ପାରା ଦେହରେ ସ୍ବସ୍ଥାନକୁ ଫେରିଗଲେ ମା’ ଖିଲାମୁଣ୍ଡା

ରଣପୁର,୧୦।୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ମାଳଜଙ୍ଗଲ ଭିତରେ ବିଜେ ଆରାଧ୍ୟା ଦେବୀ ମା’ ଖିଲାମୁଣ୍ଡା ରଣପୁର ରାଜାଙ୍କ ନିମନ୍ତ୍ରଣରେ ଗତ ଦ୍ୱିତୀୟା ଓଷାଠାରୁ ଷୋଳପୂଜା ପାଇଁ ରଣପୁର ରାଜନଅରରେ ଅବସ୍ଥାପନ କରିବା ପରେ ରଣପୁର ଚଳଚଞ୍ଚଳ ହୋଇଉଠିଥିଲା ।ପ୍ରତ୍ୟେକ ବର୍ଷ ମା’ ଖିଲାମୁଣ୍ଡାଙ୍କୁ ଦଶହରା ଦିନ ଭକ୍ତମାନେ ରଣପୁର ଦଶହରା ପଡିଆରେ ପୂଜାର୍ଚ୍ଚନା କରି ବିଦାୟ ଦେଇଥାନ୍ତି ା ସେହି ବିଦାୟ ବେଳେ ସାତ ଥର ତୋପ ସଲାମି ଦିଆଯାଇଥାଏ । ତା’ପରେ ମା’ ଖିଲାମୁଣ୍ଡା ଏକ ପାରା ଦେହରେ ସ୍ବସ୍ଥାନକୁ ଫେରିଥାନ୍ତି ବୋଲି ବିଶ୍ୱାସ ରହିଛି। ଏହିଭଳି ଏକ ନିଆରା ଉତ୍ସବ ଦେଖିବା ପାଇଁ ରଣପୁର ଓ ଏହାର ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ଚଳିତ ବର୍ଷ ରୁଣ୍ଡ ହୋଇଥିଲେ ।
ଏକ ଘଞ୍ଚ ଜଙ୍ଗଲ ମଧ୍ୟରୁ କାଠି ସାହାଯ୍ୟରେ ମା’ ଖିଲାମୁଣ୍ଡା ଆସି ରଣପୁର ରାଜବାଟୀରେ ରହି ପୂଜା ପାଆନ୍ତି। ପ୍ରତ୍ୟେକ ଦିନ ଶହ ଶହ ଭକ୍ତ ମା’ଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥାନ୍ତି । ରାଜନଅରରୁ ସୋମବାର ସନ୍ଧ୍ୟା ୭ଟାରେ ଭକ୍ତମାନଙ୍କ ସହିତ ରଣପୁର ରାଜା ସାହେବ ଦିଲୀପ ଚନ୍ଦ୍ର ସିଂଦେଓ, ସେନାପତି, ମନ୍ତ୍ରୀ, କଟୁଆଳ ଏବଂ ରାଜ ପୁରୋହିତଙ୍କ ସମେତ ହଜାର ହଜାର ଭକ୍ତ ଏକତ୍ର ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ । ଘଣ୍ଟା କାହାଳି ବାଦ୍ୟ ସହ ବାଣ ଫୁଟାଇ ଶୋଭାଯାତ୍ରାରେ ରଣପୁର ସହର ପରିକ୍ରମା ପରେ ମା’ ଖିଲାମୁଣ୍ଡାଙ୍କୁ ହାଟସାହିଠାରେ ଥିବା ଦଶହରା ପଡିଆରେ ପହଞ୍ଚାଇ ଥିଲେ । ସେଠାରେ ରାଜା ମା’ ଖିଲାମୁଣ୍ଡାଙ୍କୁ ପୂଜାର୍ଚ୍ଚନା କରିଥିଲେ। ସେହି ସମୟ ପୂର୍ବରୁ ପ୍ରସ୍ତୁତ ଥିବା ଏକ ପାରାକୁ ଆକାଶକୁ ଛଡ଼ାଯାଇଥିଲା। ଅନ୍ଧାର ରାତିରେ ଉକ୍ତ ପାରା ଦେହରେ ମା’ ଖିଲାମୁଣ୍ଡା ବିଜେ କରି ରାଆଁଳକୁ ଚାଲିଯାଇଥିଲେ । ଠିକ୍‌ ସେହି ସମୟରେ ମା’ଙ୍କୁ ବିଦାୟ ଦେବା ପାଇଁ ୭ ଥର ତୋପ ଧ୍ୱନିରେ ସଲାମି ଦିଆଯାଇଥିଲା । ଏଠାରୁ ଛଡ଼ା ଯାଇଥିବା ପାରା ପରଦିନ ମାଳ ଅଞ୍ଚଳରେ ଥିବା ମା’ଙ୍କ ମନ୍ଦିର ପାଖରେ ମରିପଡିଥିବାର ସ୍ଥାନୀୟ ଅଞ୍ଚଳବାସୀ ଦେଖିଥିଲେ । ମା’ ଖିଲାମୁଣ୍ଡା ନିଜ ଆସ୍ଥାନକୁ ଫେରିଆସିଲେ ବୋଲି ଏହି ଅଞ୍ଚଳର ଆଦିବାସୀମାନଙ୍କ ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨: ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର, ଆପଣ କିଣୁନାହାନ୍ତି ତ ?

ଭୁବନେଶ୍ବର,୧୮।୨: ରାଜ୍ୟରେ ବିକ୍ରି ହେଉଛି ନିମ୍ନ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବୁଧବାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…

ସରକାରଙ୍କ ବଡ ପଦକ୍ଷେପ: ରସୁଲଗଡ଼ରେ ହେବ ୫୦୦ ମିଟରର ସ୍କାଏୱାକ୍‌

ଭୁବନେଶ୍ବର,୧୮।୨: ରାଜଧାନୀର ଜାତୀୟ ରାଜପଥ-୧୬ରେ ଆଉ ରହିବନି ଦୁର୍ଘଟଣାର ଭୟ। ପଥଚାରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା NHAI। ପଳାଶୁଣିରୁ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri