ପାନ ଦୋକାନରୁ ଜବତ ହେଲା କୋରେକ୍ସ

ନୟାଗଡ଼ ଅଫିସ,୨।୭-ନୟାଗଡ଼ ମ୍ୟୁନିସିପାଲିଟି ଓ ଟାଉନ ପୋଲିସ ପକ୍ଷରୁ ନୟାଗଡ଼ ସହରର ବିଭିନ୍ନ ଉଠାଦୋକାନ ଉପରେ ସୋମବାର ଚଢ଼ାଉ କରାଯାଉଛି। କ୍ୟାବିନ୍‌ କରି ପାନ ଦୋକାନ କରିଥିବା ବେଳେ ଭିତରେ କୋରେକ୍ସ ବିକ୍ରି କରୁଥିବା ଅଭିଯୋଗରେ ଜଣେ ଦୋକାନୀଙ୍କୁ ଗିରଫ କରାଯାଇଛି। ସେ ହେଲେ ସେକ୍‌ ସକୁରୁ। ସେକ୍‌ ସକୁରୁ ଜିଲା ମୁଖ୍ୟ ଚିକିତ୍ସାଳୟ ଫାଟକ ନିକଟରେ ଏକ ପାନ ଦୋକାନ କରି କୋରେକ୍ସ ବିକ୍ରି କରୁଥିଲେ। ସୋମବାର ଚଢ଼ାଉରେ ତାଙ୍କ ଦୋକାନରୁ ୪୮ଟି କୋରେକ୍ସ ବୋତଲ ଜବତ ହୋଇଥିଲା। ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ପ୍ରକାଶ କରିଛନ୍ତି। ସେହିଭଳି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ଫାଟକ ନିକଟରେ ଥିବା ସମସ୍ତ କ୍ୟାବିନ୍‌କୁ ସୋମବାର ବନ୍ଦ କରାଯାଇଛି। ରାଜପଥ କଡ଼ରେ ଦୋକାନୀମାନେ କ୍ୟାବିନ୍‌ କରି ଜିନିଷ ବିକ୍ରି କରୁଥିବାରୁ ବିଭିନ୍ନ ସମୟରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଉଛି। ଏହି ସମସ୍ୟାର ସମାଧାନ କରିବା ପାଇଁ ସହରରେ ଥିବା ବିଭିନ୍ନ ରାଜପଥ କଡ଼ରୁ ଉଠା ଦୋକାନୀଙ୍କୁ ହଟାଯାଇଛି। ଓଡ଼ଗାଁ ଛକରେ ଥିବା କ୍ୟାବିନ୍‌, ମେଡ଼ିକାଲ ନିକଟରେ ଥିବା କ୍ୟାବିନ୍‌, ଖଣ୍ଡପଡ଼ା ରୋଡ଼ରେ ଥିବା ଉଠାଦୋକାନକୁ ହଟା ଯାଇଛି। ମଙ୍ଗଳବାର ସହରର ଅନ୍ୟ ସ୍ଥାନରେ ରାଜପଥ କଡ଼ରେ ଥିବା ଉଠାଦୋକାନକୁ ସିଲ୍‌ କରାଯିବ । ମାସେ ଧରି ଏହିଭଳି ଚଢ଼ାଉ ଚାଲିବ ବୋଲି ସୂଚନା ମିଳିଛି। ନୟାଗଡ଼ ମ୍ୟୁନିସିପାଲିଟିର ସାନିଟାରୀ ଇନ୍ସପେକ୍ଟର ଲକ୍ଷ୍ମୀଧର ସାହୁ, ୱାରେଣ୍ଟ ଅଫିସର ନାରାୟଣ ନାୟକ, ଟାଉନ ପୋଲିସ ଏଏସ୍‌ଆଇ ଅଶୋକ ମହାନ୍ତି ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri