‘ପରିବର୍ତ୍ତନ ସହ ତାଳଦେଇ ପ୍ରଗତିଶୀଳ ହେବା’

ବଲାଙ୍ଗୀର ଅଫିସ, ୨୩ା୬
ସୋମବାର ଥିଲା ବଲାଙ୍ଗୀର ପାଇଁ ଏକ ଐତିହାସିକ ଦିନ। ବହୁ ପ୍ରତୀକ୍ଷିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର ଡ. ଦୀପକ କୁମାର ବେହେରା ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଫେସର ବେହେରା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଆସି ଦାୟିତ୍ୱ ଗ୍ରହଣ କରିବା ସହ ପ୍ରଶାସନିକ ବିଭାଗ, ଲାଇବ୍ରେରୀ, ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ। ଏହି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଓ ବରିଷ୍ଠ ଅଧ୍ୟାପକଙ୍କୁ ସମ୍ବୋଧନ କରିଥିଲେ। ପ୍ରଫେସର ବେହେରା କହିଥିଲେ ଯେ, ପରିବର୍ତ୍ତନ ସହ ତାଳଦେଇ ଆମକୁ ପ୍ରଗତିଶୀଳ ହେବାକୁ ପଡ଼ିବ। ପ୍ରଥମେ ନିଜକୁ ପରିବର୍ତ୍ତନ କଲେ ଛାତ୍ରୀଛାତ୍ରଙ୍କୁ ପରିବର୍ତ୍ତନ କରିପାରିବା ଏବଂ ବିଶ୍ୱବିଦ୍ୟାଳୟକୁ ପ୍ରଗତି ପଥରେ ନେଇପାରିବା। ସମସ୍ତଙ୍କ ସହଯୋଗରେ ଏହି ଶିକ୍ଷାନୁଷ୍ଠାନକୁ ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ଶତପ୍ରତିଶତ ଚେଷ୍ଟା କରିବେ ବୋଲି ପ୍ରଫେସର ବେହେରା କହିଥିଲେ। ବର୍ତ୍ତମାନ ଏହି ଶିକ୍ଷାନୁଷ୍ଠାନର ଅଧ୍ୟାପକ ଓ ଷ୍ଟାଫ୍‌ ଅଭାବଜନିତ ସମସ୍ୟା ସମାଧାନ, ଅନ୍ୟାନ୍ୟ ଭିତ୍ତିିଭୂମିର ବିକାଶ କରିବା ଆବଶ୍ୟକତା ରହିଛି। ଶିକ୍ଷାନୁଷ୍ଠାନର ଜମି ଜବରଦଖଲ ସମସ୍ୟା ରହିଛି। ଏସବୁ ଦିଗରେ ପର୍ଯ୍ୟାୟକ୍ରମେ ପଦକ୍ଷେପ ଗ୍ରହଣ କରାଯିବ। ପ୍ରଥମେ ବିଶ୍ୱବିଦ୍ୟାଳୟ ପାଇଁ ଗୁରୁତ୍ୱପୂର୍ଣ୍ଣ ସିଣ୍ଡିକେଟ, ଏକାଡେମିକ, କାଉନସିଲ ଗଠନ କରିବାକୁ ପଡିବ। ସେମାନଙ୍କ ଜରିଆରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରିବ। କେତୋଟି ନୂଆ ବିଷୟ ଖୋଲିବା ମୋର ଇଚ୍ଛା ରହିଛି। ତେବେ ସେସବୁ ଉପରେ ଅନ୍ୟମାନଙ୍କ ନିଷ୍ପତ୍ତିର ଆବଶ୍ୟକତା ରହିଛି। ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ଆଗାମୀ କାର୍ଯ୍ୟକ୍ରମକୁ ନେଇ ଜିଲା ପ୍ରଶାସନ, ଉଚ୍ଚଶିକ୍ଷା ବିଭାଗ, କୁଳାଧିପତିଙ୍କ ଅଫିସ, ୟୁଜିସି ଏଭଳି ବିଭିନ୍ନ ସ୍ତରରେ ଅନେକ କାମ କରିବାକୁ ପଡ଼ିବ। ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲାର ୬୫ଟି ମହାବିଦ୍ୟାଳୟ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧୀନରେ ରହିବେ ା କୋଭିଡ-୧୯ ଗାଇଡଲାଇନ୍‌ ଭିତରେ ଭିଡିଓ କନ୍‌ଫରେନ୍‌ସ ଜରିଆରେ ସମସ୍ତ କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା କରାଯିବ । ସେପ୍ଟେମ୍ବର ୧ରୁ ବିଶ୍ୱବିଦ୍ୟାଳୟ ପାଠପଢ଼ା ଆରମ୍ଭ ହେବ। ଆମକୁ କିଛି ସମୟ ମିଳିଛି। ଏହି ସମୟରେ ଅନେକ ପ୍ରାରମ୍ଭିକ କାମ କରିବେ। ଗୁଗ୍‌ଲ ମିଟ୍‌ ବା ଅନ୍‌ଲାଇନ୍‌ ଜରିଆରେ ସମସ୍ତଙ୍କ ସହ ଆଲୋଚନା କରି ଆଗକୁ କୋଭିଡ ମୁକାବିଲା ସମୟରେ ଡିଜିଟାଲ ଶିକ୍ଷାଦାନ ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ। ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗୀରବାସୀ ଏବଂ ସମଗ୍ର ପଶ୍ଚିମ ଓଡ଼ିଶା ପାଇଁ ଏକ ଐତିହାସିକ ଦିନ ବୋଲି ପ୍ରଫେସର ବେହେରା ଗଣମାଧ୍ୟମକୁ କହିଥିଲେ। ଏହି ଅବସରରେ ପ୍ରଫେସର ବେହେରା ତାଙ୍କର ଛାତ୍ରାବସ୍ଥା, କ୍ରୀଡ଼ାଜୀବନ ଓ ବଲାଙ୍ଗୀରର ମଧୁର ସମ୍ପର୍କ ସ୍ମୃତିଚାରଣ କରିଥିଲେ। ସ୍ବାଗତ ସଭାରେ ରାଜେନ୍ଦ୍ର କଲେଜ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାପ୍ରସାଦ ମହାପାତ୍ର, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଡେପୁଟି ରେଜିଷ୍ଟ୍ରାର ଶ୍ୟାମପ୍ରସାଦ ରାଉତଙ୍କ ସହ ରାଜେନ୍ଦ୍ର କଲେଜର ଅଧ୍ୟାପକ ଓ ଷ୍ଟାଫ ଉପସ୍ଥିତ ଥିଲେ। କଲେଜ ବାଣିଜ୍ୟ ବିଭାଗ ପ୍ରଫେସର ରବିଶଙ୍କର ପାଣ୍ଡିଆ ଧନ୍ୟବାଦ ଦେଇଥିଲେ। ପରେ କୁଳପତି ପ୍ରଫେସର ବେହେରା ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ ଓ ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ଲାଗୁରୀଙ୍କୁ ଭେଟି ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri