ପିଏସ୍‌ବିଙ୍କ ପାଇଁ ଆର୍‌ବିଆଇ ଗାଇଡ୍‌ଲାଇନ;ବ୍ୟାଙ୍କ ବୋର୍ଡରେ ରହିପାରିବେନି ଏମ୍‌ପି, ବିଧାୟକ

ମୁମ୍ବାଇ,୪-୮: କେଉଁମାନେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବୋର୍ଡରେ ରହିପାରିବେ ସେନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଏମ୍‌ପି, ବିଧାୟକ, ମ୍ୟୁନିସିପାଲିଟି ଅବା କର୍ପୋରେଶନର ମୁଖ୍ୟମାନେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ(ପିଏସ୍‌ବି)ର ବୋର୍ଡ ଅଫ୍‌ ଡାଇରେକ୍ଟରରେ ସାମିଲ ହୋଇପାରିବେ ନାହିଁ। ଏହାଛଡ଼ା ବ୍ୟାଙ୍କର ଅଡିଟ ଦାୟିତ୍ୱରେ ଥିବା ଅଡିଟରଙ୍କ ପାର୍ଟନର ମଧ୍ୟ ବୋର୍ଡରେ ସ୍ଥାନ ପାଇପାରିବେ ନାହିଁ। ବ୍ୟାଙ୍କ ନିଜ ଇଚ୍ଛାରେ ଯେକୌଣସି ବ୍ୟକ୍ତିଙ୍କୁ ମନୋନୀତ କରିପାରିବ ନାହିଁ।
ଗାଇଡଲାଇନରେ କୁହାଯାଇଛି ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବୋର୍ଡରେ ସାମିଲ ଥିବା ଡାଇରେକ୍ଟର ପ୍ରତିଯୋଗୀ ବ୍ୟାଙ୍କ ବୋର୍ଡରେ ନିଯୁକ୍ତି ପାଇପାରିବେ ନାହିଁ। କେବଳ ସେତିକି ନୁହେଁ ସେମାନେ ଅନ୍ୟ କୌଣସି ଆର୍ଥିକ ସଂସ୍ଥା, ବୀମା କମ୍ପାନୀ, ଅଣ ଆର୍ଥିକ କମ୍ପାନୀ ତଥା ବାଣିଜି୍ୟକ ବ୍ୟାଙ୍କ, କୋଅପରେଟିଭ ବ୍ୟାଙ୍କ କିମ୍ବା ଆଞ୍ଚଳିକ ବ୍ୟାଙ୍କ ବୋର୍ଡରେ ସାମିଲ ହୋଇପାରିବେ ନାହିଁ। ସେହିପରି କିଣାବିକା, ଅର୍ଥ ଯୋଗାଣ, ଋଣ ପ୍ରଦାନ, ନିବେଶ ତଥା ଅନ୍ୟ ପାରା ବ୍ୟାଙ୍କିଙ୍ଗ କାର୍ଯ୍ୟକଳାପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବୋର୍ଡର ଡାଇରେକ୍ଟର ଭାବେ ନିଯୁକ୍ତ ହୋଇପାରିବେ ନାହିଁ। ଏହାଛଡ଼ା ୬ ବର୍ଷ ପର୍ଯ୍ୟନ୍ତ ଅତୀତରେ କୌଣସି ବ୍ୟାଙ୍କ, ଆର୍ଥିକ ସଂସ୍ଥା, ବୀମା କମ୍ପାନୀର ଡାଇରେକ୍ଟର ଭାବେ ନିଯୁକ୍ତ ହୋଇଥିଲେ ତାଙ୍କୁ ପିଏସ୍‌୍‌ବିରେ ସାମିଲ କରାଯାଇପାରିବ ନାହିଁ। ଡାଇରେକ୍ଟର ସିଧାସଳଖ ଭାବେ ଷ୍ଟକ୍‌ ବ୍ରୋକିଂ କାର୍ଯ୍ୟରେ ଲିପ୍ତ ହୋଇ ନଥିବେ। ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏଟ ହୋଇଥିବ ଏବଂ ତାଙ୍କର ବୟସ ୩୫ରୁ ୬୭ ବର୍ଷ ମଧ୍ୟରେ ହୋଇଥିଲେ ଜଣେ ଡାଇରେକ୍ଟର ଭାବେ ନିଯୁକ୍ତ ହୋଇପାରିବେ।
ଜଣେ ନିର୍ବାଚିତ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୩ ବର୍ଷ ପର୍ଯ୍ୟନ୍ତ ହେବ ଏବଂ ଆବଶ୍ୟକସ୍ଥଳେ ପୁନଃନିର୍ବାଚିତ ହେବା କ୍ଷେତ୍ରରେ ସେ ସର୍ବାଧିକ ୬ ବର୍ଷ ପର୍ଯ୍ୟନ୍ତ ଡାଇରେକ୍ଟର ଭାବେ କାର୍ଯ୍ୟ କରିପାରିବେ ବୋଲି ଗାଇଡଲାଇନରେ ଦର୍ଶାଯାଇଛି। ନିଯୁକ୍ତି ପାଇବାକୁ ଥିବା ଡାଇରେକ୍ଟର ନିଜ ବ୍ୟାଙ୍କ ସହ ସିଧାସଳଖ କୌଣସି ବ୍ୟବସାୟ, ପରାମର୍ଶଦାତା ସେବା ଯୋଗାଣରେ ସମ୍ପୃକ୍ତ ନ ଥିବେ ବୋଲି ଆର୍‌ବିଆଇ କହିଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ରାଜନୀତି ଠାରୁ ଦୂରେଇ ରଖିବା ଲାଗି ଏକ ନମିନେଶନ ଏବଂ ରେମୁନେରେଶନ କମିଟି ଗଠନ କରିବାକୁ ଆର୍‌ବିଆଇ ଗାଇଡ୍‌ଲାଇନରେ ପରାମର୍ଶ ଦେଇଛି। ଏହି କମିଟିରେ ଅନ୍ତତଃପକ୍ଷେ ୩ ଜଣ ଅଣ ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ରହିବେ। କମିଟିର ଅର୍ଦ୍ଧେକ ସଦସ୍ୟ ସ୍ବାଧୀନ ନିର୍ଦ୍ଦେଶକ ରହିବେ। ବୋର୍ଡରେ ଥିବା ରିସ୍କ ମ୍ୟାନେଜମେଣ୍ଟ କମିଟିରୁ ଥିବା ଜଣେ ସଦସ୍ୟ ସମ୍ପୃକ୍ତ ନିର୍ଦ୍ଦେଶକଙ୍କ ପ୍ରାର୍ଥୀତ୍ୱ ସ୍ଥିର କରିବେ ବୋଲି ଗାଇଡ୍‌ଲାଇନରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ଗତ ୨ ବର୍ଷରେ ୧୧ ହଜାର ଇଞ୍ଜିନିୟର ୫ ହଜାର ଡାକ୍ତର ଦେଶ ଛାଡିଛନ୍ତି, କାହିଁକି ପାକିସ୍ତାନର ହେଉଛି ଏମିତି ଅବସ୍ଥା?ଜାଣନ୍ତୁ…

ଇସଲମାବାଦ,୨୭।୧୨: ପାକିସ୍ତାନ ବର୍ତ୍ତମାନ ଇତିହାସରେ ସବୁଠାରୁ ଗୁରୁତର ପ୍ରତିଭା ପ୍ରସ୍ଥାନର ସମ୍ମୁଖୀନ ହେଉଛି। ଆର୍ଥିକ ଦୁର୍ଦ୍ଦଶା, ରାଜନୈତିକ ଅନିଶ୍ଚିତତା ଏବଂ ବୃତ୍ତିଗତ ସୁଯୋଗର ଅଭାବ ଏପରି...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri