Posted inଖେଳ

ପାକିସ୍ତାନ ଲାଗି କର ବା ମର ସ୍ଥିତି

ଲିଡ୍ସ,୨୯।୬ (ପି.ଟି.)- ଚଳିତ ବିଶ୍ୱକପ୍‌ରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଥିବା ପାକିସ୍ତାନ ଶନିବାର ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ଭେଟିବ। ଆରମ୍ଭରୁ ୩ଟି ପରାଜୟ ଓ ଗୋଟିଏ ବିନା ଫଳଫଳା ସହ ପାକିସ୍ତାନ ଲିଗ୍‌ ପର୍ଯ୍ୟାରୁ ବାଦ୍‌ ପଡିବା ସମ୍ଭାବନା ସୃଷ୍ଟି ହୋଇଥିଲା। ତେବେ ପରେ ପାକିସ୍ତାନ ଜବଦଦସ୍ତ ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିବା ସହ ଦକ୍ଷିଣ ଆଫ୍ରିକ ଓ ନ୍ୟୁଜିଲାଣ୍ଡ ଭଳି ଦଳକୁ ପରାସ୍ତ କରିବା ସହ ସେମିଫାଇନାଲ ଆଶା ଉଜ୍ଜୀବିତ ରଖିଛି। ପୁଣି ଇଂଲଣ୍ଡ ଦୁଇଟି ମ୍ୟାଚ୍‌ରେ ଅପ୍ରତ୍ୟାଶିତ ଭାବେ ପରାସ୍ତ ହେବା ପରେ ୧୯୯୨ ଚାମ୍ପିୟନ ପାକିସ୍ତାନର ସେମି ଆଶାକୁ ଜୀବନ ମିଳିଛି। ପାକିସ୍ତାନ ଏପର୍ଯନ୍ତ ୭ଟି ମ୍ୟାଚ୍‌ ଖେଳି ୩ଟି ଲେଖାଏ ବିଜୟ ଓ ପରାଜୟ ଏବଂ ଗୋଟିଏ ବିନା ଫଳାଫଳା ସହ ୭ ପଏଣ୍ଟ ପାଇ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଅନ୍ୟପଟେ ଆଫଗାନିସ୍ତାନ ୭ଟି ମ୍ୟାଚ୍‌ ଖେଳି ସବୁଥିରେ ପରାସ୍ତ ହୋଇ ବିନା ପଏଣ୍ଟ ସହ ତାଲିକାର ଦଶମ ତଥା ଅନ୍ତିମ ସ୍ଥାନରେ ରହି ଟୁର୍ନାମେଣ୍ଟରୁ ବାଦ୍‌ ପଡିଛି। ତେଣୁ ଆଫଗାନିସ୍ତାନ ଅପେକ୍ଷା ପାକିସ୍ତାନ ପାଇଁ ଏହି ମ୍ୟାଚ୍‌ ଅଧିକ ଗୁରୁତ୍ୱବହନ କରୁଛି।
ଗତ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନର ବାବର ଆଜମ ଶତକ ହାସଲ କରିଥିଲେ। ସେହିପରି ଶାହିନ ଆଫ୍ରିଦୀ ୫ ଉଇକେଟ ସଫଳତା ହାସଲ କରିଥିଲେ। ଏହି ଦୁଇଟି ବ୍ୟକ୍ତିଗତ ସଫଳତା ପାକିସ୍ତାନର ଆତ୍ମବିଶ୍ୱାସ ବୃଦ୍ଧି କରିଛି। ୧୯୯୨ ବିଶ୍ୱକପ୍‌ ଅଭିଯାନ ସହ ଏଥର ବିଶ୍ୱକପ୍‌ରେ ସାମଞ୍ଜସ୍ୟ ରହିଛି। ୧୯୯୨ରେ ଇମ୍ରାନ ଖାଁଙ୍କ ନେତୃତ୍ୱରେ ପାକିସ୍ତାନ ପ୍ରାରମ୍ଭିକ ବିଫଳତା ସତ୍ତ୍ୱେ ଟାଇଟଲ ଜିତିଥିଲା। ଏଥର ଏହାର ପୁନରାବୃତ୍ତି ହେବ ବୋଲି ପାକ୍‌ ପ୍ରଶଂସକ ଆଶା ରଖିଛନ୍ତି। ଯଦି ପାକିସ୍ତାନ ତା’ର ବାକିଥିବା ଦୁଇଟି ମ୍ୟାଚ୍‌ରେ ଆଫଗାନିସ୍ତାନ ଓ ବାଂଲାଦେଶକୁ ପରାସ୍ତ କରେ ତା,ହେଲେ ସେମି ଆଶା ବୃଦ୍ଧି ହେବ। ଅଭିଜ୍ଞ ସୋଏବ ମଲିକଙ୍କୁ ବାଦ୍‌ ଦେବା ଦଳ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି। ମିଡଲ ଅର୍ଡରରେ ହାରିସ ସୋହେଲ ପ୍ୟତ୍ୟାବର୍ତ୍ତନ କରିବା ପରେ ଦଳର ବ୍ୟାଟିଂ ଲାଇନ୍‌ ବେଶ୍‌ ଶକ୍ତିଶାଳୀ ହୋଇଛି। ଦ୍ରୁତ ବୋଲଣ ମହମ୍ମଦ ଆମୀର ମଧ୍ୟ ଭଲ ଫର୍ମରେ ରହିଛନ୍ତି।
ଅପରପକ୍ଷରେ ଆଫଗାନିସ୍ତାନ ସବୁ ମ୍ୟାଚ୍‌ ହାରିଥିଲେ ମଧ୍ୟ ଭାରତ ବିପକ୍ଷରେ ବିଜୟ ସମ୍ଭାବନା ସୃଷ୍ଟି କରିଥିଲା ଓ ଟୁର୍ନାମେଣ୍ଟର ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇବାର ନିକଟତର ହୋଇଥିଲା। ପାକିସ୍ତାନ ଭଳି ଦଳକୁ ହରାଇପାରିଲେ ଆଫଗାନିସ୍ତାନ ପାଇଁ ଏକ ବଡ଼ ଉପଲବ୍ଧି ହେବ। ରସିଦ ଖାଁ ଓ ଗୁଲବଦିନ ନାଇବଙ୍କ ଭଳି ବିଶ୍ୱସ୍ତରୀୟ ଖେଳାଳି ଦଳରେ ଥିବାରୁ ଆଫଗାନିସ୍ତାନ ଏହି ମ୍ୟାଚ୍‌ରେ ବିଜୟୀ ହେବାକୁ ଚେଷ୍ଟା କରିବ।
ପାକିସ୍ତାନ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଫଖର ଜମାନ, ଇମାମ ଉଲ ହକ, ବାବର ଆଜମ, ହାରିସ ସୋହେଲ, ହାସନ ଅଲି, ଶଦାବ ଖାଁ, ମହମ୍ମଦ ହାଫିଜ, ମହମ୍ମଦ ହାସନୈନ, ଶାହିନ ଶାହ ଆଫ୍ରିଦୀ, ଓ୍ବହାବ ରିୟାଜ, ମହମ୍ମଦ ଅମୀର, ସୋଏବ ମଲିକ, ଇମାଦ ଓ୍ବାସିମ ଓ ଆସିଫ ଅଲି।
ଆଫଗାନିସ୍ତାନ: ଗୁଲବଦିନ ନାଇବ (ଅଧିନାୟକ), ସୟଦ ଅହମଦ ଶିରଜାଦ, ହାଜରତୁଲ୍ଲା ଜଜାଇ, ଅସଘର ଆଫ୍‌ଗାନ, ରସିଦ ଖାଁ, ମହମ୍ମଦ ନବୀ, ମୁଜିବ ଉର ରହମାନ, ଦଲତ ଜଡ୍ରାନ, ନାଜିବୁଲ୍ଲା ଜଡ୍ରାନ, ହମିଦ ହାସନ, ହାସମତୁଲ୍ଲା ଶାହିଦୀ, ସମିଉଲ୍ଲା ଶିନଓ୍ବାରୀ, ରହମଦ ଶାହ, ନୁର ଅଲି ଜଡ୍ରାନ, ଇକ୍ରାମ ଅଲିଖିଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri