ପର୍ଯ୍ୟଟନ କ୍ଷେତ୍ର ‘ଶମୀବୃକ୍ଷ’ ଅବହେଳିତ

କପ୍ତିପଦା,୩୦।୧୨(ଡି଼.ଏନ.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ କୋଳିଅଳମ୍‌ ଓ ଦେବଳା ପଞ୍ଚାୟତ ସୀମାରେ ରହିଛି ପ୍ରସିଦ୍ଧ ପୌରାଣିକ ପୀଠ ‘ଶମୀବୃକ୍ଷ’। ଉଦଳାରୁ ଏହାର ଦୂରତା ପ୍ରାୟ ୧୮ କି.ମି. । ଶମୀବୃକ୍ଷ ପାହାଡ଼ର ଉଚ୍ଚତା ୭ଶହ ମିଟର। ଏହା ପାର୍ଶ୍ୱଦେଇ ପ୍ରବାହିତ କୁଶଭଦ୍ରା ନଦୀ ଏହାର ଶୋଭାକୁ ଦ୍ୱିଗୁଣିତ କରିଛି । ଏହାର ପୂର୍ବକୁ ଅନତି ଦୂରରେ ରହିଛି କାଳବନ୍ଧ। ନିକଟସ୍ଥ ଡୁବିଗଡ଼ ପାହାଡ଼ରେ ଏକ ପୁରାତନ ପୁଷ୍କରିଣୀ ଓ ମନ୍ଦିରର ଚିହ୍ନ ଥିବା ବେଳେ ଇଟାଗଡ଼ ପାହାଡ଼ରେ ଇଟା ନିର୍ମିତ କାନ୍ଥ ମାଟିରେ ପୋତିି ହୋଇପଡିଥିବା ଦେଖିବାକୁ ମିଳେ, ଯାହାକି ପୀଠର ପ୍ରାଚୀନତାକୁ ପ୍ରମାଣିତ କରୁଛି।
ଆସନ୍ତା ୧୪ ତାରିଖରୁ ମୟୂରଭଞ୍ଜର ଗଣପର୍ବ ମକର ପାଳନ ଉପଲକ୍ଷେ ଉକ୍ତ ପୀଠରେ ୧୦ ଦିନିଆ ମେଳା ଆୟୋଜନ ଲାଗି ପ୍ରସ୍ତୁତି ଜୋର୍‌ ଧରିଛି। ପୀଠର ବିକାଶ ଲାଗି ଗଠିତ ଅନନ୍ତ ବାସୁଦେବ ଟ୍ରଷ୍ଟ ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବାରମ୍ବାର ଦାବି ପରେ ପର୍ଯ୍ୟଟନ ବିଭାଗ ବ୍ଲକ୍‌ ଜରିଆରେ ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟରେ ପ୍ରବେଶ ଦ୍ୱାରରେ ମୁଖ୍ୟ ତୋରଣ, ଶାୈଚାଳୟ, ଉଦ୍ୟାନ, ଟି-ହାଉସ ଓ ପାହାଚ ନିର୍ମାଣ ଆଦି ହୋଇଛି। କିନ୍ତୁ ପାନୀୟ ଜଳ ଓ ବିଦ୍ୟୁତ୍‌ ସମସ୍ୟାର ପ୍ରତିକାର ହୋଇନାହିଁ। ପାନୀୟ ଜଳ ସୁବିଧା ନ ଥିବାରୁ ପାଇଖାନା କାମରେ ଆସୁନାହିଁ । କୁଶଭଦ୍ରା ନଦୀରେ ଆଡିବନ୍ଧ ନିର୍ମାଣ ହେଉ ନ ଥିବାରୁ ୫ଏକର ଆୟତ୍ତନବିଶିଷ୍ଟ ମେଳାପଡିଆ ନଦୀଗର୍ଭରେ ଲୀନ ହେବାକୁ ବସିଛି। ମେଳା ପୂର୍ବରୁ ଏସବୁ ସମସ୍ୟାର ସମାଧାନ କରିବାକୁ ସ୍ଥନୀୟ ବାସୁଦେବ ଟ୍ରଷ୍ଟର ମ୍ୟାନେଜର ବିଜୟ କୁମାର ବାରିକ୍‌, ସଭାପତି ପ୍ରଫୁଲ୍ଲ କୁମାର ଖିଲାର, କବି ଇନ୍ଦ୍ରମଣି ବିନ୍ଧାଣୀ ପ୍ରମୁଖ ଜିଲାପାଳଙ୍କୁ ଭେଟି ଦାବି କରିଛନ୍ତି।
ଉଲ୍ଲେଖନୀୟ, ଦ୍ୱାପର ଯୁଗରେ ପଞ୍ଚୁପାଣ୍ଡବଙ୍କ ଅଜ୍ଞାତ ବନବାସ ସମୟରେ ମଧ୍ୟମ ଭ୍ରାତା ଭୀମ ଏଠାରେ କୀଚକଙ୍କୁ ବଧ କରିଥିବା କୁହାଯାଏ। ଏହି କିମ୍ବଦନ୍ତୀ ଆଧାରରେ ଶମୀବୃକ୍ଷ ପାହଡ଼ରେ ପଞ୍ଚୁପାଣ୍ଡବ ଓ ଦ୍ରୌପଦୀଙ୍କ ମୂର୍ତ୍ତି ନିର୍ମାଣ କରି ପୂଜା କରାଯାଇଆସୁଛି। ଏହାର ପାଦଦେଶରେ ଶ୍ରୀ ଶ୍ରୀ ବାସୁଦେବ ମହାପ୍ରଭୁଙ୍କ ମନ୍ଦିର, ପ୍ରଖ୍ୟାତ ଗୀତିକାର କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ଦ୍ୱାରା ସ୍ଥାପିତ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରାଯାଉଛି। ଏହାସତ୍ତ୍ୱେ ୫ ବର୍ଷ ତଳେ ଜିଲା ପ୍ରଶାସନ ପକ୍ଷରୁ ପ୍ରାୟ ୧ କୋଟି ୧୫ ଲକ୍ଷ ଟଙ୍କାର ଏକ ପ୍ଲାନ ପ୍ରସ୍ତୁତ କରି ପର୍ଯ୍ୟଟନ ବିଭାଗକୁ ପଠାଯାଇଥିଲେ ବି ତାହା ଶୀତଳଭଣ୍ଡାରରେ ପଡ଼ିରହିଛି। ଏ ସମ୍ପର୍କରେ ଜିଲା ପଯର୍‌ୟଟନ ଅଧିକାରୀ ମନୋରଞ୍ଜନ ମହାପାତ୍ରଙ୍କୁ ପଚାରିବାରୁ ମିଳିଥିବା ସହାୟତା ଅନୁଯାୟୀ ବ୍ୟୟବରାଦ ଅନୁସାରେ ଉନ୍ନୟନ କାର୍ଯ୍ୟ କରାଯାଉଛି ଏବଂ ପୀଠର ସାମଗ୍ରିକ ବିକାଶ ଲାଗି ଏକ ଅଟକଳ ପ୍ରସ୍ତୁତ କରି ବିଭାଗକୁ ପଠାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ

ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦...

କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ୍‌ ଦେଲାନି ଭାଜପା: ପଛରେ ରହିଛି ଏଭଳି କାରଣ

ବାରିପଦା,୧୭ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବିବାଦୀୟ ମନ୍ତବ୍ୟ, ଅଶୋଭନୀୟ ଆଚରଣ ସମେତ କାର୍ଯ୍ୟଦକ୍ଷତାର ମାପକାଠିକୁ ଆଧାରକରି ଭାଜପା ଚଳିତ ନିର୍ବାଚନରେ କେତେଜଣ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାର୍ଥୀ ତାଲିକାରୁ...

ପ୍ରଭାସଙ୍କ ଉପରେ ପୁଣି ଆସ୍ଥାପ୍ରକଟ କଲା କଂଗ୍ରେସ: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ମୋରଡା,୧୫।୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକ ମାତ୍ର ଅଣସଂରକ୍ଷିତ ମୋରଡା ନିର୍ବାଚନମଣ୍ଡଳୀ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି l ପୂର୍ବରୁ ବିଜୁ ଜନତା...

ପଣା ସଂକ୍ରାନ୍ତିରେ ଜଗତେଶ୍ୱର-ମା’ ପାର୍ବତୀଙ୍କ ବିବାହ

ମୋରଡା,୧୪।୪(ସ୍ମାରକ ମାଜୀ)- ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ କୋହି ଗ୍ରାମରେ ବାବା ଜଗତେଶ୍ୱରଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା...

ଯାହାଙ୍କ ନାଁରେ ଅଭିଯୋଗ ତାଙ୍କୁ ତଦନ୍ତ ଦାୟିତ୍ୱ

ବାରିପଦା,୧୪ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବାରିପଦା ଉପ ନିବନ୍ଧ ଡିଭିଜନର ଲ୍ୟାମ୍ପ୍‌ସରେ କାର୍ଯ୍ୟରତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ଏମ୍‌ଡି)ମାନଙ୍କ ପଦୋନ୍ନତିରେ ବ୍ୟାପକ...

ହାତୀ ଉପରେ ନଜର ରଖୁନି ବନ ବିଭାଗ: ଛୁଆହାତୀର ମୃତ୍ୟୁ

ମୋରଡ଼ା,୧୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ବନ ବିଭାଗ ମଧ୍ୟ ହାତୀ ଉପରେ ସଠିକ୍‌...

ସୁଯୋଗ ଅପେକ୍ଷାରେ କଂଗ୍ରେସ

ବାରିପଦା,୧୧ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ଦୁଇ ପ୍ରମୁଖ ରାଜନୈତିକ ଦଳ...

ଜେଏମ୍‌ଏମ୍‌ରେ ସାମିଲ ହେଲେ କୃଷ୍ଣଚନ୍ଦ୍ର

ମୋରଡ଼ା,୧୦ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ବୁଧବାର ବିଧିବଦ୍ଧ ଭାବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ମିଶିଛନ୍ତି l ଆଜି ରାଇରଙ୍ଗପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri