ଆଇସିସି ବିଶ୍ୱକପ୍‌: ଅଭିଜ୍ଞ ମାଲିଙ୍ଗା ଶ୍ରୀଲଙ୍କାର ଆଶା ଭରସା

କଲମ୍ବୋ,୨୭।୫(ଏଏଫ୍‌ପି)- ଆଗାମୀ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ଅଭିଜ୍ଞ ଦ୍ରୁତ ବୋଲର ଲସିଥ ମାଲିଙ୍ଗା ଅନ୍ୟତମ ବୟୋଜ୍ୟୋଷ୍ଠ ଖେଳାଳିଭାବେ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବେ। ବୟସ ବଢୁଥିଲେ ମଧ୍ୟ ତାଙ୍କ ବୋଲିଂରେ ଚମକ ଏବେ ବି ଦେଖିବାକୁ ମିଳୁଛି। ଏହି ମେଗା ଇଭେଣ୍ଟରେ ଦମ୍‌ଦାର ପ୍ରଦର୍ଶନ କରି ସେ ନିଜ ସମାଲୋଚକଙ୍କୁ ଚୁପ୍‌ କରିବେ ବୋଲି ଆଶା କରାଯାଉଛି। ଶ୍ରୀଲଙ୍କାର ଖରାପ ପ୍ରଦର୍ଶନ କାରଣରୁ ମାଲିଙ୍ଗାଙ୍କୁ ଦିନିକିଆ ଅଧିନାୟକ ପଦରୁ ବହିଷ୍କୃତ କରାଯାଇଥିଲା। ୪ ମାସ ମଧ୍ୟରେ ଶ୍ରୀଲଙ୍କା ୮ଟି ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ଖେଳାଳିଙ୍କୁ ଏକାଠି କରିବାରେ ସେ ବିଫଳ ହୋଇଥିଲେ ଓ ସିନିୟର ଖେଳାଳିଙ୍କ ସହ ତାଙ୍କର ମତଭେଦ ହୋଇଥିଲା ବୋଲି ଶ୍ରୀଲଙ୍କା ଚୟନକର୍ତ୍ତାମାନେ ସେତେବେଳେ କହିଥିଲେ। ମାଲିଙ୍ଗା ଅବସର ଘୋଷଣା କରିବେ ବୋଲି ଆଶା କରାଯାଉଥିଲା। ତେବେ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇବାପରେ ସେ ଅବସର ନିଷ୍ପତ୍ତିରୁ ଓହରିଛନ୍ତି।
ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ୩୫ ବର୍ଷୀୟ ମାଲିଙ୍ଗା ୧୬ଟି ଉଇକେଟ ଅକ୍ତିଆର କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଗ୍ରାଣ୍ଡ ଫାଇନାଲର ଅନ୍ତିମ ଓଭରରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଜବରଦସ୍ତ ବୋଲିଂ କରି ସେ ମୁମ୍ବାଇ ଇଣ୍ଡିଆନ୍ସକୁ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ମାଲିଙ୍ଗା ସାଧାରଣତଃ ଘଣ୍ଟା ପ୍ରତି ୮୬ ମାଇଲ୍‌ ବା ୧୩୮ କି.ମି. ବେଗରେ ବୋଲିଂ କରୁଛନ୍ତି। ତାଙ୍କ ସ୍ଲୋୟର ବଲ୍‌ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଦ୍ୱନ୍ଦ୍ୱରେ ପକାଉଛି। ବିଶ୍ୱକପ୍‌ ପୂର୍ବରୁ ମାଲିଙ୍ଗା ଫର୍ମକୁ ଫେରିବା ଶ୍ରୀଲଙ୍କା ପାଇଁ ଶୁଭ ଲକ୍ଷଣ ବୋଲି କୁହାଯାଇପାରେ।
ମାଲିଙ୍ଗାଙ୍କୁ ବାଦ୍‌ ଦେଲେ ଶ୍ରୀଲଙ୍କା ଦଳରେ ସେଭଳି କୌଣସି ଅଭିଜ୍ଞ ବୋଲର ନାହାନ୍ତି। ଏପର୍ଯ୍ୟନ୍ତ ମାଲିଙ୍ଗା ୩୨୨ଟି ଦିନିକିଆ ଉଇକେଟ ଅକ୍ତିଆର କରିଛନ୍ତି। ଦଳର ବୋଲିଂ ଆକ୍ରମଣକୁ ସେ ଆହୁରି ଶାଣିତ କରିବେ ବୋଲି ଆଶା କରାଯାଉଛି। ମାଲିଙ୍ଗାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ୨୦୧୪ ବିଶ୍ୱକପ୍‌ ଟି୨୦ ଟାଇଟଲ ହାସଲ କରିଥିଲା। ଅବଶ୍ୟ ସେତେବେଳେ ଦଳରେ ମାହେଲା ଜୟବର୍ଦ୍ଧନେ, କୁମାର ସାଙ୍ଗକାରା ଓ ତିଲକରତ୍ନେ ଦିଲସାନଙ୍କ ଭଳି ତାରକା ତଥା ଅଭିଜ୍ଞ ଖେଳାଳି ଦଳରେ ଥିଲେ। ତେବେ ଏହି ଖେଳାଳିମାନେ ଅବସର ନେବା ପରେ ଶ୍ରୀଲଙ୍କା ପ୍ରଦର୍ଶନ ପ୍ରଭାବିତ ହୋଇଥିଲା। ଏବେ ନୂଆ ଅଧିନାୟକ ଦିମୁଥ କରୁଣାରତ୍ନେଙ୍କ ଉପରେ ଗୁରୁଦାୟିତ୍ୱ ରହିଛି। ମାଲିଙ୍ଗାଙ୍କୁ ଠିକ୍‌ ଭାବେ ବ୍ୟବହାର କରିବା ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ବିଶ୍ୱକପ୍‌ରେ ମାଲିଙ୍ଗଙ୍କ ପ୍ରଦର୍ଶନ ସବୁବେଳେ ଭଲ ରହିଆସିଛି। ୨୦୦୭ ବିଶ୍ୱକପ୍‌ରେ ମାଲିଙ୍ଗା ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ମ୍ୟାଚ୍‌ରେ ୪ ବଲରୁ ୪ଟି ଉଇକେଟ ଅକ୍ତିଆର କରି ବେଶ୍‌ ଚର୍ଚ୍ଚିତ ହୋଇଥିଲେ। ୨୦୧୧ ବିଶ୍ୱକପ୍‌ରେ ମାଲିଙ୍ଗା କେନିଆ ବିପକ୍ଷରେ ଆଉ ଏକ ହ୍ୟାଟ୍ରିକ ଅର୍ଜନ କରିଥିଲେ। ଏହି ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ନୂଆ ବଲ୍‌ରେ ବୋଲିଂ କରି ପ୍ରଥମ ସ୍ପେଲ୍‌ରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ବିରେନ୍ଦ୍ର ସେହ୍ବାଗଙ୍କୁ ଆରଟ କରି ଭାରତୀୟ ଶିବିରରେ ଆତଙ୍କ ଖେଳାଇ ଦେଇଥିଲେ। ଅର୍ଜୁନ ରଣତୁଙ୍ଗାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ୧୯୯୬ରେ ବିଶ୍ୱକପ୍‌ ପ୍ରଥମଥର ପାଇଁ ହାସଲ କରିଥିଲା। ଏହି ପ୍ରଦର୍ଶନକୁ ଦୋହରାଇବାକୁ ହେଲେ ମାଲିଙ୍ଗାଙ୍କୁ ଉଚ୍ଚକୋଟୀର ପ୍ରଦର୍ଶନ କରିବାକୁ ହେବ। ତେବେ ଏଥିପାଇଁ ମାଲିଙ୍ଗାଙ୍କୁ ଫିଟ୍‌ନେସ ବଜାୟ ରଖିବା ନିହାତି ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?