‘ପରିବର୍ତ୍ତନ ସହ ତାଳଦେଇ ପ୍ରଗତିଶୀଳ ହେବା’

ବଲାଙ୍ଗୀର ଅଫିସ, ୨୩ା୬
ସୋମବାର ଥିଲା ବଲାଙ୍ଗୀର ପାଇଁ ଏକ ଐତିହାସିକ ଦିନ। ବହୁ ପ୍ରତୀକ୍ଷିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର ଡ. ଦୀପକ କୁମାର ବେହେରା ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଫେସର ବେହେରା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଆସି ଦାୟିତ୍ୱ ଗ୍ରହଣ କରିବା ସହ ପ୍ରଶାସନିକ ବିଭାଗ, ଲାଇବ୍ରେରୀ, ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ। ଏହି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଓ ବରିଷ୍ଠ ଅଧ୍ୟାପକଙ୍କୁ ସମ୍ବୋଧନ କରିଥିଲେ। ପ୍ରଫେସର ବେହେରା କହିଥିଲେ ଯେ, ପରିବର୍ତ୍ତନ ସହ ତାଳଦେଇ ଆମକୁ ପ୍ରଗତିଶୀଳ ହେବାକୁ ପଡ଼ିବ। ପ୍ରଥମେ ନିଜକୁ ପରିବର୍ତ୍ତନ କଲେ ଛାତ୍ରୀଛାତ୍ରଙ୍କୁ ପରିବର୍ତ୍ତନ କରିପାରିବା ଏବଂ ବିଶ୍ୱବିଦ୍ୟାଳୟକୁ ପ୍ରଗତି ପଥରେ ନେଇପାରିବା। ସମସ୍ତଙ୍କ ସହଯୋଗରେ ଏହି ଶିକ୍ଷାନୁଷ୍ଠାନକୁ ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ଶତପ୍ରତିଶତ ଚେଷ୍ଟା କରିବେ ବୋଲି ପ୍ରଫେସର ବେହେରା କହିଥିଲେ। ବର୍ତ୍ତମାନ ଏହି ଶିକ୍ଷାନୁଷ୍ଠାନର ଅଧ୍ୟାପକ ଓ ଷ୍ଟାଫ୍‌ ଅଭାବଜନିତ ସମସ୍ୟା ସମାଧାନ, ଅନ୍ୟାନ୍ୟ ଭିତ୍ତିିଭୂମିର ବିକାଶ କରିବା ଆବଶ୍ୟକତା ରହିଛି। ଶିକ୍ଷାନୁଷ୍ଠାନର ଜମି ଜବରଦଖଲ ସମସ୍ୟା ରହିଛି। ଏସବୁ ଦିଗରେ ପର୍ଯ୍ୟାୟକ୍ରମେ ପଦକ୍ଷେପ ଗ୍ରହଣ କରାଯିବ। ପ୍ରଥମେ ବିଶ୍ୱବିଦ୍ୟାଳୟ ପାଇଁ ଗୁରୁତ୍ୱପୂର୍ଣ୍ଣ ସିଣ୍ଡିକେଟ, ଏକାଡେମିକ, କାଉନସିଲ ଗଠନ କରିବାକୁ ପଡିବ। ସେମାନଙ୍କ ଜରିଆରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରିବ। କେତୋଟି ନୂଆ ବିଷୟ ଖୋଲିବା ମୋର ଇଚ୍ଛା ରହିଛି। ତେବେ ସେସବୁ ଉପରେ ଅନ୍ୟମାନଙ୍କ ନିଷ୍ପତ୍ତିର ଆବଶ୍ୟକତା ରହିଛି। ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ଆଗାମୀ କାର୍ଯ୍ୟକ୍ରମକୁ ନେଇ ଜିଲା ପ୍ରଶାସନ, ଉଚ୍ଚଶିକ୍ଷା ବିଭାଗ, କୁଳାଧିପତିଙ୍କ ଅଫିସ, ୟୁଜିସି ଏଭଳି ବିଭିନ୍ନ ସ୍ତରରେ ଅନେକ କାମ କରିବାକୁ ପଡ଼ିବ। ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲାର ୬୫ଟି ମହାବିଦ୍ୟାଳୟ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧୀନରେ ରହିବେ ା କୋଭିଡ-୧୯ ଗାଇଡଲାଇନ୍‌ ଭିତରେ ଭିଡିଓ କନ୍‌ଫରେନ୍‌ସ ଜରିଆରେ ସମସ୍ତ କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା କରାଯିବ । ସେପ୍ଟେମ୍ବର ୧ରୁ ବିଶ୍ୱବିଦ୍ୟାଳୟ ପାଠପଢ଼ା ଆରମ୍ଭ ହେବ। ଆମକୁ କିଛି ସମୟ ମିଳିଛି। ଏହି ସମୟରେ ଅନେକ ପ୍ରାରମ୍ଭିକ କାମ କରିବେ। ଗୁଗ୍‌ଲ ମିଟ୍‌ ବା ଅନ୍‌ଲାଇନ୍‌ ଜରିଆରେ ସମସ୍ତଙ୍କ ସହ ଆଲୋଚନା କରି ଆଗକୁ କୋଭିଡ ମୁକାବିଲା ସମୟରେ ଡିଜିଟାଲ ଶିକ୍ଷାଦାନ ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ। ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗୀରବାସୀ ଏବଂ ସମଗ୍ର ପଶ୍ଚିମ ଓଡ଼ିଶା ପାଇଁ ଏକ ଐତିହାସିକ ଦିନ ବୋଲି ପ୍ରଫେସର ବେହେରା ଗଣମାଧ୍ୟମକୁ କହିଥିଲେ। ଏହି ଅବସରରେ ପ୍ରଫେସର ବେହେରା ତାଙ୍କର ଛାତ୍ରାବସ୍ଥା, କ୍ରୀଡ଼ାଜୀବନ ଓ ବଲାଙ୍ଗୀରର ମଧୁର ସମ୍ପର୍କ ସ୍ମୃତିଚାରଣ କରିଥିଲେ। ସ୍ବାଗତ ସଭାରେ ରାଜେନ୍ଦ୍ର କଲେଜ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାପ୍ରସାଦ ମହାପାତ୍ର, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଡେପୁଟି ରେଜିଷ୍ଟ୍ରାର ଶ୍ୟାମପ୍ରସାଦ ରାଉତଙ୍କ ସହ ରାଜେନ୍ଦ୍ର କଲେଜର ଅଧ୍ୟାପକ ଓ ଷ୍ଟାଫ ଉପସ୍ଥିତ ଥିଲେ। କଲେଜ ବାଣିଜ୍ୟ ବିଭାଗ ପ୍ରଫେସର ରବିଶଙ୍କର ପାଣ୍ଡିଆ ଧନ୍ୟବାଦ ଦେଇଥିଲେ। ପରେ କୁଳପତି ପ୍ରଫେସର ବେହେରା ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ ଓ ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ଲାଗୁରୀଙ୍କୁ ଭେଟି ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri