Posted inଖେଳ

ପ୍ରଥମ ଟି୨୦: ଭାରତ ୪ ଉଇକେଟରେ ବିଜୟୀ

ଲଡରହିଲ,୪।୮(ପି.ଟି.)- ବିଶ୍ୱକପ୍‌ ବିପର୍ଯ୍ୟୟ ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ବିଜୟ ହାସଲ କରିଛି। ସ୍ଥାନୀୟ ସେଣ୍ଟ୍ରାଲ ବ୍ରୋଓ୍ବାର୍ଡ ରିଜିଓନାଲ ପାର୍କ ଷ୍ଟାଡିୟମର ଟର୍ଫ ଗ୍ରାଉଣ୍ଡରେ ଶନିବାର ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଲୋ-ସ୍କୋରିଂ ପ୍ରଥମ ଟି୨୦ ମ୍ୟାଚ୍‌ରେ ୧୬ ବଲ ବାକି ରଖି ୪ ଉଇକେଟରେ ବିଜୟୀ ହୋଇଛି। ଏଥି ସହିତ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ଟସ୍‌ ଜିତି ଭାରତ ଓ୍ବେଷ୍ଟଇଣ୍ଡିଜ୍‌କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ଓ୍ବେଷ୍ଟଇଣ୍ଡିଜ୍‌ ନିୟମିତ ବ୍ୟବଧାନରେ ଉଇକେଟ ହରାଇବା ସହ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୯୫ ରନ ସଂଗ୍ରହ କରିଥିଲା। ଜବାବରେ ଭାରତ ୧୭.୨ ଓଭରରେ ୬ ଉଇକେଟ ବିନିମୟରେ ୯୮ ରନ କରି ବିଜୟୀ ହୋଇଛି।
୯୬ ରନ ଛୋଟିଆ ଟାର୍ଗେଟର ପିଛା କରି ଭାରତ ମଧ୍ୟ ଅନୁରୂପ ଭାବେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲେ ମଧ୍ୟ ବିଜୟୀ ହୋଇଥିଲା। ଇଞ୍ଜୁରିରୁ ପ୍ରତ୍ୟାବର୍ତ୍ତନ କରିଥିବା ଅଭିଜ୍ଞ ଓପନର ଶିଖର ଧାଓ୍ବନ ୧ ରନ କରି ସେଲଡ୍ରନ କଟ୍ରେଲଙ୍କ ଦ୍ୱାର ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ତାରକା ଓପନର ରୋହିତ ଶର୍ମା ୨ଟି ଲେଖାଏ ଚୌକା ଓ ଛକା ସହ ୨୫ ବଲରୁ ୨୪ ରନ କରି ସୁନୀଲ ନାରିନଙ୍କ ବଲ୍‌ ଲଙ୍ଗଅନ୍‌ରେ କିରନ ପୋଲାର୍ଡଙ୍କୁ କ୍ୟାଚ୍‌ ଦେଇଥିଲେ। ଏହା ପର ବଲ୍‌ରେ ରିଷଭ ପନ୍ତ ଖାତା ଖୋଲିବା ପୂର୍ବରୁ ଡିପ୍‌ ସ୍କୋୟାରରେ କଟ୍ରେଲଙ୍କୁ କ୍ୟାଚ୍‌ ଦେଇ ନାରିନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଏହାପରେ ମନୀଷ ପାଣ୍ଡେ ୧୯ ଓ କ୍ରୁନାଲ ପାଣ୍ଡ୍ୟା ୧୨ ରନ କରି କିମୋ ପଲ୍‌ଙ୍କ ଦ୍ୱାର କ୍ଲିନ୍‌ ବୋଲ୍ଡ ହୋଇଥିଲେ। ରବୀନ୍ଦ୍ର ଜାଡେଜା ୧୦ ଓ ଓ୍ବାଶିଂଟନ ସୁନ୍ଦର ଛକା ମାରି ୮ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ କଟ୍ରେଲ, ନାରିନ ଓ ପଲ ୨ଟି ଲେଖାଏ ଉଇକେଟ ହାସଲ କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ୍‌ର ଦୁଇଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁବାରେ ସକ୍ଷମ ହୋଇଥିଲେ। ଦଳର ୪ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରି ନ ଥିଲେ। କିରନ ପୋଲାର୍ଡ ସର୍ବାଧିକ ୪୯ ରନ ସଂଗ୍ରହ କରିଥିଲେ। ସେ ୪୯ ଟି ବଲର ସମ୍ମୁଖୀନ ହୋଇ ୨ ଚୌକା ଓ ୪ ଛକା ମାରିଥିଲେ। ତେବେ ଟି୨୦ ପଦାର୍ପଣ କରିଥିବା ଯୁବ ଦ୍ରୁତ ବୋଲର ନବଦୀପ ସଇନିଙ୍କ ଏକ ସିଧା ଫୁଲଲେନ୍ଥ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ବଲ ତାଙ୍କ ଡାହାଣ ଥାଇରେ ବାଜିଥିଲା। ଅମ୍ପାୟାର ଆଉଟ ନ ଦେବାରୁ କୋହଲି ରିଭ୍ୟୁ ନେଇଥିଲେ। ଶେଷରେ ସେ ଆଉଟ ଘୋଷିତ ହୋଇଥିଲେ। ସେହିପରି ଉଇକେଟକିପର ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ୧୬ଟି ବଲର ସମ୍ମୁଖୀନ ହୋଇ ଗୋଟିଏ ଚୌକା ଓ ୨ଟି ଛକା ସହ ୨୦ ରନ କରିଥିବା ବେଳେ ସଇନିଙ୍କ ବଲ୍‌କୁ ଖେଳିବାକୁ ଯାଇ ବିଟ୍‌ ହୋଇଥିଲେ। ବଲ୍‌ ବ୍ୟାଟ୍‌ର ଟପ୍‌ ଏଜ୍‌ ନେଇଥିଲା ଓ ଉଇକେଟକିପର ରିଷଭ ପନ୍ତ ତାଙ୍କ କ୍ୟାଚ୍‌ ନେଇଥିଲେ। ଓପନର ଜନ୍‌ କ୍ୟାମ୍ପବେଲ, ଏଭିନ ଲୁଇସ୍‌ ଖାତା ଖୋଲିବା ପୂର୍ବରୁ ଯଥାକ୍ରମେ ଓ୍ବାଶିଂଟନ ସୁନ୍ଦର ଓ ଭୁବନେଶ୍ୱର କୁମାରଙ୍କ ଦ୍ୱାରା ଆଉଟ ହୋଇଥିଲେ। ସେହିପରି ସିମରନ ହେଟମେୟର ମଧ୍ୟ କୌଣସି ରନ୍‌ ନ କରି ସଇନିଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ରୋଭମନ ପାଓ୍ବେଲ ୪ ରନ କରି ଖଲିଲ ଅହମ୍ମଦଙ୍କ ବଲ୍‌ରେ ପନ୍ତଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଅଧିନାୟକ କାର୍ଲୋସ ବ୍ରାଥଓ୍ବେଟ୍‌ ୯ ରନ କରି କ୍ରୁନାଲ ପାଣ୍ଡ୍ୟାଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ସୁନୀଲ ନାରିନ ୨ ରନ କରି ରବୀନ୍ଦ୍ର ଜାଡେଜାଙ୍କ ବଲ୍‌ରେ ଖଲିଲ ଅହମ୍ମଦଙ୍କୁ କ୍ୟାଚ୍‌ ଦେଇଥିଲେ। କିମୋ ପଲ ୩ ରନ କରି କଭରରେ କୋହଲିଙ୍କୁ କ୍ୟାଚ୍‌ ଦେଇ ଭୁବନେଶ୍ୱରଙ୍କ ବଲ୍‌ରେ ଆଉଟ ହୋଇଥିଲେ। ସେଲଡ୍ରନ କଟ୍ରେଲ ଓ ଓଶେନ ଥୋମାସ ବିନା ସ୍କୋରରେ ଅପରାଜିତ ଥିଲେ। ବୋଲିଂରେ ଭାରତ ତରଫରୁ ସଇନି ସର୍ବାଧିକ ୩, ଭୁବନେଶ୍ୱର ୨, ସୁନ୍ଦର, ଅହମ୍ମଦ, କ୍ରୁନାଲ ଓ ଜାଡେଜା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପଦାର୍ପଣରେ ସଇନିଙ୍କ ଚମକ
ଟି୨୦ ପଦାର୍ପଣରେ ସଇନି ତାଙ୍କ ପ୍ରଥମ ଓଭରରେ ୨ ଉଇକେଟ ନେଇ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଭାରତ ପାଇଁ ଦ୍ୱିତୀୟ ବୋଲରଭାବେ ଏହି ସଫଳତା ହାସଲ କରିଛନ୍ତି। ପୂର୍ବରୁ ୨୦୦୯ରେ ଟ୍ରେଣ୍ଟବ୍ରିଜ୍‌ରେ ବାଂଲାଦେଶ ବିପକ୍ଷରେ ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ପଦାର୍ପଣ କରି ତାଙ୍କ ପ୍ରଥମ ଓଭରରେ ଦୁଇଟି ଉଇକେଟ ଅକ୍ତିଆର କରିଥିଲେ। ପଞ୍ଚମ ଓଭରରେ ବୋଲିଂ କରିବାକୁ ଆସି ସଇନି ଚତୁର୍ଥ ଓ ପଞ୍ଚମ ବଲ୍‌ରେ ପୁରନ ଓ ହେଟମେୟରଙ୍କୁ ଆଉଟ କରିଥିଲେ। ତେବେ ସେ ହ୍ୟାଟ୍ରିକ ନେବାରେ ବିଫଳ ହୋଇଥିଲେ। ଅନ୍ତିମ ଓଭରରେ ସଇନି କୌଣସି ରନ୍‌ ନ ଦେଇ ମେଡେନ ନେବା ସହ ପୋଲାର୍ଡଙ୍କୁ ଆଉଟ କରିଥିଲେ। ୪ ଓଭର ବୋଲିଂ କରି ସେ ୧୭ ରନ ବିନିମୟରେ ୩ଟି ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୯୫/୯
(ପୋଲାର୍ଡ- ୪୯, ପୁରନ- ୨୦, ସଇନି- ୩/୧୭, ଭୁବନେଶ୍ୱର- ୨/୧୯)।
ଭାରତ ୧୭.୨ ଓଭରରେ ୯୮/୬
(ରୋହିତ- ୨୪, କୋହଲି- ୧୯, ମନୀଷ- ୧୯, କ୍ରୁନାଲ- ୧୨, ଜାଡେଜା- ୧୦*, କଟ୍ରେଲ-୨/୨୦, ନାରିନ- ୨/୧୪, ପଲ- ୨/୨୩)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri