ପ୍ରଥମଥର ପୁରୁଷୋତ୍ତମପୁର ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ କାଳିଆକୁ ଏନ୍‌କାଉଣ୍ଟର

ପୁରୁଷୋତ୍ତମପୁର,୨୪।୭(ସବିତା ମିଶ୍ର): ଗଞ୍ଜାମ ଜିଲାରେ ପୁଣି ଏନକାଉଣ୍ଟର । ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ପ୍ରଥମଥର ଏନକାଉଣ୍ଟର କରାଯାଇଥିଲା । ପୁରୁଷୋତ୍ତମପୁର ନଦୀତଟ ସାହିର କୁକ୍ଷାତ ଅପରାଧି କାଳିଆ ଓରଫ ଘନଶ୍ଯାମବେହେରାଙ୍କୁ ପୋଲିସ ଏନକାଉଣ୍ଟର କରିଛି । କାଳିର ଗ୍ଯାଙ୍ଗ ଦିର୍ଘଦିନହେଲା ପୁରୁଷୋତ୍ତମରପୁର ଥାନା ସମେତ କୋଦଳା, କବିସୂର୍ଯ୍ଯନଗର, ବେଗୁନିଆପଡା, କୋଟିନଡା, ପାଟପୁର ଥାନା ଅଞ୍ଚଳ ସମେତ ଜିଲାର ବିଭିନ୍ନ ସ୍ଥାନରେ ଚୋରି, ଡକାୟତି ରାହାଜିକରି ଆତଙ୍କରାଜ ଚଳାଉଥିଲେ ।

ଏପରିକି ଗତ ମାର୍ଚ୍ଚମାସ ୨ ତାରିଖରେ ଏହିଗ୍ଯାଙ୍ଗ ଏକ ଅପରାଧିକ ଯୋଜନାଲାଗି ଷଡଯନ୍ତ୍ର କରୁଥିବା ବେଳେ ନିଜ ବନ୍ଧୁକରୁ ଗୁଳିଫୁଟି ତାଙ୍କ ସହଯୋଗୀ ଆହାତ ହୋଇଥିଲେ । ପୋଲିସଠୁ ବର୍ତ୍ତିବା ପାଇଁ ଶିକୁଳା ଶୁଣ୍ଢିବାଙ୍କ ଠାରେ କେହି ଗୁଳିକରିଦେଇଥିବାର ନାଟକ ରଚିଥିଲେ । ପୋଲିସ ତଦନ୍ତ ପରେ ଏହିଗ୍ଯାଙ୍ଗର କିଛିବ୍ଯକ୍ତିଙ୍କୁ ଗିରଫ କରିଥିଲା । ଏମାନଙ୍କ ଏଭଳି ଅସାମାଜିକ କାର୍ଯ୍ୟକୁ ନେଇ ଜନସାଧାରଣ ଭୟଭୀତହୋଇ ଆତଙ୍କିତ ଅବସ୍ଥାରେ ରହିଥିବାବେଳେ ଏହାକୁ ନେଇ ପୋଲିସର ମୁଣ୍ଡବଥାର କାରଣ ପାଲିଟିଥିଲା ।

ଏହି ଗ୍ଯାଙ୍ଗକୁ ଧରିବାଲାଗି ପୁରୁଷୋତ୍ତମପୁର ଏସଡିପିଓ ସୁଜିତକୁମାର ନାୟକ ଓ ଆଇଆଇସି କୁଳମଣି ସେଠୀ ସ୍ବତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିବାରେ ଲାଗିଥିଲେ । ଶୁକ୍ରବାର ସକାଳ ୯ଘଣ୍ଟା ସମୟରେ କାଳିଆ ଓ ତାର ସହଯୋଗୀ ଏକମୋଟର ସାଇକେଲରେ ଯାଉଥିବାର ଖବରପାଇ ପୁରୁଷୋତ୍ତମପୁର ଆଇଆଇସି କୁଳମଣି ସେଠୀ ପିଛାକରି ଗୋଡାଇ ଗୋଡାଇ ଯିବାବେଳେ କୋଦଳାଥାନା ନିକଟସ୍ଥ କନିଆରି-ଛୁଞ୍ଚିପଡା ଜଙ୍ଗଲ ରାସ୍ତାରେ କାବୁ କରିଥିଲେ । ଏହିସମୟରେ କାଳିଆ ପୋଲିସ ଉପରକୁ ଫାଇରିଂ କରିବା ସହ ବୋମା ଫିଙ୍ଗିଥିଲା । ଦିର୍ଘସମୟ ଧରି ପୋଲିସ ଓ କାଳିଆ ମଧ୍ଯ୍ଯରେ ମୁହାଁମୁହିଁ ଲାଗରହିଥିବା ବେଳେ ଶେଷରେ ଆଇଆଇସି କୁଳମଣି ସେଠି ଫାଇରିଂ କରି ଏନକାଉଣ୍ଟର କରିଥିଲେ । ଏହି ସମୟରେ ତାର କିଛି ସହଯୋଗୀ ପୋଲିସକୁ ଚକମାଦେଖାଇ ଜଙ୍ଗଲ ଭିତରକୁ ପଳାଇଥିଲେ । ପୋଲିସ କାଳିଆକୁ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରକୁ ଆଣି ଚିକିତ୍ସା କରାଇ ବ୍ରହ୍ମପୁର ବଡମେଡିକାଲକୁ ନେଇଥିବା ଆଇଆଇସି କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?