ପାଟ୍ରୋଲିଂ କରୁନାହାନ୍ତି ବନ କର୍ମଚାରୀ

ଭଞ୍ଜନଗର,୨୪।୨(ଡି.ଏନ.ଏ)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ବଡ଼ଗୁଣ୍ଡିରିବାଡ଼ି ଜଙ୍ଗଲରେ ଗତ ୧୪ ତାରିଖରେ ଏକ ହାତୀର ଗଳିତ ମୃତଦେହ ଠାବ କରାଯାଇଥିଲା। ମୃତଦେହ ଠାବ ହେବାର ପ୍ରାୟ ୧୫ ଦିନ ପୂର୍ବରୁ ହାତୀଟିର ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। ତେବେ ବନ କର୍ମଚାରୀମାନେ ଜଙ୍ଗଲକୁ ଠିକ୍‌ ଭାବେ ଯାଉ ନ ଥିବା ଜଣାପଡ଼ିଛି। କର୍ମଚାରୀମାନେ ଜଙ୍ଗଲକୁ ଯାଉ ନ ଥିବା, କର୍ମଚାରୀ ଓ ଅଧିକାରୀ, ବନ ସୁରକ୍ଷା ସମିତି (ଭିଏସ୍‌ଏସ୍‌ ) ଏବଂ କର୍ମଚାରୀଙ୍କ ମଧ୍ୟରେ ସମନ୍ବୟ ରହୁ ନ ଥିବା ସମ୍ପର୍କରେ ପୂର୍ବରୁ ‘ଧରିତ୍ରୀ’ରେ ଏକାଧିକ ଖବର ପ୍ରକାଶ ପାଇଥିଲା। ହାତୀ ମୃତ୍ୟୁ ସମ୍ପର୍କରେ ବନ ବିଭାଗ ନ ଜାଣିବା ଘଟଣା ଏହାକୁ ସତ ପ୍ରମାଣିତ କରିଛି। ଜଙ୍ଗଲକୁ କର୍ମଚାରୀ ନ ଗଲେ ହାତୀ ଓ ମଣିଷଙ୍କ ଜୀବନ ପ୍ରତି ବିପଦ ରହୁଛି। ବଡ଼ଗୁଣ୍ଡିରିବାଡ଼ିରେ ହାତୀ ମୃତ୍ୟୁ ପରେ ବିଭାଗ ପକ୍ଷରୁ ସମ୍ପୃକ୍ତ ବିଟ୍‌ର ବନପାଳ ଓ ବନରକ୍ଷୀଙ୍କୁ ନିଲମ୍ବିତ କରାଯାଇଛି। ହେଲେ ଭବିଷ୍ୟତରେ ଯେଭଳି ଏପରି ଘଟଣାର ପୁନରାବୃତ୍ତି ନ ହେବ ସେଥିପ୍ରତି ବନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ପଦକ୍ଷେପ ନେବା ଆବଶ୍ୟକ ହୋଇପଡିଛି। ଉତ୍ତର ଘୁମୁସର ବନଖଣ୍ଡ ଜାତୀୟ ଓ ରାଜ୍ୟସ୍ତରରେ ଏକାଧିକ ଥର ଜଙ୍ଗଲ ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ପୁରସ୍କୃତ ହୋଇଛି। ସେହି ପୁରୁଣା ଗୌରବକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ। ଏହି ବନଖଣ୍ଡରେ ଅଧିକାରୀ ଓ ତଳିଆ କର୍ମଚାରୀଙ୍କ ମଧ୍ୟରେ ସମନ୍ବୟ ରହୁନାହିଁ। ଅଫିସରଙ୍କ ଅଲିଖିତ ନିର୍ଦ୍ଦେଶକୁ କେତେଜଣ ତଳିଆ କର୍ମଚାରୀ ମାନୁନାହାନ୍ତି। ଗ୍ରାମାଞ୍ଚଳରେ ଅନେକ କର୍ମଚାରୀ କର୍ମ କ୍ଷେତ୍ରରେ ରହୁନାହାନ୍ତି। ଫଳରେ ବନ୍ୟଜନ୍ତୁ ଯୋଗୁ ଫସଲ କ୍ଷତି ହେଲେ ଠିକ୍‌ ଭାବେ କ୍ଷତିପୂରଣ ମିଳିପାରୁନି। ଏ ନେଇ ଅକ୍ଟୋବର ୫ରେ ଧରିତ୍ରୀରେ ‘ଅଫିସରଙ୍କ ନିର୍ଦ୍ଦେଶ ମାନୁନାହାନ୍ତି କର୍ମଚାରୀ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ସେହିପରି ଡିିସେମ୍ବରରେ ‘ହାତୀ ଗଁାରେ, କର୍ମଚାରୀ ସହରରେ’ ଶୀର୍ଷକ ଅନ୍ୟ ଏକ ଖବର ପ୍ରକାଶିତ ହୋଇଥିଲା। କର୍ମଚାରୀମାନେ ନିଜ କର୍ମ କ୍ଷେତ୍ରରେ ରହୁ ନ ଥିବା ଯୋଗୁ ଅନେକ ସମସ୍ୟା ଦେଖାଦେଉଛି। ଗତ ୨ ବର୍ଷ ହେବ ଜାଇକା ଅର୍ଥରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଦାୟିତ୍ୱ ଦିଆଯାଇଛି। ଏ ବାବଦରେ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି। ଉକ୍ତ ଅନୁଷ୍ଠାନର କର୍ମଚାରୀ ମଧ୍ୟ ତତ୍ପର ହେବା ଆବଶ୍ୟକ ବୋଲି କେତେକ ଭିଏସ୍‌ଏସ୍‌ର କର୍ମକର୍ତ୍ତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri