Posted inଜାତୀୟ

ପାଠ ନପଢି ୩ବର୍ଷ ହେଲା କରୁଥିଲେ ହୃଦରୋଗ ଚିକିତ୍ସା, ପୋଲ୍ ଖୋଲିବା ପରେ ନକଲି ଡାକ୍ତର ଫେରାର

ନୂଆଦିଲ୍ଲୀ,୧୨।୧୨: ବର୍ତ୍ତମାନ ସାରା ଦେଶରେ ନକଲି ଡାକ୍ତରଙ୍କ ସଂଖ୍ୟା ବଢିବାରେ ଲାଗିଛି । ପାଠ ନପଢି ଡାକ୍ତର ହେବା ସହିତ ହସ୍ପିଟାଲରେ ରୋଗୀ ଚିକିତ୍ସା କରୁଛନ୍ତି । ବର୍ତ୍ତମାନ ଉତ୍ତରପ୍ରଦେଶରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶ ଲଲିତପୁର ଜିଲ୍ଲାର ମେଡିକାଲ କଲେଜରେ ଏକ ଡାକ୍ତର ୩ ବର୍ଷ ଧରି କାର୍ଯ୍ୟ କରୁଥିଲା । ନିଜେ ପାଠ ନପଢି ଭିଣୋଇର ଡିଗ୍ରୀ ନେଇ ରୋଗୀ ଚିକିତ୍ସା କରୁଥିବା ନେଇ ଅଭିଯୋଗ ହୋଇଛି । ମାମଲା ସାମ୍ନାକୁ ଆସିବା ପରେ ହସ୍ପିଟାଲରେ ହଙ୍ଗାମା ଦେଖାଯାଇଛି ।

ଅଭିଯୁକ୍ତ ନକଲି ଡାକ୍ତର ମାର ମୃତ୍ୟୁ ବାହାନା ନେଇ ଫେରାର ହୋଇଯାଇଥିବା ଜଣାପଡିଛି । ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିଛି । ଭାଇ-ଭଉଣୀ ମଧ୍ୟରେ ବିବାଦ ପରେ ଫର୍ଜୀ ଡାକ୍ତରର ସତ୍ୟ ସାମ୍ନାକୁ ଆସିଥିଲା । ନକଲି ଡାକ୍ତରଙ୍କ ନାମ ଅଭିନବ ସିଂ ବୋଲି ଜଣାପଡିଛି । ଅଭିନବ ଏବଂ ଡାକ୍ତର ସୋନାଲି ସିଂଙ୍କ ମଧ୍ୟରେ ସମ୍ପତ୍ତି ବିବାଦ ହେବା ପରେ ଘଟଣା ସାମ୍ନାକୁ ଆସିଛି । ଭଉଣୀ ଲଳିତପୁର ମେଡିକାଲ କଲେଜର ପ୍ରିନ୍ସିପାଲଙ୍କୁ ଏକ ଚିଠି ଲେଖି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ନକଲି ଡାକ୍ତର ଇସ୍ତଫା ଦେଇ ଫେରାର୍- ଭଉଣୀ ତାଙ୍କ ଚିଠିରେ ଲେଖିଛନ୍ତି ଯେ ତାଙ୍କ ଭାଇ ଅଭିନବ ସିଂହ, ଲଲିତପୁରର ତାଲାବପୁରାର ବାସିନ୍ଦା, ତାଙ୍କ ସ୍ୱାମୀ ରାଜୀବ ଗୁପ୍ତାଙ୍କ ନକଲି ନାମ ବ୍ୟବହାର କରି ହୃଦରୋଗ ବିଶେଷଜ୍ଞ ଭାବରେ କାର୍ଯ୍ୟ କରୁଥିଲେ। ଏହି କଥା ପ୍ରକାଶ ପାଇବା ପରେ, ନକଲି ଡାକ୍ତର ଦୁଇ ଧାଡ଼ିର ଇସ୍ତଫା ପତ୍ର ଦାଖଲ କରି ହସ୍ପିଟାଲରୁ ପଳାଇଗଲେ। ଇସ୍ତଫା ପତ୍ରରେ ଅଭିନବ ଲେଖିଛନ୍ତି, “ମୋ ମାଆଙ୍କ ମୃତ୍ୟୁ ହୋଇଛି, ତେଣୁ ମୁଁ ଇସ୍ତଫା ଦେଉଛି।” ମେଡିକାଲ କଲେଜର ଅଧ୍ୟକ୍ଷ ଡାକ୍ତର ମୟଙ୍କ ଶୁକ୍ଲା କହିଛନ୍ତି ଯେ ୨୦୧୩ ମସିହାରେ ଅଭିନବ ସିଂହ ଆଧାର କାର୍ଡରେ ତାଙ୍କ ଫଟୋ ବ୍ୟବହାର କରି ଠକେଇ କରିଥିଲେ।

ଦରମା ଆଦାୟ ହେବ- ଆଇଆଇଟି ରୁରକିରୁ ବି.ଟେକ୍ ପାସ୍ କରିବା ପରେ, ଅଭିନବଙ୍କୁ ଆଇଆରଏସ ପାଇଁ ଚୟନ କରାଯାଇଥିଲା। କୌଣସି କାରଣରୁ ଅଭିନବ ପଳାଇ ଲଳିତପୁର ଆସିଥିଲେ। ଶୁକ୍ଲା କହିଛନ୍ତି ଯେ ସ୍ଥାନୀୟ ପୋଲିସ ଷ୍ଟେସନରେ ନକଲି ଡାକ୍ତରଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ଆଜି ପର୍ଯ୍ୟନ୍ତ ସମସ୍ତ ଦରମା ଆଦାୟ କରାଯିବ। ଜିଲ୍ଲା ପ୍ରଶାସନ ଏବଂ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଯାଇଛି। ମୁଖ୍ୟ ଚିକିତ୍ସା ଅଧିକାରୀ ଇମତିଆଜ ଅହମ୍ମଦ କହିଛନ୍ତି ଯେ ବୁଧବାର ନକଲି ଡାକ୍ତରଙ୍କ ବିଷୟରେ ଏକ ଅଭିଯୋଗ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲୀପଙ୍କୁ ନେଇ ବଡ଼ ବୟାନ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭା ନିର୍ୱାଚନରେ ହେବ ଓଲଟପାଲଟ!

ଭୁବନେଶ୍ୱର,୩।୩: ରାଜ୍ୟ ସଭା ନିର୍ୱାଚନ ନେଇ ବିଜେଡି ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା…

ଜୁନାଗଡ଼ ପୋଲିସକୁ ବଡ଼ ସଫଳତା: ୧୪ ଲକ୍ଷରୁ ଅଧିକ ଟଙ୍କା ଲୁଟିଥିବା ୪ ସାଇବର ଠକ ଗିରଫ

ଭବାନୀପାଟଣା,୩।୩(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ସାଇବର ଠକେଇ ମାମଲାରେ ମଙ୍ଗଳବାର ୪ ଜଣକୁ ଗିରଫ କରି କୋର୍ଟ…

HDFC ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଝଟକା! ୧ ଏପ୍ରିଲରୁ ବଦଳିବ ଏସବୁ ନିୟମ, ଦେବାକୁ ପଡିବ ମୋଟା ଅଙ୍କର ଟଙ୍କା

ନୂଆଦିଲ୍ଲୀ,୩।୩: HDFC ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ନୂତନ ଆର୍ଥିକ ବର୍ଷର ଆରମ୍ଭ ଟିକେ କଷ୍ଟକର ହେବାକୁ ଯାଉଛି। ବ୍ୟାଙ୍କ ଏହାର ଲକର ଭଡା ୧୮୪% ବୃଦ୍ଧି କରିଛି…

T୨୦ ବିଶ୍ୱକପ୍‌ ସେମିଫାଇନାଲ ପୂର୍ବରୁ ଟିମ୍‌ ଇଣ୍ଡିଆରେ ହଲଚଲ: ହୋଟେଲ ଛାଡ଼ି ଘରକୁ ଗଲେ ସୂର୍ଯ୍ୟକୁମାର-ହାର୍ଦ୍ଦିକ-ଶିବମ, ପ୍ରଶ୍ନ ଘେରରେ…

ମୁମ୍ବାଇ,୩।୩: T୨୦ ବିଶ୍ୱକପ୍‌ ୨୦୨୬ର ସେମିଫାଇନାଲରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଯାଉଛି ମହାଲଢ଼େଇ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପାଇଁ ଭାରତୀୟ ଦଳ ମୁମ୍ବାଇରେ ପହଞ୍ଚି…

ଏହି ୨ ଦଳ ମଧ୍ୟରେ ହେବ ଟି-୨୦ ବିଶ୍ୱକପ ଫାଇନାଲ! ଭବିଷ୍ୟବାଣୀ କଲା ପାକିସ୍ତାନ

ନୂଆଦିଲ୍ଲୀ,୩।୩: ୨୦୨୬ ଟି-୨୦ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେମିଫାଇନାଲ ପାଇଁ ଚାରୋଟି ଦଳ ଚୂଡ଼ାନ୍ତ ହୋଇଛି। ପ୍ରଥମ ସେମିଫାଇନାଲ ୪ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକା ଏବଂ…

‘ମୋ ପାଇଁ ସରପ୍ରାଇଜ୍‌’: ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା ହେବା ପରେ ଏମିତି କହିଲେ ସୁଜିତ କୁମାର

ଭୁବନେଶ୍ୱର,୩।୩: ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କଲା ଭାଜପା। ମନମୋହନ ସାମଲ ପ୍ରଥମ ଆସନ ପାଇଁ ଏବଂ ସୁଜିତ କୁମାର ଦ୍ବିତୀୟ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି।…

ଦିଲୀପଙ୍କୁ ବାଛିବା ପଛରେ ଭାଜପାର ଭିତିରି ପ୍ଲାନ, ୪ର୍ଥ ସିଟ୍‌ରେ ବଡ଼ ଗେମ୍‌!

ଭୁବନେଶ୍ୱର,୩।୩: ରାଜ୍ୟ ସଭା ନିର୍ୱାଚନ ନେଇ ବିଜେଡି ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା…

କୁଲାଡରେ ରାଜ୍ୟସ୍ତରୀୟ ଭଞ୍ଜଜୟନ୍ତୀ ପାଳିତ: ଏମାନଙ୍କୁ ମିଳିଲା ଭଞ୍ଜଶ୍ରୀ ଉପାଧି

ଭଞ୍ଜନଗର,୩।୩(ବାବୁଲା ପ୍ରଧାନ): କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମପୀଠ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡଠାରେ ଦୁଇଦିନ ଧରି ଚାଲିଥିବା ରାଜ୍ୟ ସ୍ତରୀୟ ୩୬ ତମ ଭଞ୍ଜ ଜୟନ୍ତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri