ପାଣିରେ ପଡ଼ିଲା ନାବାର୍ଡର ୪.୨୪ କୋଟି

ଯାଜପୁର ଅଫିସ,୨୬ା୨: ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି (ଆର୍‌ଆଇଡିଏଫ୍‌) ବୈଠକରେ ଯାଜପୁର ଜିଲା ଗ୍ରାମ୍ୟ ନିର୍ମାଣ (ଆର୍‌ଡବ୍ଲ୍ୟୁ) ଡିଭିଜନର ବିଭିନ୍ନ ପ୍ରକଳ୍ପର ଅଗ୍ରଗତିକୁ ନେଇ ନାବାର୍ଡ କର୍ତ୍ତୃପକ୍ଷ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜିଲାର ୬ଟି ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ଥିବାରୁ ଏଥିରେ ଖର୍ଚ୍ଚ ହୋଇଥିବା ସମୁଦାୟ ୪କୋଟି ୨୪ ଲକ୍ଷ ୬ହଜାର ଟଙ୍କା ପାଣିରେ ପଡ଼ିଛି। ଏହାସହ ଅତି ମନ୍ଥର ଗତିରେ ପ୍ରକଳ୍ପଗୁଡ଼ିକ ଚାଲିଥିବାରୁ ନାବାର୍ଡର ଲକ୍ଷ୍ୟ ପୂରଣ ହୋଇପାରୁନାହିଁ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିପାଇଁ ମନ୍ଥର ଗତିରେ ଚାଲିଥିବା ପ୍ରକଳ୍ପଗୁଡ଼ିକର ଖର୍ଚ୍ଚ ଅନୁସାରେ ତୁରନ୍ତ ସମ୍ପନ୍ନ କରିବାକୁ ଗ୍ରାମ୍ୟ ନିର୍ମାଣ ବିଭାଗର ଚିଫ୍‌ ଇଞ୍ଜିନିୟର ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ଗ୍ରାମ୍ୟ ନିର୍ମାଣ ବିଭାଗରେ ଗ୍ରାମାଞ୍ଚଳକୁ ଗମନାଗମନ ସୁଯୋଗ ସୃଷ୍ଟି କରିବା ପରିବର୍ତ୍ତେ ଠିକାଦାରୀ ରାଜନୀତି ଅଣାୟତ୍ତ ହେଉଥିବା ମନେ ହୋଇଛି। ରାଜନୈତିକ ହସ୍ତକ୍ଷେପ ଓ ବ୍ୟାପକ ପିସି କାରବାର ଯୋଗୁ ଜିଲାବାସୀ ଉପଯୁକ୍ତ ଗମନାଗମନରୁ ବଞ୍ଚତ୍ତ ହେଉଛନ୍ତି।
ଗ୍ରାମ୍ୟ ନିର୍ମାଣ ବିଭାଗରୁ ମିଳିଥିବା ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (ଏମ୍‌ଏମ୍‌ଏସ୍‌ୱାଇ)ରେ ୩ଟି ପ୍ରକଳ୍ପ ମନ୍ଥର ଗତିରେ ଚାଲିଛି। ଖପୁରିଆପଦାରୁ ବ୍ରାହ୍ମଣଗାଁ ରାସ୍ତା ପାଇଁ ୨୦୧୫ରେ ୬୧.୬ଲକ୍ଷ ଟଙ୍କା ଆବଣ୍ଟିତ ହୋଇଥିଲା। ସେଥିମଧ୍ୟରୁ ମାତ୍ର ୧୭.୫୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୮.୫୮ପ୍ରତିଶତ କାର୍ଯ୍ୟ ଅଗ୍ରଗତି ହୋଇ ପାରିଛି। ତେବେ ଏହି ପ୍ରକଳ୍ପକୁ ବେସରକାରୀ ଜମି ବିବାଦ ରହିଥିବା କାରଣ ଦର୍ଶାଇ କାର୍ଯ୍ୟ ବନ୍ଦ କରାଯାଇଛି। ଆରଡି ରାସ୍ତାରୁ ଟୋଲକନା ଏମ୍‌ଏମ୍‌ଏସ୍‌ୱାଇ ରାସ୍ତା ନିର୍ମାଣ ପାଇଁ ୨୦୧୫ରେ ୧୭୩.୬୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ମାତ୍ର ୪୫ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏହି ପ୍ରକଳ୍ପ ମଧ୍ୟ ଜମି ବିବାଦ ଯୋଗୁ ବ୍ୟାଘାତ ହୋଇଛି। ଉତ୍ତରପ୍ରତାପ ଠାରୁ ରାଖିପାଟନା ଏମ୍‌ଏମ୍‌ଏସ୍‌ୱାଇ ରାସ୍ତା ପାଇଁ ୭୯.୬୬ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ୨୭.୮୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଯାହାକି ଜମି ବିବାଦ ରାସ୍ତା ନିର୍ମାଣରେ ଅନ୍ତରାୟ ସାଜିଛି ବୋଲି ବିଭାଗ ପକ୍ଷରୁ ରିପୋର୍ଟରେ ଦର୍ଶାଯାଇଛି। ଯଦି ପୂର୍ବରୁ ଆବଶ୍ୟକ ଅନୁସାରେ ସର୍ଭେ କରାଯାଇଥାନ୍ତା ତେବେ ନାବାର୍ଡର ଉପରୋକ୍ତ ଖର୍ଚ୍ଚ ହୋଇଥିବା ୪୫.୮୪ଲକ୍ଷ ଟଙ୍କା ପାଣିରେ ପଡି ନ ଥାନ୍ତା। ଏଥିପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଛାଡ଼ି ଦିଆଯାଇଥିବା ଭଳି ଉଦାହରଣ ଜିଲାରେ ରହିଛି। ଉପରୋକ୍ତ ୩ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିବାରୁ ଆଖପାଖ ଅଞ୍ଚଳର ପ୍ରାୟ ୩୦ଖଣ୍ଡ ଗ୍ରାମବାସୀ ଉପଯୁକ୍ତ ଗମନାଗମନ ସୁବିଧାରୁ ବଞ୍ଚତ୍ତ ରହିଛନ୍ତି। ସେହିପରି ବରୀ-ବିଞ୍ଝାରପୁର ରାସ୍ତାର ଚିଙ୍ଗୁଡିଆ ନାଳରେ ୨୦୧୩ରେ ଏକ ବ୍ରିଜ ନିର୍ମାଣ କରିବାକୁ ନାବାର୍ଡ ଅନୁଦାନରେ ୫କୋଟି ୭୪ ଲକ୍ଷ ୨୬ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ୧ କୋଟି ୧୬ ଲକ୍ଷ ୯୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ମାତ୍ର ୨୦ ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ତାହା ବନ୍ଦ ପଡିଛି। ଏହି ପ୍ରକଳ୍ପ ଜିଲାର ଉଭୟ ବରୀ ଓ ବିଞ୍ଝାରପୁର ବ୍ଲକର ହଜାର ହଜାର ଲୋକଙ୍କ ପାଇଁ ସ୍ବପ୍ନର ପ୍ରକଳ୍ପ ରହିଥିଲା। ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ତାହା ୭ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇ ପାରି ନାହିଁ। ଯାଜପୁର ଡିଭିଜନ-୧ ଅନ୍ତର୍ଗତ ମାଳଆନନ୍ଦପୁରରୁ ଅଡ଼ଙ୍ଗା ବ୍ରିଜ ମଧ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ଏହି ପ୍ରକଳ୍ପ ପାଇଁ ୨୦୧୪ରେ ୨କୋଟି ୧୨ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ୧କୋଟି ୧୫ଲକ୍ଷ ୪୪ହଜାର ଟଙ୍କା ଖର୍ଚ୍ଚ ହୋଇସାରିଛି। ୫୪.୨୧ପ୍ରତିଶତ କାର୍ଯ୍ୟ ସମ୍ପନ୍ନ ହୋଇଥିବାବେଳେ ବନ୍ୟା ନଦୀବନ୍ଧ ଜୋନ୍‌ରେ ଯାଉଥିବାରୁ ତାହା ବିବାଦରେ ବନ୍ଦ ରହିଛି। ଏହି ପ୍ରକଳ୍ପ ଅସମ୍ପୂର୍ଣ୍ଣ କାରଣରୁ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମନ୍ଦାରଖଣ୍ଡ ଛକରୁ ବବଲପୁରିଆ ଭଅଁରା ଶାସନ ରାସ୍ତା ପାଇଁ ୨ କୋଟି ୪୨ ଲକ୍ଷ ୩୮ ହଜାର ଟଙ୍କା ମଞ୍ଜୁର ହୋଇଥିବାବେଳେ ସେଥିରୁ ୧ କୋଟି ୪୫ ଲକ୍ଷ ୮୬ ହଜାର ଟଙ୍କା ଖର୍ଚ୍ଚ ହୋଇସାରିଛି। ତେବେ କେନାଲ ନଦୀବନ୍ଧର ରାସ୍ତା ଚଉଡ଼ା ନ ଥିବାରୁ ତାହା ମଧ୍ୟ ଅସମ୍ପୂର୍ଣ୍ଣ ରହିଛି। ଏହିପରି ଭାବେ ନାବାର୍ଡ ପାଣ୍ଠିର ପ୍ରାୟ ୪ କୋଟି ୨୪ ଲକ୍ଷ ଟଙ୍କା ପାଣିରେ ପଡ଼ିଛି। ଏସଂକ୍ରାନ୍ତରେ ବିଭାଗୀୟ ଇଞ୍ଜିନିୟର ଇନ୍‌ ଚିଫ୍‌ ମନ୍ଥର ଗତିରେ ଚାଲିଥିବା ରାସ୍ତା ଓ ବ୍ରିଜ ପ୍ରକଳ୍ପର ସମୀକ୍ଷା ପାଇଁ ଆସନ୍ତା ୨୯ତାରିଖରେ ଭିଡିଓ କନଫରେନ୍ସ ଜରିଆରେ ଏକ ବୈଠକ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ଜିଲାର ଓସ୍ବାନ କେନ୍ଦ୍ରରେ ଆବଶ୍ୟକ କାଗଜପତ୍ର ସହ ନିର୍ବାହୀ ଯନ୍ତ୍ରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri