହଣ୍ଡି, ୭।୯ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବେନୁ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପ୍ରାୟ ଏକ ବର୍ଷ…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ଦାଦାବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୭।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଦାଦାବଟି ମାଗି ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ ଓ ଟଙ୍କା ଛଡ଼ାଇ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri