Posted inଭଦ୍ରକ

ଐତିହାସିକ ଗାନ୍ଧୀ କର୍ମମନ୍ଦିର ଶ୍ରୀହୀନ

ବନ୍ତ,୩୦।୧୨(ସ୍ବ.ପ୍ର.)- ଦେଶକୁ ସ୍ବାଧୀନ କରିବା ପାଇଁ ସେତେବେଳେ ବହୁ ସ୍ଥାନରେ ସଂଗ୍ରାମୀମାନେ ମେଳି ବାନ୍ଧି ବ୍ରିଟିଶ ଶାସନ ବିରୋଧରେ ରଣକୌଶଳ ପ୍ରସ୍ତୁତ କରୁଥିଲେ। ପରେ ସେହି ସ୍ଥାନଗୁଡ଼ିକ ସ୍ବାଧୀନତାର ମୂକ ସାକ୍ଷୀ ଭାବେ ପରିଚିତ। ସେଥିମଧ୍ୟରୁ ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ାସ୍ଥିତ ଐତିହାସିକ ଗାନ୍ଧୀ କର୍ମମନ୍ଦିର ଅନ୍ୟତମ। ଏକଦା ମହାତ୍ମା ଗାନ୍ଧୀ ଏଠାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ମେଳିରେ ଯୋଗଦେଇଥିବାରୁ ଏହି ସ୍ଥାନର ନାମ ଗାନ୍ଧୀ କର୍ମମନ୍ଦିର ରଖାଯାଇଥିବା କୁହାଯାଏ। ସ୍ବାଧୀନତା ସଂଗ୍ରାମର ଅନ୍ୟତମ ପେଣ୍ଠସ୍ଥଳୀ ଏହି କର୍ମମନ୍ଦିର ପ୍ରାଙ୍ଗଣରେ ଲୋକଙ୍କ ମଧ୍ୟରେ ଦେଶପ୍ରେମର ମନ୍ତ୍ର ଫୁଙ୍କୁଥିଲେ ଡ. ହରେକୃଷ୍ଣ ମହତାବ। ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ନେଇ କର୍ମଶାଳାମାନ ଆୟୋଜନ କରାଯାଉଥିଲା। ଏଥିରେ ଆକର୍ଷିତ ହୋଇ ମହତାବଙ୍କ ସାନଭାଇ ଗୋପୀନାଥ ଦାସ, ମୋହିନି ବିବି, ପ୍ରାଣବନ୍ଧୁ ପୁହାଣ, ଚନ୍ଦ୍ରମଣି ସାହୁ, ପଦ୍ମଚରଣ ଦାସ, ଅହଲ୍ୟା ଦେବୀ, ଦାମୋଦର କରଙ୍କ ସମେତ ବହୁ ଲୋକ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ଏବେ ଏହି ଐତିହାସିକ ସ୍ଥାନ ଶ୍ରୀହୀନ ହୋଇପଡ଼ିଥିବାବେଳେ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଛି।
ଉଲ୍ଲେଖନୀୟ ଯେ, ସ୍ବଦେଶୀ ଆନ୍ଦୋଳନ ପାଇଁ ଏହି କର୍ମମନ୍ଦିରଠାରେ ତାଲିମ ଦିଆଯାଉଥିଲା। ସେହିପରି ବିଦେଶୀ ବସ୍ତ୍ରକୁ ପରିତ୍ୟାଗ କରି ସ୍ବଦେଶୀ ବସ୍ତ୍ରକୁ ଗ୍ରହଣ କରିବାକୁ ଏଠାରେ ଲୋକଙ୍କୁ ସଚେତନ କରାଯାଉଥିଲା। ସତ୍ୟାଗ୍ରହ ଆନ୍ଦୋଳନ ସମୟରେ ମହତାବ ଅନୁପସ୍ଥିତ ରହୁଥିବାରୁ ତାଙ୍କ ଧର୍ମପତ୍ନୀ ମହିଳା ସ୍ବାଧୀନତା ସଂଗ୍ରାମୀ ରାଣୀ ସୁଭଦ୍ରା ମହତାବ କର୍ମମନ୍ଦିର ଦାୟିତ୍ୱ ନେଉଥିଲେ। ସେ ମହିଳାମାନଙ୍କୁ ଏକଜୁଟ କରି ଅରଟରେ ସ୍ବଦେଶୀ ବସ୍ତ୍ର ପ୍ରସ୍ତୁତ କରୁଥିଲେ। ସ୍ବାଧୀନତା ସଂଗ୍ରାମର ବହୁ ସ୍ବାକ୍ଷରତା ବହନ କରୁଥିବା ଏହି ଐତିହାସିକ ଗାନ୍ଧୀ କର୍ମମନ୍ଦିର ପରିସରରେ ପ୍ରତିଷ୍ଠାତା ଡ. ମହତାବ ଏବଂ ତାଙ୍କ ସହଧର୍ମିଣୀ ରାଣୀ ସୁଭଦ୍ରା ଦେବୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉଭୟଙ୍କ ସମାଧିପୀଠ ପ୍ରତିଷ୍ଠା କରାଯାଇଛି। ଆଗରପଡ଼ାକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ଏହି କର୍ମମନ୍ଦିର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିଛି। ଏହାର ବିକାଶ ଦିଗରେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସ୍ଥାନୀୟ ଅଞ୍ଚଳରେ ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଅଭିଯୋଗ ହେଉଛି। କର୍ମମନ୍ଦିର ପରିସରର ପାରିପାର୍ଶ୍ୱିକ ଉନ୍ନତି ହୋଇପାରିଲେ ଏହା ମହତାବଙ୍କ ସ୍ମୃତିକୁ ଉଜ୍ଜୀବିତ କରିପାରନ୍ତା ବୋଲି ସେମାନେ ମତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ୧୪ ନମ୍ବର ଜୋନ୍‌ ଜିଲାପରିଷଦ ସଭ୍ୟ ପ୍ରଶାନ୍ତ କୁମାର ଦାଶ ଉକ୍ତ ସ୍ଥାନ ବ୍ୟକ୍ତିଗତ ମାଲିକାନାରେ ଥିବାରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ଅନୁଦାନ ମିଳିପାରୁ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

ଭଦ୍ରକ ଲୋକ ସଭା କ୍ଷେତ୍ର: ରଣାଙ୍ଗନରେ ଅନନ୍ତ, ଅଭିମନ୍ୟୁ, ମଞ୍ଜୁଲତା

ଭଦ୍ରକ,୧୫ା୪(ସନାତନ ରାଉତ): ଭଦ୍ରକ ଲୋକ ସଭା ଆସନରେ ଭାଜପା ଓ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ କଂଗ୍ରେସ ଶନିବାର ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ...

ଡିଭାଇଡର୍‌ ଉପରେ ଚଢ଼ିଗଲା କାର୍‌, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର

ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍‌ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ବ୍ରିଜ୍‌ରୁ ଖସିଲା କଦଳୀ ବୋଝେଇ ଟ୍ରକ୍‌

ଭଦ୍ରକ,୧୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଓଭର ବ୍ରିଜରୁ ତଳକୁ ଶୁକ୍ରବାର ଖସି ପଡ଼ିଛି କଦଳୀ ବୋଝେଇ ଟ୍ରକ୍‌। ଟ୍ରକର ଆଗ...

ସମୂହ ନମାଜ ପାଠ କଲେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ

ଭଦ୍ରକ,୧୧ା୪(ସନାତନ ରାଉତ): ଶାନ୍ତି, ମୈତ୍ରୀ, ତ୍ୟାଗ ଓ ସମର୍ପଣର ପର୍ବ ଇଦ୍‌ ଅବସରରେ ଗୁରୁବାର ଭଦ୍ରକ ଇଦ୍‌ଗାହାଠାରେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ ସମୂହ...

ପୋତିହେଲାଣି ଚୁଡ଼ାମଣି ଘାଟ ମୁହାଣ

ବାସୁଦେବପୁର,୧୧ା୪(ନାରାୟଣ ପ୍ରସାଦ ବାରିକ୍‌)ଚୁଡ଼ାମଣୀ ଘାଟ ପୋଲଠାରୁ ବଙ୍ଗୋପସାଗର ମୁହାଣ ପର୍ଯ୍ୟନ୍ତ ପ୍ରାୟ ୩ କି.ମି.ରୁ ଊର୍ଦ୍ଧ୍ୱ ଅଙ୍କାବଙ୍କା ଗମେଈ ନଦୀ ପୋତି ହୋଇ ପଡ଼ିଲାଣି। ଫଳରେ...

ଗୁଲମକ୍କି ଦଳକୁ ଆସିବା ପରେ ଶକ୍ତିଶାଳୀ ହେଉଛି ବିଜେଡି

ଭୁବନେଶ୍ୱର,୧୦ା୪(ଅନିଲ ଦାସ):ଭଦ୍ରକ ପୌରପାଳିକାର ପୌରାଧ୍ୟକ୍ଷା ଗୁଲମକ୍କି ହବିବଙ୍କ ସମେତ ଶତାଧିକ କର୍ମୀ ମଙ୍ଗଳବାର ଶଙ୍ଖଭବନଠାରେ ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକ ଜିଲା ପର୍ଯ୍ୟବେକ୍ଷକ ସଞ୍ଜୟ କୁମାର...

ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ଏଆରଆଇ ନିଲମ୍ବିତ

ଭଦ୍ରକ,୧୦।୪(ସନାତନ ରାଉତ ): ନିର୍ବାଚନ କାର୍ଯ୍ୟରେ ଅବହେଳା ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶ ଅବମାନନା ପାଇଁ ଭଦ୍ରକ ଜିଲା ବନ୍ତ ତହସିଲର ଅତିରିକ୍ତ ରାଜସ୍ବ ନିରୀକ୍ଷକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri