ପାଠ ପଢ଼ାଇବାକୁ କି ବିବାହ କରାଇବାକୁ ସମ୍ବଳ ନାହିଁ : ଭିନ୍ନକ୍ଷମ ଝିଅକୁ ବିକ୍ରି ପାଇଁ ବାପା ପ୍ରସ୍ତୁତ

କଣ୍ଟାମାଳ, ୧୪।୬ (ଡି.ଏନ.ଏ.) : ବୌଦ୍ଧ ଜିଲାରେ ଯୁବତୀ ଚାଲାଣ ର଼୍ୟାକେଟ ସକ୍ରିୟ ହୋଇ ପଡିଛନ୍ତି। ବିବାହ ନାଁରେ ପ୍ରତିବର୍ଷ ଶହ ଶହ ଯୁବତୀ ମଧ୍ୟପ୍ରଦେଶ, ଛତିଶଗଡ, ଉତ୍ତରପ୍ରଦେଶ ଓ ରାଜସ୍ଥାନ ଅଞ୍ଚଳରେ ବିକ୍ରି ହେଉଛନ୍ତି। ପୂର୍ବରୁ କଣ୍ଟାମାଳ ବ୍ଲକ ସିନ୍ଦୁରପୁର ଗାଁର ମଧୁ ରାଜହଂସ ତାଙ୍କ ବଡଝିଅ ଅପେଶ୍ୱରୀଙ୍କୁ ଦଲାଲ ମାଧ୍ୟମରେ ବିକ୍ରି କରିଥିବା ବେଳେ ଏବେ ମାଟ୍ରିକ ପାସ୍‌ କରିଥିବା ସାନ ଝିଅକୁ ରାଜ୍ୟ ବାହାରେ ବିକ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି।
ମଧୁଙ୍କ ବୟସ ୬୮ ବର୍ଷ। ଚାଷଜମି କହିଲେ ଏକ ଏକର ଜମିରୁ କମ୍‌। ସମ୍ବଳ ନ ଥିବାରୁ ସେ ନିଜେ ଚାଷ କରିବାକୁ ସକ୍ଷମ ନୁହନ୍ତି। ଫଳରେ ଭାଗ ଚାଷରେ ଲଗେଇ ଦେଇଛନ୍ତି ଚାଷଜମି। ଆୟ କହିଲେ ସେଇ ଭାଗଚାଷର ୮ ବସ୍ତା ଧାନ। ପରିବାରରେ ସେ ଜଣେ ହିଁ ବାର୍ଦ୍ଧକ୍ୟ ଭତ୍ତା ବାବଦରେ ମାସିକ ୫ ଶହ ଟଙ୍କା ପାଆନ୍ତି। ତାଙ୍କ ସ୍ତ୍ରୀଙ୍କ ବୟସ ୬୦ବର୍ଷରୁ ଊର୍ଦ୍ଧ୍ୱ ହୋଇଥିଲେ ବି ସେ ଭତ୍ତା ପାଇନାହାନ୍ତି। ଭିନ୍ନକ୍ଷମ ଝିଅ ମଧ୍ୟ ଭତ୍ତା ପାଇବା କଥା। ବାରମ୍ବାର ପଞ୍ଚାୟତ ଅଫିସ୍‌କୁ ଦୌଡି ଦରଖାସ୍ତ ଦେଇ ନୟାନ୍ତ ହେଲେଣି। କିଛି ସୁଫଳ ମିଳିନାହିଁ। ପୁଅ ବି କାମକୁ ପାରିଲା ଭଳି ହୋଇନାହିଁ। ଭିନ୍ନକ୍ଷମ ଝିଅ ଉର୍ମିଳାର ଗୋଟେ ଆଖି ନଷ୍ଟ ହୋଇଯାଇଥିଲେ ବି ସେ ଚଳିତ ବର୍ଷ ମାଟ୍ରିକ ପାସ କରିଛନ୍ତି। ଆଗକୁ ପାଠ ପଢାଇବାକୁ ସମ୍ବଳ ନାହିଁ। ଭୋଜିଭାତ ଦେଇ ବାହା କରେଇବାକୁ ମଧୁଙ୍କ ସାହସ ହେଉନାହିଁ। ଏ ସମ୍ପର୍କରେ ମଧୁ କୁହନ୍ତି, କାଣା କରମି, ପାଠ ପଢାବାକେ କି ବିହା କରବାକେ ମୋର ବଲ ନାଇଁ। ଭାବୁଛେ, ଗରାଖି ହେଲେ ଝିକେ ବିକି ଦେମି। ମଧୁଙ୍କ କହିବା ଅନୁସାରେ, ତାଙ୍କ ଗାଁ ଓ ଆଖପାଖ ଗାଁରୁ ଅନେକ ଝିଅ ବାହାଘର ନାଁରେ ବିକ୍ରି ହେଉଛନ୍ତି। କେତେ କେତେ ଝିଅ ହଜି ଯାଉଛନ୍ତି। ତାଙ୍କର ଖୋଜ ଖବର ମିଳୁନାହିଁ। ତାଙ୍କ ବଡଝିଅ ଅପେଶ୍ୱରୀଙ୍କୁ ଗତ ୪ ବର୍ଷ ତଳେ ୨୦ ହଜାର ଟଙ୍କା ବଦଳରେ ସେ ଅଜଣା ଲୋକଙ୍କ ହାତରେ ଟେକି ଦେଇଥିଲେ। ୪ ବର୍ଷ ଭିତରେ ଝିଅ ଥରେ ଘରକୁ ଆସିଛି। ସେ କେତେବେଳେ କେମିତି ଗାଁର କାହାକୁ ଫୋନ ଲଗାଇ କଥା ହେଉଛି। ଏବେ ବିବାହ ବୋଝ ଉଠେଇବାକୁ ଅକ୍ଷମ ମଧୁ ସାନଝିଅକୁ ବିକି ଦେବାକୁ ଚାହୁଁଛନ୍ତି। ବିବାହ ନାଁରେ ଝିଅକୁ ବିକି ଦେଲାବେଳେ ବାପ ହିସାବରେ ଦୁଃଖ ଲାଗେ କି ନାଁ ପ୍ରଶ୍ନରେ ମଧୁ ଉତ୍ତର ଦିଅନ୍ତି, ଉପାୟ ବି ନାହିଁ। ଯାହା ତା’ର ଭାଗ୍ୟରେ ଥିବ ଭୋଗ କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri