Posted inଖେଳ

ପିଟି ଉଷାଙ୍କ ସହ ସିନ୍ଧୁଙ୍କ ଫଟୋ ଭାଇରାଲ

ନୂଆଦିଲ୍ଲୀ,୨୮।୮- କିମ୍ବଦନ୍ତୀ ଧାବିକା ପିଟି ଉଷା ୨୦୦୧ରେ ପି.ଭି. ସିନ୍ଧୁଙ୍କ ସହ ଫଟୋ ଉଠାଇଥିଲେ। ୨୦୦୦ ମସିହାରେ ଟ୍ରାକରୁ ଅବସର ନେଇଥିବା ପାୟୋଲି ଏକ୍ସପ୍ରେସ ଭାବେ ପରିଚିତ ଆଥ୍‌ଲେଟ ସେତେବେଳେ କଦାପି ଚିନ୍ତା କରି ନ ଥିଲେ କୋଳରେ ବସିଥିବା ଝିଅ ଦିନେ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନ ହେବ। ରବିବାର ସିନ୍ଧୁ ପ୍ରଥମ ଭାରତୀୟ ଭାବେ ବିଶ୍ୱ ବ୍ୟାଡ୍‌ମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ଏହି ଅବସରରେ ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଉଷା ଉକ୍ତ ଫଟୋ ଟୁଇଟ୍‌ କରିଥିଲେ। ସେହି ଫଟୋ ଏବେ ଭାଇରାଲ ହୋଇଯାଇଛି। ୧୮ ବର୍ଷ ତଳର ଫଟୋ ସମ୍ପର୍କରେ ଉଷା କହିଛନ୍ତି, ସର୍ବଭାରତୀୟ ରେଲ୍‌ଓ୍ବେ ପ୍ରତିଯୋଗିତାବେଳେ ହାଇଦ୍ରାବାଦ୍‌ ଯାଇଥିଲି। ସିନ୍ଧୁଙ୍କ ବାପା ରମାନା ଜଣେ ଭଲିବଲ ଖେଳାଳି ଓ ରେଲ୍‌ଓ୍ବେ କର୍ମଚାରୀ ଥିଲେ। ସେଠାରେ ପହଞ୍ଚତ୍ ମୁଁ କୌଣସି ହୋଟେଲରେ ନ ରହି ସିନ୍ଧୁଙ୍କ ପରିବାର ସହ ରହିଥିଲି। ମୁଁ କଦାପି କୌଣସି ପରିବାର ସହ ରୁହେ ନାହିଁ। କିନ୍ତୁ ତାଙ୍କ ପରିବାରକୁ ଜାଣିଥିଲି। ଏଣୁ ତାଙ୍କ ପରିବାର ସହ ମୁଁ ୩/୪ ଦିନ ରହିଥିଲି। ସେତେବେଳେ ସିନ୍ଧୁ ବହୁତ ଛୋଟ ଥିଲେ। ମୁଁ ତାଙ୍କ ପରିବାର ସଦସ୍ୟଙ୍କ ସହ ବହୁତ ଫଟୋ ଉଠାଇଥିଲି। ହେଲେ ମୋ ପାଖରେ ଏହି ଫଟୋ ନ ଥିଲା। ୨୦୧୬ ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ ପଦକ ଜିତିବା ପରେ ତାଙ୍କ ବାପା ମୋତେ ଫଟୋ ପଠାଇଥିଲେ। ସେହି ଦିନଠାରୁ ମୁଁ ଏହି ଫଟୋ ରଖିଛି ବୋଲି ଉଷା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂସେଇଖାନା ଇଦ୍‌ର ଅଂଶ ନୁହେଁ : ହାଇକୋର୍ଟ

କୋଲକାତା,୨୨।୫: ଗୋହତ୍ୟା କୌଣସି ଧାର୍ମିକ ଉତ୍ସବର ଅଂଶ ହୋଇ ନ ପାରେ । ସର୍ବସାଧାରଣ ସ୍ଥାନରେ ପଶୁହତ୍ୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କହି କଲିକାତା ହାଇକୋର୍ଟ ପଶ୍ଚିମବଙ୍ଗରେ…

କସ୍‌ମେଟିକ ଇଞ୍ଜେକ୍ସନ ଉପରେ ରୋକ୍‌, ଉଲ୍ଲଂଘନ କଲେ….

ନୂଆଦିଲ୍ଲୀ, ୨୨।୫ (ପି.ଟି.): ସାମାଜିକ ଗଣମାଧ୍ୟମ ଓ ସହରାଞ୍ଚଳରେ ଚେହେରାକୁ ଅଧିକ ସୁନ୍ଦର ଓ ଚମକଦାର କରିବା ପାଇଁ ବିଉଟି ପାର୍ଲର ଏବଂ ୱେଲନେସ୍‌ ସେଣ୍ଟରଗୁଡ଼ିକରେ ବ୍ୟାପକ…

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri