ଭୁବନେଶ୍ୱର, ୨୨।୪ (ବ୍ୟୁରୋ): ଦର୍ଶକଙ୍କ ପରାମର୍ଶ ତଥା ଅନୁରୋଧକୁ ରକ୍ଷାକରି ବିଶ୍ୱର ସର୍ବବୃହତ୍ ଭିଡ଼ିଓ ଷ୍ଟ୍ରିମିଂ ସର୍ଭିସ୍ ‘ନେଟ୍ଫ୍ଲିକ୍ସ’ ତା’ର ଫିଚର୍ ଓ ସେବାରେ ପରିବର୍ତ୍ତନ ଆଣିବ। ବିଶେଷକରି ବୟସ୍କ, ମାତାପିତା ଓ ଅଭିଭାବକଙ୍କ ସୁବିଧା ଲାଗି ଏହାର ପରିଚାଳନାକୁ ପୂର୍ବାପେକ୍ଷା ଅଧିକ ବ୍ୟବସ୍ଥିତ ଏବଂ ସୁରକ୍ଷିତ କରାଯିବ। ପିଲାମାନେ ଯେପରି ଏହାକୁ ସହଜରେ ଖୋଲି ନ ପାରିବେ ସେଥିଲାଗି ବ୍ୟକ୍ତିଗତ ପ୍ରୋଫାଇଲ୍କୁ ପିନ୍ ଦ୍ୱାରା ସୁରକ୍ଷିତ କରିବା ଲାଗି ସ୍ବତନ୍ତ୍ର ଫିଚର୍ ଯୋଡ଼ାଯିବ। ଏହାସହ ପିଲାଙ୍କ ବୟସ ଅନୁଯାୟୀ କଣ୍ଟେଣ୍ଟ୍ ତଥା ଶୋ’ ଏବଂ ଫିଲ୍ମ ଫିଲ୍ଟର୍ କରିବାର ସୁବିଧା ମଧ୍ୟ ରହିବ। ଏହି ସ୍ବତନ୍ତ୍ର ଫିଲ୍ଟର ଦ୍ୱାରା ବ୍ଲକ୍ କରିଥିବା ଫିଲ୍ମ କିମ୍ବା ସିରିଜ ଆଉ ପ୍ରୋଫାଇଲ୍ରେ ଦେଖାଇବ ନାହିଁ।
ନୂତନଭାବେ ଯୋଡ଼ାଯିବାକୁ ଥିବା ’ପ୍ରୋଫାଇଲ୍ ଆଣ୍ଡ୍ ପ୍ୟାରେଣ୍ଟାଲ କଣ୍ଟ୍ରୋଲ୍ସ’ ହବ୍ ଦ୍ୱାରା ପ୍ରତି ପ୍ରୋଫାଇଲ୍କୁ ବ୍ୟବସ୍ଥିତ କରିହେବ। ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରୋଫାଇଲ୍ କରି ସେମାନେ କ’ଣ ଦେଖୁଛନ୍ତି ତାହାଉପରେ ନଜର ରଖାଯାଇପାରିବ। ଯେକୌଣସି ଲାପଟପ୍ କିମ୍ବା ମୋବାଇଲ୍ ବ୍ରାଉଜର୍କୁ ଯାଇ ନେଟ୍ଫ୍ଲିକ୍ସର ଆକାଉଣ୍ଟ ସେଟିଙ୍ଗ୍ରେ ଏହିସବୁ ପରିବର୍ତ୍ତନ ଆଣିହେବ। ଅନ୍ଲାଇନ୍ ସେଫ୍ଟି ବା ସୁରକ୍ଷା ସମସ୍ତଙ୍କ ଚିନ୍ତାର କାରଣ ହୋଇଥିବାରୁ ପିଲାଙ୍କ ପାଇଁ ନେଟ୍ଫ୍ଲିକ୍ସକୁ ଅଧିକ ସୁରକ୍ଷିତ କରିବା ପାଇଁ ଏହି ଫିଚର୍ ଅଣାଯାଇଥିବା ନେଟ୍ଫ୍ଲିକ୍ସ ପକ୍ଷରୁ କୁହାଯାଇଛି। ଲକ୍ଡାଉନ୍ ଯୋଗୁ ସମଗ୍ର ବିଶ୍ୱରେ ଛୋଟପିଲାଙ୍କଠାରୁ ଆରମ୍ଭକରି ବୟସ୍କମାନେ ଏବେ ମନୋରଞ୍ଜନ ପାଇଁ ନେଟ୍ଫ୍ଲିକ୍ସ ବ୍ୟବହାର କରୁଛନ୍ତି। ଏଭଳିସ୍ଥଳେ ପିଲାମାନଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ନେଟ୍ଫ୍ଲିକ୍ସ ପକ୍ଷରୁ ଏକାଧିକ କିଡ୍ସ୍ ଏବଂ ପାରିବାରିକ ଫିଲ୍ମ ଓ ଟେଲିଭିଜନ ଶୋ’ର ଷ୍ଟ୍ରିମିଂ କରାଯାଉଛି। ବହୁଚର୍ଚ୍ଚିତ ଆନିମେଟେଡ୍ ଫିଲ୍ମ ‘କ୍ଲସ୍’, ’କାର୍ମେନ୍ ସାଣ୍ଡିଏଗୋ: ଟୁ ଷ୍ଟିଲ୍ ଅର୍ ନଟ୍ ଟୁ ଷ୍ଟିଲ୍’ ଭଳି ଇଣ୍ଟର୍ଆକ୍ଟିଭି ଶୋ’ ଏବଂ ’ବସ୍ ବେବି’ ଭଳି ସିରିଜ୍ ପିଲାମାନେ ଦେଖିପାରିବେ। ସେହିଭଳି ’ମାଇଟି ଲିଟିଲ୍ ଭିମ୍’ ମଧ୍ୟ ନେଟ୍ଫ୍ଲିକ୍ସରେ ଦେଖିହେବ।
ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…
ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ
ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…
ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର
ଭୁବନେଶ୍ୱର,୧୦।୯: ଓଡ଼ିଶାରୁ ବ୍ରିଟେନ୍ର ବ୍ୟବସାୟିକ ମଞ୍ଚରେ ଅରୁଣ କରଙ୍କ ଉଲ୍ଲେଖନୀୟ ସଫଳତା। ସେନା ଜୀବନରୁ ଉଦ୍ୟୋଗ ଜଗତକୁ ପ୍ରବେଶ କରି ସଫଳତା ହାସଲ କରିଥିବା ଅରୁଣଙ୍କୁ ଏଲ୍ଡିସି…
ବଙ୍ଗୋପସାଗରରେ ୧୩ ତାରିଖ ବେଳକୁ ଲଘୁଚାପ!
ଭୁବନେଶ୍ୱର,୧୦।୯ ବଙ୍ଗୋପସାଗରରେ ଆସନ୍ତା ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲ୍ୟାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ…
ଚଳନ୍ତା ସ୍କୁଲ ବସ୍ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…
କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍ ନଂ ଓ ୦୩-ଏନ, ୬୯୪୫ରେ…
ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…
ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…
ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…
ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…
ଛାତ୍ର ନିର୍ବାଚନରେ ବଢୁଛି ଉତ୍ସାହ: ଅତାବିରା କଲେଜରେ ୨୪ଜଣଙ୍କ ନାମାଙ୍କନ ଦାଖଲ
ଅତାବିରା,୯।୧୦(ଯୁଧିଷ୍ଠିର ମହାପାତ୍ର): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ଅତାବିରା କଲେଜରେ ନିର୍ବାଚନୀ ଉତ୍ସାହ ଦେଖିବାକୁ ମିଳିଛି। କଲେଜର…

