ପାଇପ୍‌ରେ କ୍ଷୀର ଯୋଗାଣ

ନୂଆଦିଲ୍ଲୀ: କରୋନା ପାଇଁ ଏବେ ସମସ୍ତେ ସାମାଜିକ ଦୂରତା ଅବଲମ୍ବନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ତେବେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବେଳେବେଳେ କେତେଜଣ ଏଭଳି ଉପାୟ ଅବଲମ୍ବନ କରିଥାନ୍ତି, ଯେଉଁଥିପାଇଁ ସବୁଆଡ଼େ ଚର୍ଚ୍ଚାର କାରଣ ପାଲଟିଥାନ୍ତି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଦିଲ୍ଲୀରେ। ସମସ୍ତଙ୍କ ଘର ଘର ବୁଲି କ୍ଷୀର ଦେବା ପାଇଁ ଜଣେ ବ୍ୟକ୍ତି ଏଭଳି ଏକ ଉପାୟ ବ୍ୟବସ୍ଥା କରିଛନ୍ତି, ଯାହାଫଳରେ କାହାକୁ ହେଲେ ବି ଛୁଇଁବାକୁ ପଡ଼ିବ ନାହିଁ କି ପାଖକୁ ଆସିବାକୁ ପଡ଼ିବ ନାହିଁ। ସାମାଜିକ ଦୂରତା ରକ୍ଷା କରିବା ସହ ସେ ସମସ୍ତଙ୍କ ପାଖରେ କ୍ଷୀର ପହଞ୍ଚାଇ ପାରିବେ।
ଏହି କ୍ଷୀର ବିକାଳି ତାଙ୍କ ବାଇକ୍‌ରେ ଏକ ପାଇପ୍‌ ଲଗାଇ ତା’ ସହିତ ଏକ କାହାଳୀ ସଂଯୁକ୍ତ କରି ଦେଇଛନ୍ତି। ତେଣୁ ଆବଶ୍ୟକ ଅନୁସାରେ କ୍ଷୀର ଦେବାପାଇଁ ସେ କାହାଳୀରେ ଢାଳିବା ମାତ୍ରେ ତାହା ପାଇପ୍‌ ଦେଇ କିଛି ଦୂରରେ ବାହାରି ଥାଏ। ତେଣୁ ସେଠାରୁ ସହଜରେ କ୍ଷୀର ସଂଗ୍ରହ କରି ଲୋକମାନେ ନେଇଥାନ୍ତି। ଏଭଳି ବ୍ୟବସ୍ଥା ସହିତ କ୍ଷୀର ବିକାଳି ମାସ୍କ ଓ ଗ୍ଲୋଭ୍‌ସ ବି ପିନ୍ଧିଛନ୍ତି। ସାମାଜିକ ଦୂରତ୍ୱ ନିମନ୍ତେ କ୍ଷୀର ବିକାଳିଙ୍କ ଏଭଳି ଏକ ଟେକ୍‌ନିକ୍‌ ସମସ୍ତଙ୍କୁ ଭଲ ଲାଗୁଛି ଓ ଏଭଳି ସତର୍କତା ନିମନ୍ତେ ସମସ୍ତେ ତାଙ୍କୁ ପ୍ରଶଂସା ବି କରୁଛନ୍ତି। ଏଭଳି ଏକ ଶୈଳୀରେ କ୍ଷୀର ବିକୁଥିବା ବ୍ୟକ୍ତିଙ୍କ ଫଟୋ ଓ ଭିଡିଓକୁ ସୋସିଆଲ୍‌ ମିଡିଆରେ ଶେୟାର କରିଛନ୍ତି ଆଇଏଏସ୍‌ ଅଫିସର ନୀତିନ୍‌ ସଙ୍ଗୱାନ୍‌। ଏହି ଫଟୋଟି ସୋସିଆଲ୍‌ ମିଡିଆରେ ପୋଷ୍ଟ ହେବାର ମାତ୍ର ଦିନକ ପରେ ଶହ ଶହ ଲୋକ ଲାଇକ୍‌ ସହ ପ୍ରଶଂସା କରିଛନ୍ତି। ଆଇଏଏସ୍‌ ଅଫିସର ଜଣକ ମଧ୍ୟ ଏଭଳି ଚିନ୍ତାଧାରାକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri