ପାଇପ୍‌ରେ କ୍ଷୀର ଯୋଗାଣ

ନୂଆଦିଲ୍ଲୀ: କରୋନା ପାଇଁ ଏବେ ସମସ୍ତେ ସାମାଜିକ ଦୂରତା ଅବଲମ୍ବନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ତେବେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବେଳେବେଳେ କେତେଜଣ ଏଭଳି ଉପାୟ ଅବଲମ୍ବନ କରିଥାନ୍ତି, ଯେଉଁଥିପାଇଁ ସବୁଆଡ଼େ ଚର୍ଚ୍ଚାର କାରଣ ପାଲଟିଥାନ୍ତି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଦିଲ୍ଲୀରେ। ସମସ୍ତଙ୍କ ଘର ଘର ବୁଲି କ୍ଷୀର ଦେବା ପାଇଁ ଜଣେ ବ୍ୟକ୍ତି ଏଭଳି ଏକ ଉପାୟ ବ୍ୟବସ୍ଥା କରିଛନ୍ତି, ଯାହାଫଳରେ କାହାକୁ ହେଲେ ବି ଛୁଇଁବାକୁ ପଡ଼ିବ ନାହିଁ କି ପାଖକୁ ଆସିବାକୁ ପଡ଼ିବ ନାହିଁ। ସାମାଜିକ ଦୂରତା ରକ୍ଷା କରିବା ସହ ସେ ସମସ୍ତଙ୍କ ପାଖରେ କ୍ଷୀର ପହଞ୍ଚାଇ ପାରିବେ।
ଏହି କ୍ଷୀର ବିକାଳି ତାଙ୍କ ବାଇକ୍‌ରେ ଏକ ପାଇପ୍‌ ଲଗାଇ ତା’ ସହିତ ଏକ କାହାଳୀ ସଂଯୁକ୍ତ କରି ଦେଇଛନ୍ତି। ତେଣୁ ଆବଶ୍ୟକ ଅନୁସାରେ କ୍ଷୀର ଦେବାପାଇଁ ସେ କାହାଳୀରେ ଢାଳିବା ମାତ୍ରେ ତାହା ପାଇପ୍‌ ଦେଇ କିଛି ଦୂରରେ ବାହାରି ଥାଏ। ତେଣୁ ସେଠାରୁ ସହଜରେ କ୍ଷୀର ସଂଗ୍ରହ କରି ଲୋକମାନେ ନେଇଥାନ୍ତି। ଏଭଳି ବ୍ୟବସ୍ଥା ସହିତ କ୍ଷୀର ବିକାଳି ମାସ୍କ ଓ ଗ୍ଲୋଭ୍‌ସ ବି ପିନ୍ଧିଛନ୍ତି। ସାମାଜିକ ଦୂରତ୍ୱ ନିମନ୍ତେ କ୍ଷୀର ବିକାଳିଙ୍କ ଏଭଳି ଏକ ଟେକ୍‌ନିକ୍‌ ସମସ୍ତଙ୍କୁ ଭଲ ଲାଗୁଛି ଓ ଏଭଳି ସତର୍କତା ନିମନ୍ତେ ସମସ୍ତେ ତାଙ୍କୁ ପ୍ରଶଂସା ବି କରୁଛନ୍ତି। ଏଭଳି ଏକ ଶୈଳୀରେ କ୍ଷୀର ବିକୁଥିବା ବ୍ୟକ୍ତିଙ୍କ ଫଟୋ ଓ ଭିଡିଓକୁ ସୋସିଆଲ୍‌ ମିଡିଆରେ ଶେୟାର କରିଛନ୍ତି ଆଇଏଏସ୍‌ ଅଫିସର ନୀତିନ୍‌ ସଙ୍ଗୱାନ୍‌। ଏହି ଫଟୋଟି ସୋସିଆଲ୍‌ ମିଡିଆରେ ପୋଷ୍ଟ ହେବାର ମାତ୍ର ଦିନକ ପରେ ଶହ ଶହ ଲୋକ ଲାଇକ୍‌ ସହ ପ୍ରଶଂସା କରିଛନ୍ତି। ଆଇଏଏସ୍‌ ଅଫିସର ଜଣକ ମଧ୍ୟ ଏଭଳି ଚିନ୍ତାଧାରାକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ପୁଣି ଲଘୁଚାପ: ପ୍ରବଳ ବର୍ଷିବ, ଆଲର୍ଟ ଜାରି

ଭୁବନେଶ୍ୱର,୧୧।୬: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଆଗାମୀ ୭ ଦିନ ଧରି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଗାଙ୍ଗେଟିକ…

ସୁପ୍ରିମକୋର୍ଟରେ କାଗଜପତ୍ର ଫିଙ୍ଗିଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବନି କୌଣସି କାର୍ଯ୍ୟାନୁଷ୍ଠାନ: CJI ନେଲେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୧।୭: ସୁପ୍ରିମକୋର୍ଟ ଖଣ୍ଡପୀଠ ସମ୍ମୁଖରେ କାଗଜ ଫିଙ୍ଗିଥିବା ଏବଂ ଅପମାନଜନକ ଭାଷା ବ୍ୟବହାର କରିଥିବା ଆବେଦନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ମୁଖ୍ୟ ବିଚାରପତି…

କ୍ୟାଶ୍, ନା କ୍ରେଡିଟ୍ କାର୍ଡ! ଜାଣନ୍ତୁ ବିଦେଶ ଗସ୍ତରେ କେମିତି ପେମେଣ୍ଟ କରନ୍ତି ପିଏମ ମୋଦି?

ନୂଆଦିଲ୍ଲୀ,୧୧।୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟତଃ ବିଦେଶ ଗସ୍ତରେ ରହିଥାନ୍ତି। ଏହି ସମୟରେ ମଧ୍ୟ ପିଏମ ତିନୋଟି ଦେଶର ଯାତ୍ରାରେ ଅଛନ୍ତି। ବର୍ତ୍ତମାନ ସେ ଏହି…

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri