ପଶ୍ଚିମବଙ୍ଗରେ ହିନ୍ଦୁ ଅସୁରକ୍ଷିତ ଅଭିଯୋଗ; ରାଷ୍ଟ୍ରପତି ଶାସନ ଦାବି କଲା ବଜରଙ୍ଗ ଦଳ

ବ୍ରହ୍ମପୁର ଅଫିସ,୧୭ା୧୦-ପଶ୍ଚିମବଙ୍ଗରେ ଜଣକ ପରେ ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଉଛି। ଗତ କିଛିବର୍ଷ ହେଲା ଏହି ଧାରା ଜାରି ରହିଛି । ସେଠାରେ ହିନ୍ଦୁମାନେ ନିଜକୁ ଅସୁରକ୍ଷିତ ମଣିଲେନି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିଂସା ରୋକିବା ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ରାଜନୈତିକ ସ୍ବାର୍ଥ ପାଇଁ ହିନ୍ଦୁଙ୍କୁ ମାରିବାକୁ ଛାଡ଼ିଦେଉଛନ୍ତି । ଏଣୁ ପଶ୍ଚିମବଙ୍ଗରେ ତୁରନ୍ତ ରାଷ୍ଟ୍ରପତି ଶାସନ ଜାରି କରିବା ଆବଶ୍ୟକ ବୋଲି ବଜରଙ୍ଗ ଦଳ ଗଞ୍ଜାମ ଜିଲା ଶାଖା ପକ୍ଷରୁ କୁହାଯାଇଛି। ବୁଧବାର ଏନେଇ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର୍‌ଙ୍କୁ ପ୍ରଦାନ କରାଯାଇଛି। ଦଳ ପକ୍ଷରୁ ଅଭିଯୋଗ ହୋଇଛି, ଗତ ୧୦ତାରିଖରେ ମୁର୍ଶିଦାବାଦ୍‌ରେ ବନ୍ଧୁ ପ୍ରକାଶ ପାଲ୍‌, ତାଙ୍କ ଗର୍ଭବତୀ ସ୍ତ୍ରୀ ଏବଂ ୮ ବର୍ଷର ପୁଅକୁ ଜଘନ୍ୟ ଭାବେ ହତ୍ୟା କରାଯାଇଛି। ଏହା ସମଗ୍ର ହିନ୍ଦୁ ସମାଜକୁ ବ୍ୟଥିତ କରିଛି। ପଶ୍ଚିମବଙ୍ଗରେ ବୃଦ୍ଧି ପାଉଥିବା ହିନ୍ଦୁମାନଙ୍କ ହତ୍ୟା ପାଇଁ ବଙ୍ଗଲାଦେଶୀ ମୁସଲମାନ୍‌ ଅନୁପ୍ରେଶକାରୀ ଦାୟୀ। ସେମାନଙ୍କ ଭୋଟ୍‌ ପାଇଁ ମମତା ସରକାର ରାଜ୍ୟରୁ ତଡ଼ିବା ପାଇଁ ପଦକ୍ଷେପ ନେଉନାହାନ୍ତି। ହତ୍ୟାକାରୀଙ୍କୁ ସ୍ଥାନୀୟ ସରକାର ଖୋଲାଖୋଲି ସମର୍ଥନ କରୁଛି। ଏଣୁ ପଶ୍ଚିମବଙ୍ଗରେ ମମତା ସରକାରକୁ ବରଖାସ୍ତ କରି ରାଷ୍ଟ୍ରପତି ଶାସନ ଜାରି କରିବା, ବନ୍ଧୁ ପ୍ରକାଶ ପାଲ୍‌ଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ସହ ଦୋଷୀଙ୍କୁ ତୁରନ୍ତ ଫାଶି ଦଣ୍ଡଦେବା, ରାଜ୍ୟରେ ଏନ୍‌ଆର୍‌ସି ଲାଗୁ କରି ବାଂଲାଦେଶୀ ଅନୁପ୍ରେବେଶକାରୀଙ୍କୁ ବାହାର କରିବା, ବାଂଲାଦେଶର ହିନ୍ଦୁମାନଙ୍କୁ ସଂରକ୍ଷଣ ଓ ସୁରକ୍ଷା ପ୍ରଦାନ ସହ ରାଷ୍ଟ୍ରବିରୋଧୀଙ୍କୁ ଚିହ୍ନଟକରି ଆଇନ୍‌ଗତ ଦୃଢ଼ ପଦକ୍ଷେପ ନେବାକୁ ସଂଗଠନ ପକ୍ଷରୁ ଦାବି ହୋଇଛି। ଏଥିସହ ମମତା ବନାର୍ଜୀଙ୍କୁ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହି ବିକ୍ଷୋଭରେ ସଂଗଠନ ଜିଲା ସଂଯୋଜକ ନୀଳାଞ୍ଚଳ ବିଷୋୟୀ, ବିଭାଗ ସଂଯୋଜକ ଗୌତମ ମହାରଣା, ନଗର ସଂଯୋଜକ ରାହୁଲ୍‌ ପାତ୍ର, ଦୀପକ ମହାପାତ୍ର, ଅରୁଣ ପ୍ରସାଦ ପାଢୀ, ହରପ୍ରସାଦ ସ୍ବାଇଁ, ନୀଳକଣ୍ଠପ୍ରସାଦ ଗୌଡ଼ ଓ ଧର୍ମେନ୍ଦ୍ର ଦାସ, ଭରତ ଜେନାଙ୍କ ସମେତ ବହୁ କର୍ମୀ ଭାଗନେଇଥିଲେ ।
ବିଏମ୍‌-୧୬-୧୯-ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri