Posted inଜାତୀୟ

ପଶ୍ଚିମବଙ୍ଗ ରାଜନୈତିକ ହିଂସା: ୪୨ ବର୍ଷରେ ନେଲାଣି ୨୮ ହଜାରରୁ ଅଧିକ ଜୀବନ

କୋଲକାତା,୧୫।୫: ପଶ୍ଚିମବଙ୍ଗରେ ୧୯୭୭ଠାରୁ ବର୍ତ୍ତମାନ ସୁଦ୍ଧା ଘଟିଥିବା ରାଜନୈତିକ ହିଂସା ୨୮ ହଜାରରୁ ଅଧିକ ଜୀବନ ନେଇଛି। ୨୦୧୬ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୮ ହଜାର ଶହେ ୯୫ରେ ପହଞ୍ଚଥିଲା। ପୂର୍ବରୁ ଏଠାରେ ବାମଦଳ ଏବଂ ତୃଣମୂଳ ମଧ୍ୟରେ ସଂଘର୍ଷ ହେଉଥିଲା। ତେବେ ଏବେ ଭାଜପା ସହିତ ମୁହାଁମୁହିଁ ହୋଇଛି ତୃଣମୂଳ। ୬୦ ଦଶକରେ ପଶ୍ଚିମବଙ୍ଗରେ କ୍ଷମତା ହାତେଇବା ଲାଗି କଂଗ୍ରେସ ଏବଂ ବାମଦଳ ଯୋଗୁ ଅନେକ ରାଜନୈତିକ ହତ୍ୟାକାଣ୍ଡ ଘଟିଥିଲା। ୧୯୭୭ରେ କଂଗ୍ରେସର ପତିଆରା ଏଠାରେ ଶେଷ ହେବା ସହିତ ଶାସନ ଜ୍ୟୋତିବସୁଙ୍କ ହାତକୁ ଯାଇଥିଲା। ଏହା ପରେ ଶାସନ ଭା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ହାତରେ ପହଞ୍ଚିଥିଲା। ୧୯୭୭ଠାରୁ ୨୦୦୭ ପର୍ଯ୍ୟନ୍ତ ୩୪ ବର୍ଷ ଏଠାରେ ବାମଦଳ ଶାସନ କରିଥିଲା। ଏହି ସମୟ ମଧ୍ୟରେ ପ୍ରାୟ ୨୮ ହଜାର ରାଜନୈତିକ ହତ୍ୟା ହୋଇଥିଲା। ପରେ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ ଏଠାରେ ବାମଦଳ ପାଇଁ ନୂଆ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଥିଲା। ପରେ ୨୦୧୧ରେ ମମତା ପଶ୍ଚିମବଙ୍ଗରୁ ବାମଦଳ ଶାସନ ଶେଷ କରିଥିଲେ। ୨୦୦୮ରେ ଏଠାରେ ୯ଟି ରାଜନୈତିକ ହତ୍ୟା ହୋଇଥିବାବେଳେ ୨୦୦୯ରେ ୫୦, ୨୦୧୦ରେ ୩୮, ୨୦୧୧ରେ ୩୮, ୨୦୧୨ରେ ୨୨, ୨୦୧୩ରେ ୨୬ଟି ରାଜନୈତିକ ହତ୍ୟା ହୋଇଥିଲା। ସେହିପରି ୨୦୧୪ରେ ୧୦, ୨୦୧୫ରେ ଗୋଟିଏ ଏବଂ ୨୦୧୬ରେ ମଧ୍ୟ ଗୋଟିଏ ରାଜନୈତିକ ହତ୍ୟା ହୋଇଥିଲା। ରାଜ୍ୟରେ ରାଜନୈତିକ ପୃଷ୍ଠଭୂମିରେ ପରିବର୍ତ୍ତନ ହୋଇଛି। ମାତ୍ର ଏଠାରେ ରାଜନୈତିକ ହତ୍ୟାର ଖେଳରେ କୌଣସି ପରିବର୍ତ୍ତନ ଆସିନାହିଁ। ୨୦୧୯ ଲୋକ ସଭା ନିର୍ବାଚନରେ ଏଠାରେ ପୁଣି କ୍ଷମତା ପାଇଁ ହତ୍ୟା ଜାରି ରହିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ହର୍ମୁଜ ପ୍ରଣାଳୀରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଆକ୍ସନରେ ଭାରତ ସରକାର

ନୂଆଦିଲ୍ଲୀ,୧୪।୭: ହର୍ମୁଜ ପ୍ରଣାଳୀରେ ୟୁଏଇ ଟ୍ୟାଙ୍କର ଉପରେ ଆକ୍ରମଣ ପରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି, ଯାହା ଭାରତ ସରକାରଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ…

ଟ୍ରେନରେ ଚତୁର୍ଥୀ ପରେ ଏବେ ରୁଦ୍ରାଭିଷେକ, ଭାଇରାଲ ହୋଇଛି ଭିଡିଓ

ନୂଆଦିଲ୍ଲୀ,୧୪ା୭: ନିକଟରେ, ଏକ ଟ୍ରେନରେ ଫୁଲ ସଜା ହୋଇ ଚତୁର୍ଥୀ ରାତି ପାଇଁ ଆୟୋଜନ ହୋଇଥିବା ଭିଡିଓ ଭାଇରାଲ ହୋଇଥିଲା । ବର୍ତ୍ତମାନ ଚଳନ୍ତା ଟ୍ରେନରେ ପୂଜା…

ଜାତିସଂଘ ସୁରକ୍ଷା ପରିଷଦରେ ସଦସ୍ୟତା ପାଇଁ ଅଣ୍ଟା ଭିଡ଼ିଲା ଭାରତ

ନୂଆଦିଲ୍ଲୀ,୧୪।୭:ଭାରତ ୨୦୨୮-୨୯ କାର୍ଯ୍ୟକାଳ ପାଇଁ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ଅସ୍ଥାୟୀ ସଦସ୍ୟ ହେବା ପାଇଁ ନିର୍ବାଚନ ଅଭିଯାନ ଆରମ୍ଭ କରିଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର…

ନା ଘର ନା ଗାଡ଼ି…, ଭାଜପା ପ୍ରାର୍ଥୀ ନୀରଜ ସିହ୍ନାଙ୍କ ସମ୍ପତ୍ତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ପାଟନା,୧୪।୭: ବାଙ୍କିପୁର ବିଧାନସଭା ଉପନିର୍ବାଚନ ପାଇଁ ସୋମବାର (ଜୁଲାଇ ୧୩) ଭାଜପା ପ୍ରାର୍ଥୀ ନୀରଜ ସିହ୍ନା ତାଙ୍କର ନାମାଙ୍କନ ଦାଖଲ କରିଥିଲେ। ତାଙ୍କ ଶପଥପତ୍ରରୁ କିଛି ବିବରଣୀ…

ଖେଳ ପଡ଼ିଆରେ ଲିଭିଗଲା ଜୀବନ ଦୀପ, ୨୨ ବର୍ଷୀୟ କ୍ରିକେଟରଙ୍କ ମୃତ୍ୟୁ

ଶ୍ରୀନଗର,୧୪।୭: ଜମ୍ମୁ କଶ୍ମୀରର ଡୋଡା ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଭାଦେରୱା ଅଞ୍ଚଳର ୨୨ ବର୍ଷୀୟ କ୍ରିକେଟର ସୁହେଲ ଅହମ୍ମଦ ଜୁଲାଇ ୧୩…

ପ୍ରେମରେ ଅନ୍ଧ ହେଲେ ୯ ସନ୍ତାନର ମା’, କାଠ ଫାଳିଆରେ ଛେଚି ସ୍ବାମୀଙ୍କୁ ହତ୍ୟା

ନୂଆଦିଲ୍ଲୀ,୧୪।୭: ଗୁଜୁରାଟର ବନାସକାଣ୍ଠା ଜିଲାରୁ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ପ୍ରାରମ୍ଭରେ, ଘଟଣାଟି ପ୍ରାକୃତିକ କିମ୍ବା ସାଧାରଣ ମୃତ୍ୟୁ ମାମଲା ପରି ମନେ ହେଉଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri