ପାଠ ପଢ଼ାଇବାକୁ କି ବିବାହ କରାଇବାକୁ ସମ୍ବଳ ନାହିଁ : ଭିନ୍ନକ୍ଷମ ଝିଅକୁ ବିକ୍ରି ପାଇଁ ବାପା ପ୍ରସ୍ତୁତ

କଣ୍ଟାମାଳ, ୧୪।୬ (ଡି.ଏନ.ଏ.) : ବୌଦ୍ଧ ଜିଲାରେ ଯୁବତୀ ଚାଲାଣ ର଼୍ୟାକେଟ ସକ୍ରିୟ ହୋଇ ପଡିଛନ୍ତି। ବିବାହ ନାଁରେ ପ୍ରତିବର୍ଷ ଶହ ଶହ ଯୁବତୀ ମଧ୍ୟପ୍ରଦେଶ, ଛତିଶଗଡ, ଉତ୍ତରପ୍ରଦେଶ ଓ ରାଜସ୍ଥାନ ଅଞ୍ଚଳରେ ବିକ୍ରି ହେଉଛନ୍ତି। ପୂର୍ବରୁ କଣ୍ଟାମାଳ ବ୍ଲକ ସିନ୍ଦୁରପୁର ଗାଁର ମଧୁ ରାଜହଂସ ତାଙ୍କ ବଡଝିଅ ଅପେଶ୍ୱରୀଙ୍କୁ ଦଲାଲ ମାଧ୍ୟମରେ ବିକ୍ରି କରିଥିବା ବେଳେ ଏବେ ମାଟ୍ରିକ ପାସ୍‌ କରିଥିବା ସାନ ଝିଅକୁ ରାଜ୍ୟ ବାହାରେ ବିକ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି।
ମଧୁଙ୍କ ବୟସ ୬୮ ବର୍ଷ। ଚାଷଜମି କହିଲେ ଏକ ଏକର ଜମିରୁ କମ୍‌। ସମ୍ବଳ ନ ଥିବାରୁ ସେ ନିଜେ ଚାଷ କରିବାକୁ ସକ୍ଷମ ନୁହନ୍ତି। ଫଳରେ ଭାଗ ଚାଷରେ ଲଗେଇ ଦେଇଛନ୍ତି ଚାଷଜମି। ଆୟ କହିଲେ ସେଇ ଭାଗଚାଷର ୮ ବସ୍ତା ଧାନ। ପରିବାରରେ ସେ ଜଣେ ହିଁ ବାର୍ଦ୍ଧକ୍ୟ ଭତ୍ତା ବାବଦରେ ମାସିକ ୫ ଶହ ଟଙ୍କା ପାଆନ୍ତି। ତାଙ୍କ ସ୍ତ୍ରୀଙ୍କ ବୟସ ୬୦ବର୍ଷରୁ ଊର୍ଦ୍ଧ୍ୱ ହୋଇଥିଲେ ବି ସେ ଭତ୍ତା ପାଇନାହାନ୍ତି। ଭିନ୍ନକ୍ଷମ ଝିଅ ମଧ୍ୟ ଭତ୍ତା ପାଇବା କଥା। ବାରମ୍ବାର ପଞ୍ଚାୟତ ଅଫିସ୍‌କୁ ଦୌଡି ଦରଖାସ୍ତ ଦେଇ ନୟାନ୍ତ ହେଲେଣି। କିଛି ସୁଫଳ ମିଳିନାହିଁ। ପୁଅ ବି କାମକୁ ପାରିଲା ଭଳି ହୋଇନାହିଁ। ଭିନ୍ନକ୍ଷମ ଝିଅ ଉର୍ମିଳାର ଗୋଟେ ଆଖି ନଷ୍ଟ ହୋଇଯାଇଥିଲେ ବି ସେ ଚଳିତ ବର୍ଷ ମାଟ୍ରିକ ପାସ କରିଛନ୍ତି। ଆଗକୁ ପାଠ ପଢାଇବାକୁ ସମ୍ବଳ ନାହିଁ। ଭୋଜିଭାତ ଦେଇ ବାହା କରେଇବାକୁ ମଧୁଙ୍କ ସାହସ ହେଉନାହିଁ। ଏ ସମ୍ପର୍କରେ ମଧୁ କୁହନ୍ତି, କାଣା କରମି, ପାଠ ପଢାବାକେ କି ବିହା କରବାକେ ମୋର ବଲ ନାଇଁ। ଭାବୁଛେ, ଗରାଖି ହେଲେ ଝିକେ ବିକି ଦେମି। ମଧୁଙ୍କ କହିବା ଅନୁସାରେ, ତାଙ୍କ ଗାଁ ଓ ଆଖପାଖ ଗାଁରୁ ଅନେକ ଝିଅ ବାହାଘର ନାଁରେ ବିକ୍ରି ହେଉଛନ୍ତି। କେତେ କେତେ ଝିଅ ହଜି ଯାଉଛନ୍ତି। ତାଙ୍କର ଖୋଜ ଖବର ମିଳୁନାହିଁ। ତାଙ୍କ ବଡଝିଅ ଅପେଶ୍ୱରୀଙ୍କୁ ଗତ ୪ ବର୍ଷ ତଳେ ୨୦ ହଜାର ଟଙ୍କା ବଦଳରେ ସେ ଅଜଣା ଲୋକଙ୍କ ହାତରେ ଟେକି ଦେଇଥିଲେ। ୪ ବର୍ଷ ଭିତରେ ଝିଅ ଥରେ ଘରକୁ ଆସିଛି। ସେ କେତେବେଳେ କେମିତି ଗାଁର କାହାକୁ ଫୋନ ଲଗାଇ କଥା ହେଉଛି। ଏବେ ବିବାହ ବୋଝ ଉଠେଇବାକୁ ଅକ୍ଷମ ମଧୁ ସାନଝିଅକୁ ବିକି ଦେବାକୁ ଚାହୁଁଛନ୍ତି। ବିବାହ ନାଁରେ ଝିଅକୁ ବିକି ଦେଲାବେଳେ ବାପ ହିସାବରେ ଦୁଃଖ ଲାଗେ କି ନାଁ ପ୍ରଶ୍ନରେ ମଧୁ ଉତ୍ତର ଦିଅନ୍ତି, ଉପାୟ ବି ନାହିଁ। ଯାହା ତା’ର ଭାଗ୍ୟରେ ଥିବ ଭୋଗ କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri