ପଶ୍ଚିମ ଓଡ଼ିଶା ଓକିଲ ଆନ୍ଦୋଳନ ପ୍ରସଙ୍ଗ: କେସ୍‌ ସ୍ଥାନାନ୍ତର ପ୍ରତ୍ୟାହାର କରିବାକୁ ନରସିଂହଙ୍କ ଦାବି

ଭୁବନେଶ୍ୱର,୧୮।୨(ବ୍ୟୁରୋ): ପଶ୍ଚିମ ଓଡ଼ିଶା ଓକିଲ ଆନ୍ଦୋଳନ ଯୋଗୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ସମସ୍ତ କେସ୍‌ଗୁଡ଼ିକୁ ଅନ୍ୟ କୋର୍ଟକୁ ସ୍ଥାନାନ୍ତର କରିଛନ୍ତି। ଏହା ଦ୍ୱାରା ଲୋକମୋନେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଦୂରଦୂରାନ୍ତକୁ ଯାଇ କେସ୍‌ ଲଢ଼ିବା ଲୋକଙ୍କ ପକ୍ଷେ ସମ୍ଭବ ହେଉ ନାହିଁ। ମାମଲା ସ୍ଥାନାନ୍ତର କରିବା ପୂର୍ବରୁ ଲୋକଙ୍କୁ ଏ ବିଷୟରେ ଅବଗତ କରାଯାଇ ନାହିଁ। କୌଣସି ନ୍ୟାୟ ପାଇବା ପାଇଁ ଲୋକମାନେ ଅଦାଲତକୁ ଯାଇଥାନ୍ତି। ତେବେ ଦୂରରୁ ଦୂରକୁ କେସ୍‌ ସ୍ଥାନାନ୍ତର ହେବା ପରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ତୁରନ୍ତ ସ୍ଥାନାନ୍ତର ହୋଇଥିବା କେସ୍‌ଗୁଡିକୁ ଫେରାଇ ନେବାକୁ ପଦକ୍ଷେପ ନିଅନ୍ତୁ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଗୃହରେ ଏହି ପ୍ରସଙ୍ଗରେ ବିବୃତି ଦେବା ଲାଗି ଆଇନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଅଡି ବସିଥିଲେ। ବାଚସ୍ପତି ଏ ନେଇ ରିଲିଫ୍‌ ଦିଅନ୍ତୁ ବୋଲି ସେ ଦାବି କରିଥିଲେ। ବାଚସ୍ପତି କହିଥିଲେ ଯେ ଏହା ସରକାରଙ୍କ ନିସ୍ପତ୍ତି। ଆଇନ ବିଭାଗ ଏହା ଉପରେ ତର୍ଜମା କରିବାକୁ ନିର୍ଦ୍ଦେଶ ଦିଆଯିବ। ମାତ୍ର ନରସିଂହ ବାଚସ୍ପତିଙ୍କ ଏଭଳି ନିର୍ଦ୍ଦେଶକୁ ଗ୍ରହଣ କରି ନ ଥିଲେ। ଗୃହରେ ବିବୃତି ଦେବା ଲାଗି ଦାବିକରିଥିଲେ। ଶେଷରେ ବାଚସ୍ପତି ବାଧ୍ୟହୋଇ ଏ ସଂକ୍ରାନ୍ତରେ ଗୃହରେ ବିବୃତିି ଦେବା ଲାଗି ଆଇନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀ ଦଧିବାମନ, ଦର୍ଶନ କରିବା ପାଇଁ…

ବରଗଡ଼, ୧୪।୭ (ପ୍ରେମାନନ୍ଦ ଖମାରୀ): ଦିନକ ପରେ ପବିତ୍ର ରଥଯାତ୍ରା ଥିବାରୁ ବରଗଡ଼ ଜିଲ୍ଲା ଭଟଲି ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା…

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

ଗଞ୍ଜାମ ପୋଲିସ ଜିଲାର ଅପରାଧ ସମୀକ୍ଷା ବୈଠକ: ପେଣ୍ଡିଂ ମାମଲାର ତୁରନ୍ତ ଫଇସଲା ସହ ଅପରାଧୀଙ୍କ ଉପରେ…

ଛତ୍ରପୁର, ୧୪।୭ (ଦିଲ୍ଲୀପ ସାମଲ): ଛତ୍ରପୁରସ୍ଥିତ ଗଞ୍ଜାମ ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ଦିନ ଗଞ୍ଜାମ ପୋଲିସ ଜିଲାର ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।…

ଦିନକ ପରେ ରଥଯାତ୍ରା: ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ, ଚଳଚଞ୍ଚଳ ଗଞ୍ଜାମ ସହର

ଗଞ୍ଜାମ, ୧୪।୭ (ବିଦ୍ୟାଧର ସାହୁ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ଆଉ ମାତ୍ର ଦିନକର ସମୟ ବାକି ଅଛି। ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କ…

ଶିକ୍ଷୟିତ୍ରୀଙ୍କ ଘରୁ କରିଥିଲେ ଚୋରି: ୩ ଗିରଫ, ଜଣେ ଫେରାର; ସୁନା, ରୁପା ଅଳଙ୍କାର ସହ…

ତୁମୁଡିବନ୍ଧ, ୧୪।୭ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ପୋଲିସ ଏକ ଚୋରି ମାମଲାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। ପ୍ରାୟ ମାସେ ତଳେ…

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

କୋର୍ଟରେ ହାଜର ନ ହେବାରୁ ବାନ୍ଧିଲା ପୋଲିସ, ଜାମିନ ନାମଞ୍ଜୁର ପରେ ଜେଲ ଗଲେ…

ଦିଗପହଣ୍ଡି, ୧୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଏକ ଜାମିନବିହୀନ ୱାରେଣ୍ଟ ବଳରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri