Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ତାମିଲନାଡୁର ଅମ୍ବାସମୁଦ୍ରମ୍‌

ତାମିଲନାଡୁର ଏକ ଧାର୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଅମ୍ବାସମୁଦ୍ରମ୍‌ର ଭଲ ନାଁ ରହିଛି। ଦେବସ୍ଥଳୀ ବ୍ୟତୀତ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ଜଳପ୍ରପାତ, ଡ୍ୟାମ୍‌ ତଥା ଅଭୟାରଣ୍ୟ ବି ଅଛି। ଖାସ୍‌ ସେଥିପାଇଁ ବର୍ଷସାରା ଏଠାରେ ଆଗନ୍ତୁକଙ୍କର ବେଶ୍‌ ଭିଡ଼ ପରିଲକ୍ଷିତ ହେଉଛି।

ତାମିଲନାଡୁର ତିରୁନେଲଭେଲି ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ଛୋଟ ସହର ହେଉଛି ଅମ୍ବାସମୁଦ୍ରମ୍‌। ଏହି ସହର ପଶ୍ଚିମୀଘାଟ ପର୍ବତମାଳାର ପାଦଦେଶରେ ଅବସ୍ଥିତ ଏବଂ ତମୀରାବାରାନୀ ନାମକ ଏକ ନଦୀ ଏଠାରେ ପ୍ରବାହିତ। ଉକ୍ତ ନଦୀର ଗୋଟିଏ ପାର୍ଶ୍ୱରେ ଅମ୍ବାସମୁଦ୍ରମ୍‌ ଥିବାବେଳେ ଅନ୍ୟ ପାର୍ଶ୍ୱରେ ରହିଛି ଏହାର ପଡୋଶୀ ସହର କଲ୍ଲିଦାଇକୁରିଚି। ଖାସ୍‌ ସେଥିପାଇଁ ଅମ୍ବାସମୁଦ୍ରମ୍‌ର ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଷସାରା ବେଶ୍‌ ଆକର୍ଷଣୀୟ ଦେଖାଯାଇଥାଏ।

କେବେ ଓ କେମିତି ଯିବେ
ଅମ୍ବାସମୁଦ୍ରମ୍‌ର ଜଳବାୟୁ ବର୍ଷସାରା ବେଶ୍‌ ଅନୁକୂଳ ରହିଥାଏ। ନା ବେଶି ଖରା ହୁଏ ନା ବେଶି ଶୀତ। ଖାସ୍‌ କରି ବର୍ଷାଦିନ ପରେ ପରେ ଏଠାକାର ପାଣିପାଗ ବେଶ୍‌ ଆରାମଦାୟକ ରୁହେ। ତେବେ ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ଏଠାକୁ ଯିବା ପାଇଁ ସେପ୍ଟେମ୍ବରରୁ ମାର୍ଚ୍ଚ ହେଉଛି ସବୁଠୁ ଭଲ ସମୟ। ସେହିପରି ଗମନାଗମନର ମଧ୍ୟ ଏଠାରେ ଭଲ ବ୍ୟବସ୍ଥା ରହିଛି। ମଦୁରାଇ ଅନ୍ତର୍ଜାତୀୟ ବିମାନବନ୍ଦର ଅମ୍ବାସମୁଦ୍ରମ୍‌ର ନିକଟତମ ବିମାନବନ୍ଦର ହୋଇଥିବାବେଳେ ଚେନ୍ନାଇ ସେଣ୍ଟ୍ରାଲ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଏଠାକାର ଏକ ମୁଖ୍ୟ ରେଳଷ୍ଟେଶନ। ଅନ୍ୟପକ୍ଷେ ଦେଶର ବିଭିନ୍ନ ସ୍ଥାନରୁ ବସ୍‌ ଯୋଗେ ମଧ୍ୟ ଅମ୍ବାସମୁଦ୍ରମ୍‌କୁ ବୁଲିବାକୁ ଯାଇହେବ।

କ’ଣ ଦେଖିବେ
ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ: ଅମ୍ବାସମୁଦ୍ରମ୍‌ରେ ଅନେକ ଆଧ୍ୟାତ୍ମିକ ସ୍ଥଳୀ ଦେଖିବାକୁ ମିଳିଥାଏ। ଖାସ୍‌କରି ପ୍ରାୟ ୨୦୦ ବର୍ଷ ପୁରୁଣା ଥିରୁମୁଲାନାଥାର୍‌ସ୍ବାମୀ ମନ୍ଦିର ଏବଂ କାଷିବାନାଥାସ୍ବାମୀ ମନ୍ଦିର ହେଉଛି ଏଠାକାର ଦୁଇ ପ୍ରମୁଖ ଦେବସ୍ଥଳୀ। ତା’ଛଡ଼ା ପାପନାଶସ୍ବାମୀ ମନ୍ଦିର, ଅଗସ୍ତୀୟାର୍‌ ମନ୍ଦିର, କ୍ରିଷ୍ଣାସ୍ବାମୀ ମନ୍ଦିର, କାଶି ବିଶ୍ୱନାଥାର୍‌ ମନ୍ଦିର, ଦୁର୍ଗାଇ ଅମ୍ମାନ୍‌ ମନ୍ଦିର, ଶିବସୈଲମ୍‌ ମନ୍ଦିର ଇତ୍ୟାଦି ବି ହେଉଛି ଏଠାକାର ଅନ୍ୟତମ ଧାର୍ମିକ ପର୍ଯ୍ୟଟନସ୍ଥଳୀ। ପର୍ଯ୍ୟଟକ ଚାହିଁଲେ ଏହି ସବୁ ଦେବଭୂମି ବୁଲି ପ୍ରଭୁକୃପା ଲଭି ପାରିବେ।

କାଲାକ୍କଡ୍‌ ମୁଣ୍ଡାନାଥୁରାଈ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର:ତାମିଲନାଡୁର ଉଭୟ ତିରୁନେଲଭେଲି ଜିଲା ଓ କନ୍ୟାକୁମାରୀ ଜିଲାର ପରିସୀମା ଭିତରେ ଆସୁଥିବା କାଲାକ୍କଡ୍‌ ମୁଣ୍ଡାନାଥୁରାଈ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ତେବେ କେବଳ ବାଘ ନୁହେଁ ଅନ୍ୟ ବିରଳ ପଶୁପକ୍ଷୀଙ୍କୁ ବି ଦେଖିବାର ଏକ ନିଆରା ଅନୁଭୂତି ଏଠାରେ ମିଳିଥାଏ। ଅମ୍ବାସମୁଦ୍ରମ୍‌ ବୁଲି ଆସୁଥିବା ପର୍ଯ୍ୟଟକ ଚାହିଁଲେ ଏଠାକୁ ମଧ୍ୟ ଯାଇ ବୁଲିପାରିବେ।
ଅଗସ୍ତୀୟାର୍‌ ଜଳପ୍ରପାତ:ତିରୁନେଲଭେଲି ଜିଲାରେ ଅଗସ୍ତୀୟାର୍‌ ନାମକ ଏକ ଜଳପ୍ରପାତ ବି ରହିଛି। ଅମ୍ବାସମୁଦ୍ରମ୍‌ଠାରୁ ଏହା ମାତ୍ର କିଛି କି.ମି. ବ୍ୟବଧାନରେ ଅବସ୍ଥିତ। ପ୍ରାକୃତିକ ବୈଭବରେ ଭରା ଏହି ଜଳପ୍ରପାତ ନିକଟକୁ ଅନେକ ପର୍ଯ୍ୟଟକ ପିକ୍‌ନିକ୍‌ କରିବା ପାଇଁ ମଧ୍ୟ ଆସିଥାନ୍ତି।  ଏସବୁ ବ୍ୟତୀତ ପର୍ଯ୍ୟଟକ ଚାହିଁଲେ ଅମ୍ବାସମୁଦ୍ରମ୍‌ଠାରୁ ଅଳ୍ପ କିଛି ଦୂରରେ ଥିବା ପାପନାଶମ୍‌ ଡ୍ୟାମ୍‌, କରାଈୟାର୍‌ ଡ୍ୟାମ୍‌, ସର୍‌ଭାଲାର୍‌ ଡ୍ୟାମ୍‌ ଇତ୍ୟାଦି ବି ବୁଲି ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri