ଭୁବନେଶ୍ୱର,୧।୭(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ସ୍ଥାପନ ଏବଂ ହାଇକୋର୍ଟରେ ଚାଲିଥିବା ଓକିଲମାନଙ୍କ ଧର୍ମଘଟକୁ ନେଇ ବିଧାନସଭାରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି। ଓକିଲମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଲୋକେ ନ୍ୟାୟ ପାଇପାରୁ ନାହାନ୍ତି। ଦୀର୍ଘ ୮ ମାସ ହେବ ପଶ୍ଚିମ ଓଡ଼ିଶାର ଏସ୍ଡିଜେମ୍ କୋର୍ଟରୁ ଆରମ୍ଭକରି ଜିଲା କୋର୍ଟ ପର୍ଯ୍ୟନ୍ତ ସବୁଠାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ତୁରନ୍ତ ସରକାର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଅନ୍ତୁ ଏବଂ ଲୋକଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଉଭୟ ଶାସକ ଏବଂ ବିରୋଧୀ ଦଳର ସଦସ୍ୟମାନେ ଶୂନ୍ୟକାଳରେ ଦାବି ଉଠାଇଥିଲେ। କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ରାଜ୍ୟରେ ଆଇନର ଶାସନ ନାହିଁ। ଲୋକଙ୍କୁ ନ୍ୟାୟ ପ୍ରଦାନ କରାଯାଉ ନାହିଁ। ରାଜ୍ୟରେ ଅରାଜକତା ବ୍ୟାପିଲାଣି। ବର୍ଷ ବର୍ଷ ଧରି ମକଦ୍ଦମା ତଳକୋର୍ଟରୁ ଆରମ୍ଭକରି ହାଇକୋର୍ଟ ଯାଏ ପଡ଼ିରହିଛି। ପିଢ଼ି ପରେ ପିଢ଼ି ମାମଲା ଗଡ଼ି ଚାଲିଛି। ଓକିଲମାନେ ଷ୍ଟ୍ରାଇକ୍ କରୁଛନ୍ତି। ରାଜ୍ୟରେ ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଏହା ଉପରେ ବିବୃତି ଦିଅନ୍ତୁ ଏବଂ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ପଦକ୍ଷେପ ନିଅନ୍ତୁ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କର କୌଣସି ଆପତ୍ତି ନାହିଁ ବୋଲି କହୁଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସରକାର କହୁଛନ୍ତି ଯେ, ରାଜ୍ୟ ସରକାର ଆଇନ ଅନୁଯାୟୀ କେନ୍ଦ୍ରକୁ ଚିଠି ଲେଖୁନାହାନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଓ ଯଶବନ୍ତ ସିଂହଙ୍କ ରିପୋର୍ଟ ଅନୁଯାୟୀ, ରାଜ୍ୟ ସରକାର କାହିଁକି ଚିଠି ଲେଖୁନାହାନ୍ତି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି। ଲୋକ ଦେଖାଣିଆ ଭାବେ କେବଳ ଚିଠି ଲେଖି ସରକାର ବସିଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଏ ବିଷୟରେ ଉକ୍ତ ଅଧିବେଶନ କାଳରେ ଯେ କୌଣସି ଦିନ ଗୃହରେ ବିବୃତି ଦିଅନ୍ତୁ ବୋଲି ନରସିଂହ ଦାବି କରିଛନ୍ତି।
କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ନରସିଂହ ଉଠାଇଥିବା ପ୍ରସଙ୍ଗକୁ ସମର୍ଥନକରି କହିଥିଲେ ଯେ, ଦୀର୍ଘ ୮ ମାସ ହେଲା ତଳ କୋର୍ଟରୁ ଜିଲା କୋର୍ଟ ପର୍ଯ୍ୟନ୍ତ ବନ୍ଦ କରିଛି। ଲୋକେ ନ୍ୟାୟ ପାଇପାରୁ ନାହାନ୍ତି। ଶନିବାର ରାଜ୍ୟ ସରକାର ଏ ନେଇ ଏକ କମିଟି ଗଠନ କରିଛନ୍ତି। ଆମେ ଗୃହ ବିଭାଗର ଅତିରିକ୍ତ ସଚିବଙ୍କୁ ଦେଖା କରିଥିଲୁ। ପଶ୍ଚିମ ଓଡ଼ିଶାର ଯେ କୌଣସି ସ୍ଥାନରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ କରିବାରେ ଆମର କିଛି ଆପତ୍ତି ନାହିଁ । ତେବେ ଦକ୍ଷିଣ ଓଡ଼ିଶାର ଜୟପୁରଠାରେ ସ୍ଥାୟୀ ବେଞ୍ଚ ସ୍ଥାପନ କରିବାକୁ ଦାବି କରିଥିଲେ। ବିଜେଡି ସଭ୍ୟ ଅମର ପ୍ରସାଦ ଶତପଥୀ ହାଇକୋର୍ଟ ବାର ଆସୋସିଶନ ପକ୍ଷରୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ ୩ଟି କୋର୍ଟକୁ ବର୍ଜନ କରିଥିବା ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ, କଲେଜିୟମ୍ ଅନୁଯାୟୀ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଉ। ଓକିଲଙ୍କ ମଧ୍ୟରୁ ବିଚାରପତି ନିଯୁକ୍ତି ହୁଅନ୍ତୁ। ମାତ୍ର ଓଡ଼ିଶାରେ ତାହାର ବ୍ୟତିକ୍ରମ ଦେଖାଦେଉଛି ବୋଲି ଓକିଲମାନେ ଦାବି କରୁଛନ୍ତି। ଏଥିଯୋଗୁ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ତୁରନ୍ତ ଆଇନମନ୍ତ୍ରୀ ଏଥିରେ ହସ୍ତକ୍ଷେକରି ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଦାବି କରିଥିଲେ।
ବିଜେଡି ସଭ୍ୟ ଅନନ୍ତ ଦାସ ଉତ୍ତର ଓଡ଼ିଶାରେ ସ୍ଥାୟୀ ବେଞ୍ଚ ସ୍ଥାପନ କରିବାକୁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଜେଡି ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ଓକିଲମାନଙ୍କ କାର୍ଯ୍ୟ ବନ୍ଦ ଯୋଗୁ ରାଜ୍ୟରେ ନ୍ୟାୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି ବୋଲି କହିଥିଲେ। ବିଚାରପତି ଓ ଓକିଲଙ୍କ କଳହ ଯୋଗୁ ଲୋକେ କ୍ଷତିଗ୍ରସ୍ତ ହେଉଛନ୍ତି। ଆମେ ରାଜନୀତି କରୁଛୁ। ଆମକୁ ବିପଦ ଆସିବ ବୋଲି ନ୍ୟାୟାଳୟ ବିଷୟରେ ଆମେ କିଛି କହିପାରୁ ନାହୁିଁ। ଅଯଥାରେ ଅଚଳାବସ୍ଥା ସୃଷ୍ଟି କରାଯାଉଛି। ବରିଷ୍ଠ ଓକିଲ ନରସିଂହ ମିଶ୍ର କହିଥିଲେ ଯେ, ବାଚସ୍ପତିଙ୍କୁ ନେଇ ଏକ କମିଟି ଗଠନକରି ସମସ୍ୟାର ସମାଧାନ କରାଯାଉ। ନ୍ୟାୟାଳୟକୁ ଅଚଳ କରିବାର ଅଧିକାର କାହାରିକୁ ଦିଆଯାଇ ନାହିଁ ବୋଲି ସେ କହିଥିଲେ। ଏଥିସହିତ ବିଜେଡି ସଭ୍ୟ ଜଗନ୍ନାଥ ନାୟକ, ଭାଜପା ସଭ୍ୟ ସୁଶାନ୍ତ ନାୟକ ଏବଂ ନିତ୍ୟାନନ୍ଦ ଗଣ୍ଡ ନିଜ ନିର୍ବାଚନ ସମ୍ପର୍କିତ ସମସ୍ୟା ଉଲ୍ଲେଖ କରିଥିଲେ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ୨୦୧୭ରୁ ଏପର୍ଯ୍ୟନ୍ତ ୯ଟି ଜିଲାରେ ଚାଷୀମାନେ ଫସଲ ବୀମା ପାଇ ନ ଥିବା ବିଷୟ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ ଯେ, ମରୁଡ଼ି ପରେ ଚାଷୀଙ୍କ ଅବସ୍ଥା ଭଲ ନାହିଁ। ସେମାନଙ୍କୁ ସହାୟତା ଦେବା ଲାଗି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ ହୋଇଛି। ମାତ୍ର ଏହାର ସୁଫଳ ଚାଷୀମାନେ ପାଇପାରି ନାହାନ୍ତି। ତୁରନ୍ତ ବୀମା କମ୍ପାନୀକୁ ଡକାଇ ଏହାର ସମାଧାନ କରନ୍ତୁ ବୋଲି ସେ ଦାବି କରିଥିଲେ।
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ସରକାରଙ୍କ ଆନ୍ତରିକତା ନାହିଁ: ସମିତି ଗଠନକରି ସମସ୍ୟା ସମାଧାନ କରିବାକୁ ଦାବି
ଜେଲ୍ରେ କଏଦୀଙ୍କ ଆନ୍ଦୋଳନ
ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...
ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ
ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...
ବଡ଼ଦିନରୁ ଥରିବ ଓଡ଼ିଶା
ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...
ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍
ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...
୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...
ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍; ମିଳିନି ପରିଚୟ…
ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...
SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍ଟି ଲେଭଲ୍ ପାର୍କିଂ
ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...
ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...
Archives


