ପର୍ଯ୍ୟଟକଙ୍କୁ ଭରପୂର ମନୋରଞ୍ଜନ ଦେବ ପୁରୀ ବେଳାଭୂମି: ବ୍ଲୁ ଫ୍ଲାଗ ପରେ ଏବେ ନୀଳାଦ୍ରି ବିଚ୍‌

ପୁରୀ ଅଫିସ, ୧୭।୧୧: ପର୍ଯ୍ୟଟନ ସହର ପୁରୀକୁ ପ୍ରତିଦିନ ଦେଶ, ବିଦେଶର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆସିଥାନ୍ତି। ଶ୍ରୀମନ୍ଦିର ପରେ ପର୍ଯ୍ୟଟକଙ୍କ ଖାସ୍‌ ଆକର୍ଷଣ ସାଜିଥାଏ ପୁରୀ ବେଳାଭୂମି। ତେଣୁ ପର୍ଯ୍ୟଟକଙ୍କୁ ଅତ୍ୟାଧୁନିକ ସୁବିଧା ଦେବା ପାଇଁ ତିଆରି ଚାଲିଛି ବ୍ଲୁ ଫ୍ଲାଗ ବିଚ୍‌। ରାଜଭବନ ପଛରୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ୮୦୦ ମିଟର ଅଞ୍ଚଳରେ ଏହି କାମ ଦ୍ରୁତଗତିରେ ଚାଲିଛି। ନୂଆବର୍ଷକୁ ବ୍ଲୁ ଫ୍ଲାଗ ବିଚ୍‌ ପର୍ଯ୍ୟଟକଙ୍କୁ ଭେଟି ଦେବା ଲାଗି ପ୍ରଶାସନ ଲକ୍ଷ୍ୟ ରଖିଥିବାବେଳେ ପର୍ଯ୍ୟଟକଙ୍କ ଭରପୂର ମନୋରଞ୍ଜନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ନୀଳାଦ୍ରି ବିଚ୍‌ ନାମରେ ୫୦୦ ମିଟର ଅଞ୍ଚଳରେ ନାଚ, ଗୀତଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖେଳ ଆଦିର ଆୟୋଜନ କରାଯିବା ପାଇଁ ପ୍ରଶାସନ ଯୋଜନା କରିଛି।

ବାତ୍ୟା ଫନୀରେ ଦୋହଲି ଯାଇଥିବା ପୁରୀ ପର୍ଯ୍ୟଟନ ଶିଳ୍ପ ଧୀରେ ଧୀରେ ସଜାଡ଼ିି ହୋଇଗଲାଣି। ପୂର୍ବାପେକ୍ଷା ପର୍ଯ୍ୟଟକଙ୍କୁ ଅଧିକ ସେବା, ସୁବିଧା ଦେବା ଲାଗି ପ୍ରଶାସନ ନିଷ୍ପତ୍ତି ନେଇଛି। ବିଶେଷକରି ବ୍ଲୁ ଫ୍ଲାଗ ବିଚ୍‌ରେ ପର୍ଯ୍ୟଟକମାନେ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ପାଇପାରିବେ। ଏହି ବ୍ଲୁ ଫ୍ଲାଗ ବିଚ୍‌କୁ ଲାଗି ଅର୍ଥାତ୍‌ ମେ ଫେୟାର ହୋଟେଲଠାରୁ ବାଙ୍କୀ ମୁହାଣ ପର୍ଯ୍ୟନ୍ତ ୫୦୦ ମିଟର ଅଞ୍ଚଳକୁ ନୀଳାଦ୍ରି ବିଚ୍‌ ଭାବେ ଚିହ୍ନଟ କରାଯାଇଛି। ଏହି ଅଞ୍ଚଳରେ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ସାଙ୍ଗକୁ କ୍ରୀଡ଼ା, ଚଳଚ୍ଚିତ୍ର, ଖାଦ୍ୟ ଷ୍ଟଲର ମଜ୍ଜା ନେଇପାରିବେ ପର୍ଯ୍ୟଟକ। ଏହି ସାଂସ୍କୃତିକ ମେଳା ପ୍ରାଥମିକ ପର୍ଯ୍ୟାୟରେ ୩ ମାସ (ଡିସେମ୍ବରରୁ ଜାନୁୟାରୀ) ପର୍ଯ୍ୟନ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଯଦି ଆବଶ୍ୟକ ପଡ଼େ ଏହାକୁ ବୃଦ୍ଧି କରାଯିବ। ଏଥିପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଟେଣ୍ଡର ପ୍ରକ୍ରିୟା ସରିବା ପରେ ଖୁବଶୀଘ୍ର କାମ ଆରମ୍ଭ ହେବ। ଏହି ୫୦୦ ମିଟର ଅଞ୍ଚଳରେ ପର୍ଯ୍ୟଟକଙ୍କ ପାଇଁ ବସିବା ସ୍ଥାନ, ଶୌଚାଳୟ, ପରିଶ୍ରାଗାର, ମୁକ୍ତାକାଶ ବ୍ୟାୟାମଶାଳା, ମୁକ୍ତାକାଶ ରଙ୍ଗମଞ୍ଚ ପ୍ରସ୍ତୁତ କରାଯିବ। ନୀଳାଦ୍ରି ବିଚ୍‌ ପ୍ରକଳ୍ପ ଖର୍ଚ୍ଚ ହୃଦୟ ଯୋଜନା ପାଣ୍ଠିରୁ ଭରଣା କରାଯିବ। ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏଥିଲାଗି ଦାୟିତ୍ୱ ଦିଆଯାଇଛି। ସେହିପରି ସପ୍ତାହାନ୍ତ କାର୍ଯ୍ୟକ୍ରମ ମଧ୍ୟରେ ନୃତ୍ୟ, ଗୀତ ସାଙ୍ଗକୁ ଭଲିବଲ, ଫୁଟବଲ ସହିତ ପିଲାଙ୍କ ଖେଳିବା ପାଇଁ ବ୍ୟବସ୍ଥା ରହିବ। ମନୋରଞ୍ଜନ ଜୋନ ମଧ୍ୟରେ ବ୍ୟଙ୍ଗ ଅଭିନୟ, ଫିଲ୍ମ ଫେଷ୍ଟିଭାଲର ମଧ୍ୟ ସୁବିଧା ଉପଲବ୍ଧ ହେବ। ଏ ସମ୍ପର୍କରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଏଭଳି ପରିକଳ୍ପନା କରାଯାଇଛି। ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେଲେ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri