ପୁଣି ଘାରିଲା ପୋଲିସର ପୁରୁଣା ଚୌକି ମୋହ : ନେତା, ବରିଷ୍ଠ ଅଧିକାରୀଙ୍କ ନିକଟରେ ଚାଲିଲାଣି ଲବି

ଭୁବନେଶ୍ୱର, ୨୭।୫(ବ୍ୟୁରୋ): ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁହେବା ପୂର୍ବରୁ ରାଜଧାନୀରେ ଦୀର୍ଘଦିନ ଧରି ରହିଥିବା ଏକାଧିକ ପୋଲିସ ଅଧିକାରୀଙ୍କ ବଦଳି ହୋଇଥିଲା। ଅନେକଙ୍କୁ ଜିଲାପାର ବଦଳି କରାଯାଇଥିବାବେଳେ ଅଧିକାଂଶ ଏସିପି ଓ ଇନ୍ସପେକ୍ଟରଙ୍କୁ ଭୁବନେଶ୍ୱର ଓ କଟକ ମଧ୍ୟରେ ହିଁ ରଖାଯାଇଥିଲା। କଟକକୁ ବଦଳି ହୋଇଥିବା ଏକାଧିକ ପୋଲିସ ଅଫିସର ରାଜଧାନୀରେ ସ୍ଥାୟୀ ଘର କରି ରହିଯାଇଥିବାରୁ ସେମାନେ ସ୍ଥାନନ୍ତର ପାଇଁ ଇଛୁକ ନ ଥିଲେ। ବାଧ୍ୟ ବାଧକତାରେ ବଦଳି ହୋଇଥିଲେ। ଏପରିକି ନିର୍ବାଚନ ପରେ ପୁଣି ପୂର୍ବ ସ୍ଥାନକୁ ଫେରାଇ ଅଣାଯିବା ଆଶା ଦିଆଯାଇଥିଲା। ତେଣୁ ସେମାନେ କଟକ କିମ୍ବା ଆଖପାଖ ଥାନାରେ ଯୋଗଦେଇଥିଲେ ମଧ୍ୟ ରାଜଧାନୀରେ ରହି ଯିବାଆସିବା କରୁଛନ୍ତି। ଏବେ ପୁଣି ପୁରୁଣା ଚୌକି ମୋହନ ସେମାନଙ୍କୁ ଘାରିବାରେ ଲାଗିଛି। ରବିବାର ଭାରତର ନିର୍ବାଚନ କମିଶନ ଆଚରଣ ବିଧି ଉଠାଇ ଦେଇଥିବାରୁ ସେମାନେ ଏବେ ଖୁସିଥିବା ଦେଖିବାକୁ ମିଳିଛି। ତେଣୁ ସେମାନେ ପୁଣି ବାହୁଡ଼ିବାକୁ ନେତା ଓ ବରିଷ୍ଠ ପୋଲିସ ଅଫିସରଙ୍କ ନିକଟରେ ଲବି ଆରମ୍ଭ କଲେଣି। ନବନିର୍ବାଚିତ ପ୍ରମୁଖ ନେତାଙ୍କୁ ସ୍ବାଗତ ବାହାନାରେ ବଦଳି ନେଇ ଆଲୋଚନା କରୁଛନ୍ତି। ଭୁବନେଶ୍ୱରର ଭଲ ଥାନାରେ ରହିବାକୁ ଅର୍ଥ ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଥିବା ଜଣାପଡିଛି।
ବିଶ୍ୱସ୍ତ ସୂତ୍ରରୁ ମିିଳିଥିବା ଖବର ଅନୁସାରେ, ଆସନ୍ତା ଜୁନ୍‌ରେ ପୋଲିସ ବିଭାଗରେ ଏକ ବଡ଼ ଧରଣର ଅଦଳ ବଦଳ ହୋଇପାରେ। ଏହି ସମୟରେ ରାଜଧାନୀରୁ ଅନ୍ୟତ୍ର ଯାଇଥିବା ପୋଲିସ ବାବୁମାନେ ପୁଣି ପ୍ରତ୍ୟାବର୍ତ୍ତନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ମାତ୍ର ନୂଆକରି ରାଜଧାନୀରେ ୩ମାସ ହେବ ରହିଥିବା ପୋଲିସମାନେ ଏହାକୁ ନେଇ ଅସନ୍ତୋଷବ୍ୟକ୍ତ କରିଛନ୍ତି। ଜଣେ ପୋଲିସ ଅଫିସର ନାମ ଗୋପନ ରଖି କହିଛନ୍ତି, ଆମକୁ କ’ଣ ନିର୍ବାଚନ ପାଇଁ ଭଡାଟିଆ ଭାବେ ରାଜଧାନୀକୁ ଆଣିଥିଲେ। ଯଦି ଏଭଳି କରାଯାଏ ତେବେ ଠିକ୍‌ ହେବନି। ଏନେଇ ଆମେ ସଂଘର ଦ୍ୱାରସ୍ଥ ହେବୁ। ଆବଶ୍ୟକ ପଡିଲେ ଡିଜିପିଙ୍କୁ ଭେଟି ଏନେଇ ପ୍ରତିବାଦ କରିବୁ। ନିୟମ ଅନୁଯାୟୀ ଆମେ ରାଜଧାନୀରେ ଅନ୍ତତଃ ୩ବର୍ଷ ରହିବୁ ବୋଲି ସେ କହିଛନ୍ତି।
ଗତ ଫେବୃୟାରୀ ୨ରେ ପୋଲିସ ବିଭାଗରେ ବଡ଼ ଧରଣର ବଦଳି ହୋଇଥିଲା। ଭୁବନେଶ୍ୱର ଜୋନ୍‌-୧ ଏସିପି ଅସୀମ କୁମାର ପଣ୍ଡାଙ୍କୁ କମିଶନରେଟ ପୋଲିସ ମୁଖ୍ୟାଳୟ ଓ ଜୋନ୍‌-୬ ଏସିପି ରବିନାରାୟଣ ଶତପଥୀଙ୍କୁ ଜୁଡିସିଆଲ ଏସିପିଭାବେ ପ୍ରଥମେ ବଦଳି କରାଯାଇଥିଲା। ମାତ୍ର ଜିଲାପାର ବଦଳି କରାଯାଇ ନ ଥିଲା। ସେହିଭଳି ଟ୍ରାଫିକ ଏସିପି ଅନୁପ କାନୁନ୍‌ଗୋଙ୍କର ମଧ୍ୟ ବଦଳି ହୋଇ ନ ଥିଲା। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ପୋଲିସ ଡିଜି ସେମାନଙ୍କୁ ଅନ୍ୟତ୍ର ବଦଳି କରିଥିଲେ। ସେହିଭଳି କ୍ୟାପିଟାଲ ଥାନା ଦାୟିତ୍ୱରେ ଥିବା ମାନସ ଗଡ଼ନାୟକଙ୍କୁ କଟକ ଜୋନ୍‌-୧କୁ ଓ ଭୁବନେଶ୍ୱର ଜୋନ୍‌-୫ରେ ଥିବା କିଶୋର ଚନ୍ଦ୍ର ମୁଣ୍ଡଙ୍କୁ ପୁରୀ ଏସ୍‌ଡିପିଓ ଭାବେ ବଦଳି କରାଯାଇଥିଲା। ମଞ୍ଚେଶ୍ୱର ଥାନା ଅଧିକାରୀ ଥିବା କେ.ପି. ମିଶ୍ରଙ୍କୁ ଜଗତସିଂପୁର, କ୍ୟାପିଟାଲ ଥାନାର ଅତିରିକ୍ତ ଥାନା ଅଧିକାରୀ ସନ୍ଧ୍ୟାରାଣୀ ସିଂକୁ କଟକ ଆଇୟୁସିଏଡବ୍ଲ୍ୟୁ, ମହିଳା ଥାନା ଅଧିକାରୀ ଥିବା ଇମନ କଲ୍ୟାଣୀ ନାୟକଙ୍କୁ କଟକ କ୍ୟାଣ୍ଟରନମେଣ୍ଟ ଥାନା, ନନ୍ଦନକାନନ ଥାନା ଅଧିକାରୀ ରବୀନ୍ଦ୍ର ମେହେରଙ୍କୁ କଟକ ମର୍କତନଗର ଥାନା ଅଧିକାରୀ, ଖଣ୍ଡଗିରି ଥାନା ଅଧିକାରୀ ଥିବା ହିମାଂଶୁ ଭୂଷଣ ସ୍ବାଇଁଙ୍କୁ ବାଦାମବାଡି ଥାନା ଅଧିକାରୀ ରୂପେ ବଦଳି କରାଯାଇଥିଲା। ବାଲିପାଟଣା ଥାନା ଅଧିକାରୀ ଆକାଶ ରଣାଙ୍କୁ ନଖରା ଟ୍ରାଫିକ୍‌ ଥାନା, ଶହୀଦନଗର ଥାନା ଅଧିକାରୀ ଥିବା ପଦ୍ମନାଭ ପ୍ରଧାନଙ୍କୁ ଚୌଦ୍ୱାର ଥାନା, ଇନ୍‌ଫୋସିଟି ଥାନା ଅଧିକାରୀ ବିଜୟିନୀ ସିଂଙ୍କୁ କଟକ ସିଡିଏ ଫେଜ୍‌-୨ ଥାନା, ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଦୀପକ ମିଶ୍ରଙ୍କୁ କଟକ ଚାଉଳିଆଗଞ୍ଜ ଥାନା, ଭୁବନେଶ୍ୱର ଟ୍ରାଫିକ ଥାନା ଅଧିକାରୀ ଥିବା ସୁରେନ୍ଦ୍ର କୁମାର ବଳଙ୍କୁ କଟକ ଟ୍ରାଫିକ ଥାନା, ଭୁବନେଶ୍ୱର ଡିସିପି ଅଫିସରେ ଥିବା ଏସିପି ଜତିନ କୁମାର ପଣ୍ଡାଙ୍କୁ କଟକ ଟ୍ରାଫିକ ଏସିପି ଭାବେ ବଦଳି କରାଯାଇଥିଲା। ସେହିପରି ଭୁବନେଶ୍ୱର ସ୍ପେଶାଲ ସ୍କ୍ବାଡ୍‌ ଏସିପି ସଞ୍ଜିବ ଶତପଥୀଙ୍କୁ କଟକ ସ୍ପେଶାଲ ସ୍କ୍ବାଡ୍‌କୁ ଓ ଦେବୀଶଙ୍କର ପ୍ରତାପଙ୍କ ସମେତ ଅନ୍ୟ କେତେଜଣ ଅଫିସରଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ହେଲେ ଏବେ କେତେଜଣ ଭୁବନେଶ୍ୱର ଫେରିଲେ ଏଠାରେ ଦାୟିତ୍ୱ ସମ୍ଭାଳୁଥିବା ଅଫିସରମାନଙ୍କୁ ପୁଣି ବାହାରକୁ ବିଦା ହେବାକୁ ପଡିବ। ଯେଉଁଥିପାଇଁ ଏବେ ପୋଲିସ ବିଭାଗରେ ଅସନ୍ତୋଷ ଦେଖିବାକୁ ମିଳୁଛି।
ଏନେଇ ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି, ଏ ବିଷୟରେ ମୋର କିିଛି କରିବାର ନାହିଁ। ବଦଳି ଦାୟିତ୍ୱ ଡିଜିପି ଅଫିସ୍‌ରେ କରାଯିବ। ଅନ୍ୟତ୍ର ବଦଳି ହୋଇଥିବା ଅଫିସରମାନେ ରାଜଧାନୀକୁ ଆସିବେ ନା ସେଠାରେ ରହିବେ ତାହା ଡିଜିପିଙ୍କ ନିଷ୍ପତ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri