ପାର୍ସଲ ବଗିରୁ ସାମଗ୍ରୀ ଚୋରି ଘଟଣାର ପର୍ଦ୍ଦାଫାଶ: ଷ୍ଟେଶନ ମାଷ୍ଟର ସମେତ ୩ ଗିରଫ

ଭଦ୍ରକ ଅଫିସ, ୪ା୧୨- ବିଭିନ୍ନ ଟ୍ରେନର ପାର୍ସଲ ଭ୍ୟାନରେ ପଠାଯାଉଥିବା ପ୍ୟାକେଟ୍‌କୁ ଚତୁରତାର ସହ ଖୋଲି ସେଥିରୁ ସାମଗ୍ରୀ ଚୋରି କରାଯିବା ଘଟଣାର ପର୍ଦ୍ଦାଫାଶ ହୋଇଛି। ଦୁଇଦିନ ତଳେ ହାଓଡ଼ା-ତିରୁଚିରାପଲ୍ଲୀ ଟ୍ରେନର ପାର୍ସଲ ବଗି ଖୋଲି ସେଥିରେ ଥିବା ପ୍ୟାକେଟ୍‌ରୁ ଲକ୍ଷାଧିକ ଟଙ୍କାର ଦାମୀ ଶାଢ଼ି ଚୋରି କରି ନିଆଯାଇଥିଲା। ଏହିି ଘଟଣାରେ ଖୋଳତାଡ କରୁଥିବା ଭଦ୍ରକ ଆର୍‌ପିଏଫ୍‌ କୌଣସି ସୂତ୍ରରୁ ସୂଚନା ପାଇ ଇଷ୍ଟ କୋଷ୍ଟ ରେଳବାଇ ଅଧୀନ ମଞ୍ଜୁରିରୋଡ଼ ଷ୍ଟେଶନରେ ମଙ୍ଗଳବାର ଚଢାଉ କରିଥିଲା। ଆର୍‌ପିଏଫ୍‌ ଆଇଆଇସି ବିକାଶ ରଞ୍ଜନ ସିଂ ଓ ଏସ୍‌ଆଇ ଲାଲବିହାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢାଉ କରି ପାର୍ସଲ ବଗିରୁ ପ୍ୟାକେଟ୍‌ ଖୋଲି ଚୋରି କରି ନିଆଯାଇଥିବା କେତେକ ଦାମୀ ଲୁଗା ସେଠାକାର ଷ୍ଟେଶନ ପରିସରରୁ ଜବତ କରିଥିଲା। ଏହି ଘଟଣାରେ ଆର୍‌ପିଏଫ୍‌ ମଞ୍ଜୁରିରୋଡ଼ ଷ୍ଟେଶନ ମାଷ୍ଟର କୁର୍ତ୍ତବର୍ମା ଓଝାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।
ଗିରଫ ଷ୍ଟେଶନ ମାଷ୍ଟରଙ୍କ ଘର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଣିଆ ଗାଁରେ । ଅନ୍ୟ ଦୁଇ ଗିରଫ ଅଭିଯୁକ୍ତ ହେଲେ ରେଳ କର୍ମଚାରୀ ଟୋକେନ ପୋର୍ଟର ଖୋର୍ଦ୍ଧା ଜିଲା ରାମଚନ୍ଦ୍ରପୁର ଗାଁର ସାମସନ ବିଶ୍ୱାଳ ଏବଂ ମଞ୍ଜୁରିରୋଡ଼ ନିକଟସ୍ଥ ସାତଶୋଳା ଗାଁର ସହଯୋଗକାରୀ ସନ୍ତୋଷ ସେନାପତି। ଏହି ୩ ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ଭଦ୍ରକ ଉପକାରାଗାରକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଟୋ ଡ୍ରାଇଭର ଫେରାର ରହିଛନ୍ତି। ତାଙ୍କୁ ଧରିବା ଲାଗି ତନାଘନା ଚାଲିଛି। ଏହି ସାମଗ୍ରୀ ଚୋରି ଘଟଣାରେ ଦଫା ୩-ଏ, ଏଆର୍‌ପିଏଫ୍‌ ଅନୁଯାୟୀ ଏକ ମାମଲା (ନଂ ୧୪/୧୯) ରୁଜୁ କରାଯାଇଛି। ଭଦ୍ରକ ଆର୍‌ପିଏଫ୍‌ ଆଇଆଇସି ସିଂ ଏହି ସୂଚନା ଦେଇ କହିଛନ୍ତି ଯେ, ମଞ୍ଜୁରିରୋଡ଼ ଦେଇ ଯାତାୟାତ କରୁଥିବା ବିଭିନ୍ନ ଟ୍ରେନକୁ ଷ୍ଟେଶନରେ ଅଟକା ସେଥିରେ ସଂଲଗ୍ନ ପାର୍ସଲ ଭ୍ୟାନ ଖୋଲି ବିଭିନ୍ନ ପ୍ୟାକେଟରେ ଯାଉଥିବା ସାମଗ୍ରୀ ଚୋରି କରି ନିଆଯାଉଥିଲା। ପୂର୍ବରୁ ଏଭଳି ଚୋରି ସମ୍ପର୍କରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ପତ୍ତା ମିଳୁ ନ ଥିଲା। ମଙ୍ଗଳବାର ଭଦ୍ରକ ରେଳବାଇ ପୋଲିସର ଚଢାଉ ବେଳେ ଷ୍ଟେଶନ ପରିସରସ୍ଥିତ ଏକ କୋଠରିରୁ ଲୁଟ୍‌ ଦାମୀ ଶାଢି ଠାବ କରାଯିବାରୁ ରହସ୍ୟ ଉପରୁ ପର୍ଦ୍ଦା ହଟିଥିଲା। ଏ ନେଇ ଆହୁରି ଅଧିକ ତଦନ୍ତ ଜାରି ରହିଥିବା ଆଇଆଇସି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri