Posted inଖେଳ

ପାକିସ୍ତାନ-ଶ୍ରୀଲଙ୍କା ୨ୟ ଟେଷ୍ଟ: ପ୍ରଥମ ଦିନରେ ବୋଲରଙ୍କ ରାଜୁତି

କରାଚି, ୨୦।୧୨ (ଏଏଫ୍‌ପି)- ଭ୍ରମଣକାରୀ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜର ଅନ୍ତିମ ତଥା ୨ୟ ମ୍ୟାଚ୍‌ ଗୁରୁବାରଠାରୁ ଏଠାରେ ଆରମ୍ଭ ହୋଇଛି। ସ୍ଥାନୀୟ ନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଘରୋଇ ପାକିସ୍ତାନ ୧୯୧ ରନରେ ଅଲ୍‌ଆଉଟ୍‌ ହୋଇଯାଇଛି। ଜବାବରେ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଶ୍ରୀଲଙ୍କା ୩ ଉଇକେଟ୍‌ ହରାଇ ୬୪ ରନ୍‌ ସଂଗ୍ରହ କରିଛି। ଫଳରେ ପ୍ରଥମ ଦିନରେ ବୋଲରମାନେ ମୋଟ୍‌ ୧୩ ଉଇକେଟ୍‌ ଅକ୍ତିଆର କରି ପ୍ରଧାନ୍ୟ ବିସ୍ତାର କରିଛନ୍ତି। ଦୀର୍ଘ ଏକ ଦଶନ୍ଧି ପରେ ପାକିସ୍ତାନ ମାଟିକୁ ଟେଷ୍ଟ କ୍ରିକେଟ୍‌ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ସିରିଜର ପ୍ରଥମ ମ୍ୟାଚ୍‌ ଡ୍ର’ ରହିଥିଲା। ତେଣୁ ଉଭୟ ଦଳ ଏହି ମ୍ୟାଚ୍‌ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛନ୍ତି।
ଅଧିନାୟକ ଆଝାର ଅଲୀ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳ ପ୍ରାରମ୍ଭରୁ ଓପନର୍‌ ଶାନ୍‌ ମାସୁଦ (୫) ଓ ଆଝାର (୦)ଙ୍କ ଉଇକେଟ୍‌ ହରାଇଥିଲା। ବିଶ୍ୱ ଫର୍ନାଣ୍ଡୋ ୭ମ ଓଭରର ପ୍ରଥମ ଓ ୩ ବଲରେ ଏହି ଦୁଇ ଉଇକେଟ୍‌ ନେଇ ଶ୍ରୀଲଙ୍କାକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଏହାପରେ ଆବିଦ୍‌ ଅଲୀ (୩୮), ବାବର ଆଜାମ (୬୦) ଓ ଆସଦ୍‌ ସଫିକ (୬୩) କିଛି ସମୟ ସଂଘର୍ଷ କରି ଦଳୀୟ ସ୍କୋରକୁ ଦେଢ଼ଶହ ଅତିକ୍ରମ କରାଇଥିଲେ। କିନ୍ତୁ ମଧ୍ୟ ଓ ନିମ୍ନକ୍ରମ ବ୍ୟାଟିଂ ବିଫଳତା ଯୋଗୁ ପାକିସ୍ତାନ ୧୯୧ ରନରେ ସୀମିତ ରହିଥିଲା। ଏକଦା ୪ ଉଇକେଟ୍‌ରେ ୧୬୭ ରନ କରିଥିବା ଘରୋଇ ଦଳ ୨୪ ରନରେ ଶେଷ ୬ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ଦଳ ପକ୍ଷରୁ ୮ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ଶ୍ରୀଲଙ୍କାର ଲାହିରୁ କୁମାରା (୪), ବାମହାତୀ ସ୍ପିନର ଲସିଥ୍‌ ଏମ୍ବୁଲଡେନିୟା (୪) ଓ ଫର୍ନାଣ୍ଡୋ (୨) ମିଳିତ ଭାବେ ଉଇକେଟ୍‌ ବାଣ୍ଟି ନେଇଥିଲେ। ଜବାବରେ ଶ୍ରୀଲଙ୍କା ୧୯ ଓଭରରେ ୩ ଉଇକେଟ୍‌ ହରାଇ ୬୪ ରନ କରିଛି। ଓଶାଡା ଫର୍ନାଣ୍ଡୋ ୪, ଅଧିନାୟକ ଦିମୁଥ କରୁଣାରତ୍ନେ ୨୫ ଓ କୁଶଲ ମେଣ୍ଡିସ ୧୩ ରନ କରି ଆଉଟ୍‌ ହୋଇଛନ୍ତି। ଭେଟେରାନ ଆଞ୍ଜେଲୋ ମାଥ୍ୟୁସ ୮ ଓ ଏମ୍ବୁଲଡେନିୟା ୩ ରନରେ ଅପରାଜିତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri