ବିଜୟା ଦଶମୀରେ ଶ୍ରୀରଘୁନାଥଜୀଉଙ୍କ ସୁନାବେଶ

ଓଡ଼ଗାଁ,୧୦ା୧୦(ସ୍ବ.ପ୍ର.): ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ମନ୍ଦିରରେ ସୋମବାର ବିଜୟା ଦଶମୀ ପାଳିତ ହୋଇଯାଇଛି। ଏହି ତିଥିରେ ପ୍ରଭୁ, ମା’ ସୀତା ଓ ଅନୁଜ ଲକ୍ଷ୍ମଣ ସୁନା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ରାମାୟଣ ଅନୁସାରେ ଏହି ଦିନ ପ୍ରଭୁ ମା ଦୁର୍ଗାଙ୍କୁ ୧୦୮ ପଦ୍ମ ଅର୍ପଣ କରିବା ସହିତ ଲଙ୍କାଧୀଶ ରାବଣକୁ ବଧକରି ମା’ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଅବସରରେ ରାତି ୮ଟାରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ପାଇ ବିଜେ ପ୍ରତିମା ମଣି ବିମାନରେ ବିଜେ କରି ପଟୁଆରରେ ନଗର ଭ୍ରମଣ କରିଥିଲେ। ଶ୍ରୀଜୀଉଙ୍କ ପଟୁଆରରେ ଛତ୍ରୀ, ତ୍ରାସ, ଘୋଡା, ବାଘ ନାଚ ସହିତ ବାଣ ରୋଶଣି ସ୍ଥାନ ପାଇଥିଲା। ବିଜୟ ମଣ୍ଡପ ସାହି ମୁଣ୍ଡରେ ଥିବା ଦଶହରା ମଣ୍ଡପରେ ଶ୍ରୀଜୀଉଙ୍କୁ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ପୁନଶ୍ଚ ଶ୍ରୀଜୀଉ ପଟୁଆରରେ ନଗର ଭ୍ରମଣ ସାରି ରାତି ପ୍ରାୟ ୧୦ଟାରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ରାତ୍ରଧୂପ ଓ ବଡ ସିଂହାର ନୀତି ପରେ ରାତି ୧୧ଟାରେ ମନ୍ଦିର ପହୁଡ ହୋଇଥିଲା । ପାଳିଆ ପଣ୍ଡା ସଞ୍ଜୀବ ନନ୍ଦ, ମନ୍ଦିର ପରିଚ୍ଛା ହରିବନ୍ଧୁ ଷଡଙ୍ଗୀ, ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର, ପୂଜକ ପରିଷଦ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରୀରଘୁନାଥଜୀଉଙ୍କ ପାର୍ଶ୍ୱ ଦେବଦେବୀ ଭାବେ ପୂଜିତ ମା’ ଦୁର୍ଗାଙ୍କ ପୀଠରେ ମହା ସପ୍ତମୀ, ମହା ଅଷ୍ଟମୀ, ନବମୀ ଓ ଦଶମୀରେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆପତ୍ତିଜନକ ଇଙ୍ଗିତ କରିବା ପାକିସ୍ତାନ ଅଧିନାୟିକାଙ୍କୁ ପଡ଼ିଲା ମହଙ୍ଗା

ଦୁବାଇ, ୭ା୯: ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଶନିବାର ଚଳିତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ର…

୧୮୬ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମଝି ଆକାଶରେ ଘଟିଲା…

ନୂଆଦିଲ୍ଲୀ,୭।୯: ସୋମବାର କୁଆଲାଲମ୍ପୁରରୁ ଜେଦ୍ଦା ଯାଉଥିବା ମାଲେସିଆ ଏୟାରଲାଇନ୍ସର ଏକ ବିମାନର ଇଞ୍ଜିନରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହାକୁ ଚେନ୍ନାଇ ଅଭିମୁଖେ ଡାଇଭର୍ଟ କରାଯାଇଥିଲା। ବିମାନରେ ୧୮୬…

ଅଧ୍ୟାପକଙ୍କ ଅକାଳ ବିୟୋଗ: ଖେଳିଗଲା ଶୋକର ଛାୟା

କର୍ଲାମୁଣ୍ଡା,୭।୯ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ଅନ୍ତର୍ଗତ କୁନ୍ଦେଇପାଲି ଗ୍ରାମର ଯୁବ ଅଧ୍ୟାପକ କୁମୁଦଚନ୍ଦ୍ର ବାଗ (୪୮)ଙ୍କର ଆଜି ଅକାଳ…

ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଭାଇ, କୋର୍ଟ ଶୁଣାଇଲେ କଠୋର ଦଣ୍ଡ

କେନ୍ଦୁଝର,୭ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦୌରାଜଜ୍‌ ଗୋପାଳ ଚନ୍ଦ୍ର ବେହେରା ସୋମବାର ଏକ ହତ୍ୟା ମାମଲାରେ ଶୁଣାଣି କରି ଅଭିଯୁକ୍ତ ପ୍ରସନ୍ନ ବାରିକଙ୍କୁ ଆଜୀବନ…

ଭାରତରେ ସୁନା ଆମଦାନୀରେ ବମ୍ପର ହ୍ରାସ, PM ମୋଦିଙ୍କ ଅପିଲ ନା ଆଉ କିଛି କାରଣ? ଜାଣନ୍ତୁ…

ନୂଆଦିଲ୍ଲୀ,୭।୯: ଭାରତରେ ସୁନାର ଚାହିଦା ଏବଂ ଆମଦାନୀକୁ ନେଇ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରକାଶିତ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ…

ଚାକିରି ନୁହେଁ ବ୍ୟବସାୟରେ ରାଜ୍‌ କରନ୍ତି ଏହି ୬ ରାଶି, ନିଜ ଦମ୍‌ରେ ପାଆନ୍ତି ବଡ଼ ସଫଳତା

ବ୍ୟବସାୟ ଦୁନିଆରେ କିଛି ଲୋକ ଖୁବ କମ ସମୟରେ ସଫଳତାର ଶୀର୍ଷରେ ପହଞ୍ଚିଯାଆନ୍ତି, ଆଉ କିଛି ଲୋକ ବର୍ଷ ବର୍ଷ ଧରି ପରିଶ୍ରମ କରିବା ପରେ ମଧ୍ୟ…

ଏମିତି କାମ କରି ଗର୍ଲଫ୍ରେଣ୍ଡଙ୍କ ହୃଦୟ ଜିତିଲେ ଇଶାନ କିଶାନ: ଭାଇରାଲ ହେଉଛି…

ନୂଆଦିଲ୍ଲୀ,୭।୯: ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଦିନ ପାଇଁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ବିଶାଳ ଭିଡ଼ ହୋଇଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ରନର ଝଡ଼ ଦେଖିବା…

ଭୟରେ ଝାରମୁଣ୍ଡାବାସୀ; ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ସୁରକ୍ଷା ବାଡ଼…

ରିଷିଡା,୭।୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଝାରମୁଣ୍ଡା ଗ୍ରାମରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri