ପିଏସ୍‌ବିଙ୍କ ପାଇଁ ଆର୍‌ବିଆଇ ଗାଇଡ୍‌ଲାଇନ;ବ୍ୟାଙ୍କ ବୋର୍ଡରେ ରହିପାରିବେନି ଏମ୍‌ପି, ବିଧାୟକ

ମୁମ୍ବାଇ,୪-୮: କେଉଁମାନେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବୋର୍ଡରେ ରହିପାରିବେ ସେନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଏମ୍‌ପି, ବିଧାୟକ, ମ୍ୟୁନିସିପାଲିଟି ଅବା କର୍ପୋରେଶନର ମୁଖ୍ୟମାନେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ(ପିଏସ୍‌ବି)ର ବୋର୍ଡ ଅଫ୍‌ ଡାଇରେକ୍ଟରରେ ସାମିଲ ହୋଇପାରିବେ ନାହିଁ। ଏହାଛଡ଼ା ବ୍ୟାଙ୍କର ଅଡିଟ ଦାୟିତ୍ୱରେ ଥିବା ଅଡିଟରଙ୍କ ପାର୍ଟନର ମଧ୍ୟ ବୋର୍ଡରେ ସ୍ଥାନ ପାଇପାରିବେ ନାହିଁ। ବ୍ୟାଙ୍କ ନିଜ ଇଚ୍ଛାରେ ଯେକୌଣସି ବ୍ୟକ୍ତିଙ୍କୁ ମନୋନୀତ କରିପାରିବ ନାହିଁ।
ଗାଇଡଲାଇନରେ କୁହାଯାଇଛି ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବୋର୍ଡରେ ସାମିଲ ଥିବା ଡାଇରେକ୍ଟର ପ୍ରତିଯୋଗୀ ବ୍ୟାଙ୍କ ବୋର୍ଡରେ ନିଯୁକ୍ତି ପାଇପାରିବେ ନାହିଁ। କେବଳ ସେତିକି ନୁହେଁ ସେମାନେ ଅନ୍ୟ କୌଣସି ଆର୍ଥିକ ସଂସ୍ଥା, ବୀମା କମ୍ପାନୀ, ଅଣ ଆର୍ଥିକ କମ୍ପାନୀ ତଥା ବାଣିଜି୍ୟକ ବ୍ୟାଙ୍କ, କୋଅପରେଟିଭ ବ୍ୟାଙ୍କ କିମ୍ବା ଆଞ୍ଚଳିକ ବ୍ୟାଙ୍କ ବୋର୍ଡରେ ସାମିଲ ହୋଇପାରିବେ ନାହିଁ। ସେହିପରି କିଣାବିକା, ଅର୍ଥ ଯୋଗାଣ, ଋଣ ପ୍ରଦାନ, ନିବେଶ ତଥା ଅନ୍ୟ ପାରା ବ୍ୟାଙ୍କିଙ୍ଗ କାର୍ଯ୍ୟକଳାପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବୋର୍ଡର ଡାଇରେକ୍ଟର ଭାବେ ନିଯୁକ୍ତ ହୋଇପାରିବେ ନାହିଁ। ଏହାଛଡ଼ା ୬ ବର୍ଷ ପର୍ଯ୍ୟନ୍ତ ଅତୀତରେ କୌଣସି ବ୍ୟାଙ୍କ, ଆର୍ଥିକ ସଂସ୍ଥା, ବୀମା କମ୍ପାନୀର ଡାଇରେକ୍ଟର ଭାବେ ନିଯୁକ୍ତ ହୋଇଥିଲେ ତାଙ୍କୁ ପିଏସ୍‌୍‌ବିରେ ସାମିଲ କରାଯାଇପାରିବ ନାହିଁ। ଡାଇରେକ୍ଟର ସିଧାସଳଖ ଭାବେ ଷ୍ଟକ୍‌ ବ୍ରୋକିଂ କାର୍ଯ୍ୟରେ ଲିପ୍ତ ହୋଇ ନଥିବେ। ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏଟ ହୋଇଥିବ ଏବଂ ତାଙ୍କର ବୟସ ୩୫ରୁ ୬୭ ବର୍ଷ ମଧ୍ୟରେ ହୋଇଥିଲେ ଜଣେ ଡାଇରେକ୍ଟର ଭାବେ ନିଯୁକ୍ତ ହୋଇପାରିବେ।
ଜଣେ ନିର୍ବାଚିତ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୩ ବର୍ଷ ପର୍ଯ୍ୟନ୍ତ ହେବ ଏବଂ ଆବଶ୍ୟକସ୍ଥଳେ ପୁନଃନିର୍ବାଚିତ ହେବା କ୍ଷେତ୍ରରେ ସେ ସର୍ବାଧିକ ୬ ବର୍ଷ ପର୍ଯ୍ୟନ୍ତ ଡାଇରେକ୍ଟର ଭାବେ କାର୍ଯ୍ୟ କରିପାରିବେ ବୋଲି ଗାଇଡଲାଇନରେ ଦର୍ଶାଯାଇଛି। ନିଯୁକ୍ତି ପାଇବାକୁ ଥିବା ଡାଇରେକ୍ଟର ନିଜ ବ୍ୟାଙ୍କ ସହ ସିଧାସଳଖ କୌଣସି ବ୍ୟବସାୟ, ପରାମର୍ଶଦାତା ସେବା ଯୋଗାଣରେ ସମ୍ପୃକ୍ତ ନ ଥିବେ ବୋଲି ଆର୍‌ବିଆଇ କହିଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ରାଜନୀତି ଠାରୁ ଦୂରେଇ ରଖିବା ଲାଗି ଏକ ନମିନେଶନ ଏବଂ ରେମୁନେରେଶନ କମିଟି ଗଠନ କରିବାକୁ ଆର୍‌ବିଆଇ ଗାଇଡ୍‌ଲାଇନରେ ପରାମର୍ଶ ଦେଇଛି। ଏହି କମିଟିରେ ଅନ୍ତତଃପକ୍ଷେ ୩ ଜଣ ଅଣ ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ରହିବେ। କମିଟିର ଅର୍ଦ୍ଧେକ ସଦସ୍ୟ ସ୍ବାଧୀନ ନିର୍ଦ୍ଦେଶକ ରହିବେ। ବୋର୍ଡରେ ଥିବା ରିସ୍କ ମ୍ୟାନେଜମେଣ୍ଟ କମିଟିରୁ ଥିବା ଜଣେ ସଦସ୍ୟ ସମ୍ପୃକ୍ତ ନିର୍ଦ୍ଦେଶକଙ୍କ ପ୍ରାର୍ଥୀତ୍ୱ ସ୍ଥିର କରିବେ ବୋଲି ଗାଇଡ୍‌ଲାଇନରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri