ପାଗଳା କୁକୁର କାମୁଡାରେ ୧୫ ଆହତ

ଖଇରା, ୧୩।୧୦(ଡି.ଏନ.ଏ.)-ଖଇରା ବ୍ଲକରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। କୁକୁର କାମୁଡାରେ ୧୫ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଛନ୍ତି। ଡୁଙ୍ଗୁରା ପଞ୍ଚାୟତ ବାରାହାପୁର ଗ୍ରାମରେ କୁକୁର କାମୁଡାରେ ଶିଶୁ ସମେତ ୬ ଜଣ ଗୁରୁତର ହୋଇଛନ୍ତି।
ପାଗଳ କୁକୁର ଗୁରୁବାର ସକାଳ ସମୟରେ ପ୍ରଥମେ ଏକ ଛୋଟ ପିଲାକୁ କାମୁଡିଥିଲା। ତାପରେ ଗୋଡାଇ ଗୋଡାଇ ଦିନବନ୍ଧୁ ମାଝି, ହରପ୍ରିୟା ସାହୁ ,ଜ୍ୟୋତିର୍ମୟୀ ମାଝି ଓ ପାର୍ଥସାରଥି ନାୟକଙ୍କ କାମୁଡିଥିଲା। ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେହିପରି ଜଳଙ୍ଗ ଗ୍ରାମରେ କୁକୁର ପଶିଯାଇ କାଳନ୍ଦୀ ଦାସ, ନରୋତ୍ତମ ନାୟକ, ପ୍ରଶାନ୍ତ ଦାସ ଓ ବାବୁଲି ଦାସଙ୍କୁ କାମୁଡିଥିଲା। ଅଚ୍ୟୁତପୁର ପଞ୍ଚାୟତ ଓହଡ ଗ୍ରାମରେ ଜମ୍ବୁବତି ସାହୁ, ନିରଞ୍ଜନ ସାହୁ, ସୁମନ ମଣ୍ଡଳ ଓ ଦେବେନ୍ଦ୍ର ପାଢୀ କୁକୁର କାମୁଡାରେ ଗୁରୁତର ହୋଇ ଖଇରା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମେଡିକାଲରେ ପର୍ଯ୍ୟାପ୍ତ କୁକୁର କାମୁଡା ଇଞ୍ଜେକଶନ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏ ବିଷୟରେ ସିଡିଏମଓ ବାନାର୍ଜୀ ପ୍ରସାଦ ଛୋଟରାଏଙ୍କୁ ପଚାରିବାରୁ ଆବଶ୍ୟକ ଅନୁଯାୟୀ ଇଞ୍ଜେକଶନ ଯୋଗାଣ କମ୍ପାନୀ ଯୋଗାଇ ନ ଥିବାରୁ ସମସ୍ୟା ଦେଖାଦେଇଛି ବୋଲି କହଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?