ପରମ୍ପରା ଭାଙ୍ଗିପାରନ୍ତି ମତଦାତା

ଭୁବନେଶ୍ୱର, ୨୦ା୪:  ଆସନ୍ତା ୨୩ ତାରିଖରେ ଭୁବନେଶ୍ୱର ଲୋକ ସଭା ଆସନରେ ନିର୍ବାଚନ ହେବ। ଏହାକୁ ନେଇ ସାରା ରାଜ୍ୟରେ ଉତ୍କଣ୍ଠା ରହିଛି। ୧୯୯୮ରୁ ବିଜେଡି ଏଠାରୁ ଜିତି ଆସୁଥିଲେ ମଧ୍ୟ ଚଳିତ ନିର୍ବାଚନରେ ବିଜେଡି ସଫଳତାକୁ ନେଇ ଅନେକେ ଦ୍ୱନ୍ଦ୍ୱ ପ୍ରକାଶ କରୁଛନ୍ତି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର  ପୂର୍ବତନ କମିଶନର ତଥା ଗଣଶିକ୍ଷା ସଚିବ ଅପରାଜିତା ଷଡଙ୍ଗୀ(ଆଇଏଏସ) ଚାକିରି ଛାଡି ଏହି ଲୋକ ସଭାକ୍ଷେତ୍ରରେ ସାଂଗଠନିକ କାର୍ଯ୍ୟ ଆରମ୍ଭ କରିଥିଲେ। ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଭାଜପା ତାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି। ଏହି ଆନୁଷ୍ଠାନିକ ଘୋଷଣା ପୂର୍ବରୁ ଅପରାଜିତା ଭୁବନେଶ୍ୱର ଲୋକ ସଭା ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବ୍ୟକ୍ତିଗତ ଭାବେ ସଂଗଠନ ପ୍ରସ୍ତୁତ କରିସାରିଥିଲେ। ସବୁ ନିର୍ବାଚନମଣ୍ଡଳୀରେ ସ୍ଥାନୀୟ କାର୍ଯ୍ୟାଳୟ କରି ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିଥିଲେ। ବିଜେଡି ପକ୍ଷରୁ ଏମ୍‌ପି ପ୍ରସନ୍ନ ପାଟଶାଣୀଙ୍କୁ ବଦଳା ଗଲା। ତାଙ୍କ ସ୍ଥାନରେ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ତଥା ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଗଲା। ଏହି ଘୋଷଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପ୍ରାର୍ଥୀ ଘୋଷଣା ହେବା ପୂର୍ବରୁ ଅରୂପ ବିଜୁ ଯୁବ ବାହିନୀ ଦାୟିତ୍ୱ ସମ୍ଭାଳି ଆସୁଥିଲେ। ଏହି ସଂଗଠନକୁ ନେଇ ସାରା ରାଜ୍ୟରେ ଏକ ନକାରାତ୍ମକ ଛବି ସୃଷ୍ଟି ହୋଇଛି। ତେଣୁ ଅରୂପଙ୍କ ଗ୍ରହଣୀୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷରେ ପୂର୍ବରୁ ପ୍ରଶାସିକା ଥିବା ଅପରାଜିତା ନିଜ କାର୍ଯ୍ୟଦକ୍ଷତା ପାଇଁ ଓଡ଼ିଆ ଲୋକଙ୍କ ମନରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଲୋଚନା ହେଉଛି। ହେଲେ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଅରୂପଙ୍କ କ୍ଷେତ୍ରରେ ତାହା ସମ୍ଭବ ହୋଇ ପାରୁନାହିଁ ବୋଲି କୁହାଯାଉଛି। ରାଜନୈତିକ ସମୀକ୍ଷକଙ୍କ କହିବାନୁଯାୟୀ, ଅରୂପଙ୍କ ସଫଳତା ସମ୍ପୂର୍ଣ୍ଣ ଭାବେ ବିଜେଡି ସଂଗଠନ ଏବଂ ପାରମ୍ପରିକ ଭୋଟ ବ୍ୟାଙ୍କ ଉପରେ ନିର୍ଭର କରୁଛି।

ରାଜ୍ୟରେ ବିଧାୟକ ପ୍ରାର୍ଥୀଙ୍କ ଭରସାରେ ଏମ୍‌ପି ପ୍ରାର୍ଥୀ ଜିତୁଥିବା ଗତ ନିର୍ବାଚନଗୁଡ଼ିକରେ ଲକ୍ଷ୍ୟ କରାଯାଇଛି। ହେଲେ ଭୁବନେଶ୍ୱର ଲୋକ ସଭା ଆସନରୁ ଅପରାଜିତା ପ୍ରାର୍ଥୀ ହେବା ପରେ ପରୋକ୍ଷରେ ଏହା ଦଳୀୟ ବିଧାୟକଙ୍କ ପାଇଁ ସହାୟକ ହୋଇଛି। ହେଲେ ବିଜେଡିରେ ସ୍ଥିତି ପୂରା ଓଲଟା। ନିଜ ଭୋଟ ପୁଞ୍ଜିକୁ କୌଣସିମତେ ବଞ୍ଚାଇବା ପାଇଁ ଏମ୍‌ପି ପ୍ରାର୍ଥୀଙ୍କ ସମ୍ପର୍କରେ ବିଜେଡି ବିଧାୟକ ପ୍ରାର୍ଥୀମାନେ ଗୁରୁତ୍ୱ ଦେଇ ପ୍ରଚାର କରୁନାହାନ୍ତି, କେବଳ ଦଳୀୟ ସୌଜନ୍ୟ ରକ୍ଷା କରୁଥିବା କୁହାଯାଉଛି। ତୃଣମୂଳରେ ଦୁଇ ପ୍ରାର୍ଥୀଙ୍କ ପ୍ରଚାରଶୈଳୀକୁ ନେଇ ଧରିତ୍ରୀ ପକ୍ଷରୁ ବିଭିନ୍ନ ଲୋକଙ୍କ ମତାମତ ନିଆଯାଇଥିଲା। ଜଟଣୀର ରଜନୀ ପାଇକରାୟଙ୍କ କହିବାନୁଯାୟୀ ଅପରାଜିତା ସହଜରେ ଲୋକଙ୍କ ସହ ମିଶି ପାରୁଥିବା ଲକ୍ଷ୍ୟ କରିଛୁ। ହେଲେ ଅରୂପ ଲୋକଙ୍କ ସହ ଭାବଗତ ଭାବେ ଯୋଡି ହେଉ ନ ଥିବା କୁହାଯାଉଛି। ତେଣୁ ଏମ୍‌ପି ଭୋଟ ପାଇଁ ଅପରାଜିତା ପ୍ରଥମ ପସନ୍ଦ ହୋଇଛନ୍ତି। ଭୋଟଦାନ ପୂର୍ବରୁ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ରଜନୀ କହିଛନ୍ତି। ପୂର୍ବ ନିର୍ବାଚନଗୁଡିକରେ କଂଗ୍ରେସ ମଧ୍ୟ ଭୁବନେଶ୍ୱର ଲୋକ ସଭା ଆସନରେ ପ୍ରାର୍ଥୀ ଦେଇ ଆସୁଥିଲା। ହେଲେ ଚଳିତଥର ଏହି ଆସନ ସହଯୋଗୀ ସିପିଏମ୍‌କୁ ପ୍ରଦାନ କରିଛି। ସିପିଏମ୍‌ ପକ୍ଷରୁ ଜନାର୍ଦ୍ଦନ ପତିଙ୍କୁ ପ୍ରାର୍ଥୀ କରାଯାଇଛି। ହେଲେ ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ ଏବଂ ବେଗୁନିଆ ଅଞ୍ଚଳରେ ଦଳର ପୂର୍ବ ସଂଗଠନ ନାହଁି। ତେଣୁ କଂଗ୍ରେସର ପାରମ୍ପରିକ ଭୋଟ ସିପିଏମ୍‌କୁ ଯିବା ସାମ୍ପ୍ରତିକ ସ୍ଥିତିରେ କଷ୍ଟକର ମନେ ହୁଏ। ଗତ ଥର କଂଗ୍ରେସ ପାଇଥିବା ୧,୪୫,୭୮୩ ଭୋଟ ବିଭାଜନ ହେବା ସୁନିଶ୍ଚିତ ବୋଲି ଜନୈକ କଂଗ୍ରେସ ନେତା କହିଛନ୍ତି। ଏହା ଶାସକ ବିରୋଧୀ ଭୋଟ ହୋଇଥିବାରୁ ଏହାର ଏକ ବୃହତ୍‌ ଅଂଶ ଭାଜପାକୁ ଯିବାର ସମ୍ଭାବନା ରହିଛି। କଂଗ୍ରେସ ବିଧାୟକ ପ୍ରାର୍ଥୀମାନେ ମଧ୍ୟ ସହଯୋଗୀ ଲୋକ ସଭା ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱ ସହ ପ୍ରଚାର କରୁଥିବା ଲକ୍ଷ୍ୟ କରାଯାଉନାହିଁ। ଗତ ଦୁଇଟି ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀମାନେ ଭୁବନେଶ୍ୱରର ୩ଟି ବିଧାନସଭା ଆସନରେ ତୃତୀୟ ସ୍ଥାନରେ ରହିଥିଲେ। ଚଳିତଥର ଭୁବନେଶ୍ୱର(ଜୟଦେବ) ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଇଛି। ଉକ୍ତ ନିର୍ବାଚନମଣ୍ଡଳୀରେ ଏମ୍‌ପି କିମ୍ବା ବିଧାୟକ ଭୋଟରେ କଂଗ୍ରେସର ହାତ ଚିହ୍ନ ଏକପ୍ରକାର ନିଶ୍ଚିହ୍ନ ହୋଇଯାଇଛି। ତେଣୁ ସେଠାରେ ଭାଜପା ପୂର୍ବାପେକ୍ଷା ବହୁତ ଭଲ କରିବା ନେଇ ଆଶାବାଦୀ।

ଭୁବନେଶ୍ୱର(ମଧ୍ୟ)ଆସନରେ ବିଜେଡି-ଭାଜପା ପ୍ରତିଦ୍ୱନ୍ଦ୍ୱିତା ଜୋର ହେଉଛି। ଏହି ବିଧାନସଭା ଆସନରେ ବିଜେଡିର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଏବଂ ଭାଜପାର ଜଗନ୍ନାଥ ପ୍ରଧାନଙ୍କ ମଧ୍ୟରେ ମୁକାବିଲା ହେଉଛି। ସାଂଗଠନିକ ଦକ୍ଷତା ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ସାମାନ୍ୟ ସୁବିଧା ଦେଇପାରେ, ହେଲେ ଏମ୍‌ପି ପାଇଁ ଅଧିକାଂଶ ଭୋଟର ଅପରାଜିତାଙ୍କୁ ହିଁ ପ୍ରଥମ ପସନ୍ଦ କହିଛନ୍ତି। ଅପରପକ୍ଷରେ ଭାଜପା ଭୁବନେଶ୍ୱର ଏକାମ୍ର ଏବଂ ଉତ୍ତର ନିର୍ବାଚନମଣ୍ଡଳୀରେ ଆଶାୟୀଙ୍କୁ ଟିକେଟ୍‌ ଦେଇ ନ ଥିଲା। ଏହା ଦଳ ପାଇଁ ଅଡୁଆ ସୃଷ୍ଟି କରୁଥିବା ଆଲୋଚନା ହେଉଛି। ସେହିପରି ଜଟଣୀ ବିଧାନସଭା ଆସନ ପାଇଁ ଲଢେଇ କଂଗ୍ରେସ-ବିଜେଡି ମଧ୍ୟରେ ହେଉଥିବା ଚର୍ଚ୍ଚା ହେଉଛି। ଏଠାରେ ୨୦୧୪ ନିର୍ବାଚନରେ ଭାଜପା ବିଧାୟକ ପ୍ରାର୍ଥୀ ଯେତିକି ଭୋଟ୍‌ ପାଇଥିଲେ, ଏମ୍‌ପି ପ୍ରାର୍ଥୀ ତାଙ୍କଠାରୁ ୧୦,୦୦୦ ଅଧିକ ଭୋଟ ପାଇଥିଲେ। ଚଳିତ ଥର ଏହି ବ୍ୟବଧାନରେ ପରିବର୍ତ୍ତନ ହେବ ବୋଲି ସ୍ଥାନୀୟ ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି। ସେହିପରି ଖୋର୍ଦ୍ଧା ବିଧାନସଭା ଆସନରେ ବିଜେଡି ବିଧାୟକ ପ୍ରାର୍ଥୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ମୁକାବିଲା ଭାଜପାର କାଳୁ ଖଣ୍ଡେଇତରାୟଙ୍କ ସହ ହେଉଛି। କିଛିଦିନ ତଳେ ମଙ୍ଗୁଳି ଜେନା ନାମକ ଭାଜପା ନେତାଙ୍କୁ ହତ୍ୟା କରାଯାଇଛି। ଏହି ଘଟଣା ଶାସକ ଦଳକୁ ଅଡୁଆରେ ପକାଇପାରେ ବୋଲି ଆଲୋଚନା ହେଉଛି। ଅପରାଜିତା ସ୍ବତନ୍ତ୍ରଭାବେ ସାଂଗଠନିକ କାର୍ଯ୍ୟ ଖୋର୍ଦ୍ଧାରେ କରିଥିବାରୁ ଦଳମତ ନିର୍ବିଶେଷରେ ଏମ୍‌ପି ଭୋଟ ପାଇପାରନ୍ତି ବୋଲି କୁହାଯାଉଛି। ସେହିପରି ବେଗୁନିଆ ବିଧାନସଭା କ୍ଷେତ୍ରରେ ଅପରାଜିତାଙ୍କ ପାଇଁ ସ୍ବତନ୍ତ୍ର କ୍ରେଜ୍‌ ରହିଛି। ଏହି ଆସନ ସମେତ ଗ୍ରାମାଞ୍ଚଳର ପ୍ରତି ଜୋନ୍‌ରେ ଟିମ୍‌ ଅପରାଜିତା କାର୍ଯ୍ୟ କରୁଛି। ତେଣୁ ବେଗୁନିଆରୁ ଅପରାଜିତା ବିଜେଡି ପ୍ରାର୍ଥୀଙ୍କୁ ଚକ୍‌ମା ଦେଇପାରିନ୍ତିି ବୋଲି କୁହାଯାଉଛି।

ମୋଟ ଉପରେ କହିବାକୁ ଗଲେ ବେଗୁନିଆ, ଖୋର୍ଦ୍ଧା, ଜଟଣୀ ଏବଂ ଜୟଦେବରୁ ଭାଜପା ପ୍ରାର୍ଥୀ ଅପରାଜିତା ବିଜେଡିଠାରୁ ଅଗ୍ରଣୀ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଭୁବନେଶ୍ୱର ୩ ବିଧାନସଭା ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ମୋଟ ଭୋଟଠାରୁ ଗତଥର ପ୍ରସନ୍ନ ପାଟଶାଣୀ କମ୍‌ ଭୋଟ ପାଇଥିଲେ। ଏହାର ସିଧା ଫାଇଦା ଭାଜପାକୁ ଯିବ ବୋଲି ଆଲୋଚନା ହେଉଛି। ତେଣୁ ଲଗାତର ଭାବେ ଗୋଟିଏ ଧାରାରେ ଭୋଟ୍‌ ଦେଇ ଆସୁଥିବା ଭୁବନେଶ୍ୱର ଲୋକ ସଭା ନିର୍ବାଚନମଣ୍ଡଳୀର ମତଦାତା ପରମ୍ପରା ଭାଙ୍ଗିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଚିଦାନନ୍ଦ ଜେନା


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri