ପରମାଣୁ ଶକ୍ତିର ସନ୍ଦେଶ

ଡ. ନରେନ୍ଦ୍ର କୁମାର ସେଠୀ

୧୯୩୮ ମସିହାରେ ଜର୍ମାନ ବୈଜ୍ଞାନିକ ଓଟୋ ହାନ ଓ ଫ୍ରିଜ ଷ୍ଟ୍ରସମାନ ଆଣବିକ ବିଖଣ୍ଡନ ପ୍ରକ୍ରିୟା ଆବିଷ୍କାର କଲା ପରେ ପ୍ରଥମ କରି ପରମାଣୁ ବୋମା ତିଆରି କରିବାର ସମ୍ଭାବନା ସୃଷ୍ଟି ହୋଇଥିଲା। ତେବେ ବିଶ୍ୱର ଅନେକ ବୁଦ୍ଧିଜୀବୀଙ୍କ ସମେତ ବୈଜ୍ଞାନିକ ଆଇନଷ୍ଟାଇନ ମଧ୍ୟ ଏପରି ଆଶଙ୍କା କରି ତତ୍କାଳୀନ ଆମେରିକା ରାଷ୍ଟ୍ରପତି ରୁଜଭେଲଟଙ୍କ ପାଖକୁ ଏକ ଚିଠି ଲେଖି ଜର୍ମାନୀର କ୍ରୂର ଶାସକ ହିଟଲର ପରମାଣୁ ବୋମା ତିଆରି କରିପାରନ୍ତି ବୋଲି କହିଥିଲେ; ଯାହା ଫଳରେ ଆମେରିକା ତରବର ହୋଇ ମ୍ୟାନହଟନ ପ୍ରୋଜେକ୍ଟ ଆରମ୍ଭ କଲା ଓ ପରମାଣୁ ବୋମା ଗୁପ୍ତ ରୂପରେ ବିକଶିତ କଲା। ୧୯୪୫ ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯଥାକ୍ରମେ ପ୍ରଥମେ ଜାପାନର ହିରୋସୀମା ଓ ପରେ ନାଗାସାକି ଉପରେ ଆମେରିକା ପରମାଣୁ ବୋମା ବିସ୍ଫୋରଣ କରିଥିଲା। ଏକ ଆକଳନରୁ ଜଣାଯାଏ ଯେ ପ୍ରାୟ ଚାରି ଲକ୍ଷ ଲୋକ ଏହି ବିସ୍ଫୋରଣରେ ମୃତ୍ୟୁବରଣ କରିଥିଲେ। ଲିଟିଲ ବୟ ନାମକ ଏକ ବୋମାରେ ମାତ୍ର ୬୪ କିଲୋ ସମୃଦ୍ଧ ୟୁରାନିୟମ ଯାହା ୧୫ ହଜାର ଟନ ଟିଏନ୍‌ଟି ବିସ୍ଫୋରଣର ଶକ୍ତି ସୃଷ୍ଟି କରିଥିଲା। ସାରା ବିଶ୍ୱ ପରମାଣୁ ବୋମାର ଭୟବହତାକୁ ଦେଖି ଆତଙ୍କିତ ହେବା ସଙ୍ଗେ ସଙ୍ଗେ ସାମାନ୍ୟ ପରମାଣୁ ଭିତରେ ଲୁଚିଥିବା ବିପୁଳ ଶକ୍ତି ସହ ପରିଚିତ ହେଲା। ଜଣାପଡିଲା ଯେ ଏକ ଗ୍ରାମ ୟୁରାନିୟମ୍‌ର ବିଖଣ୍ଡନରେ ସୃଷ୍ଟି ହେଉଥିବା ଶକ୍ତି ୧୩ ବ୍ୟାରେଲ ପେଟ୍ରୋଲିୟମ କିମ୍ବା ୩୦ ହଜାର କିଲୋ କୋଇଲାରେ ଥିବା ଶକ୍ତି ସହ ସମାନ।
ସେଇଦିନୁ ବିଶ୍ୱର ବୈଜ୍ଞାନିକମାନେ ଏହି ବିପୁଳ ଲୁକ୍କାୟିତ ଶକ୍ତିକୁ ମାନବ ସେବାରେ ଲଗେଇବାକୁ ଚିନ୍ତା କଲେ। ତେବେ ସବୁଠୁ ଆଶ୍ଚର୍ଯ୍ୟ ବିଷୟ ହେଲା ଜାପାନରେ ହୋଇଥିବା ବିସ୍ଫୋରଣର ମାତ୍ର ଦଶ ବର୍ଷ ପରେ ୧୯୫୫ ମସିହାରେ ବିଜୁଳି ଶକ୍ତି ନିମନ୍ତେ ଆଣବିକ ରିଆକ୍ଟର ତିଆରି କରିବା ପାଇଁ ଜାପାନ ଆଇନ ପ୍ରଣୟନ କଲା। ଏକଦା ଜାପାନର ଜାତୀୟ ବିଜୁଳି ଉତ୍ପାଦନର ୩୦ ପ୍ରତିଶତ ପରମାଣୁ ଶକ୍ତିରୁ ଆସୁଥିଲା। ସେହିପରି ବର୍ତ୍ତମାନ ଆମେରିକାରେ ୨୦ ପ୍ରତିଶତ, କାନାଡା ୧୫ ପ୍ରତିଶତ, ବେଲଜିୟମ ୪୮ ପ୍ରତିଶତ, ଫିନଲାଣ୍ଡ ୩୫ ପ୍ରତିଶତ, ଫ୍ରାନ୍ସ ୭୧ ପ୍ରତିଶତ, ଜର୍ମାନୀ ୧୨.୫ ପ୍ରତିଶତ, ସୁଇଜରଲାଣ୍ଡ ୨୪ ପ୍ରତିଶତ, ବୁଲଗେରିଆ ୩୮ ପ୍ରତିଶତ, ରୁଷିଆ ୨୦ ପ୍ରତିଶତ, ଦକ୍ଷିଣ କୋରିଆ ୨୬ ପ୍ରତିଶତ ଓ ଭାରତରେ ୩ ପ୍ରତିଶତ ବିଜୁଳି ଶକ୍ତି ପରମାଣୁ ରିଆକ୍ଟରରୁ ଆସିଥାଏ।
ସୂଚନାଯୋଗ୍ୟ ଯେ,ଭାରତରେ ପ୍ରଥମ ପରମାଣୁ ରିଆକ୍ଟର ମହାରାଷ୍ଟ୍ରର ତାରାପୁର ଠାରେ ୧୯୬୩ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ଏହି ରିଆକ୍ଟର ୧୬୦ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ କରେ, ଯାହା ଏପର୍ଯ୍ୟନ୍ତ ସଫଳତାର ସହ ଚାଲିଛି। ବର୍ତ୍ତମାନ ଆମ ଦେଶରେ ୨୨ଟି ପରମାଣୁ ରିଆକ୍ଟର ବିଭିନ୍ନ ସ୍ଥାନରେ ଅଛି; ଯୋଉଠୁ ୬୭୮୦ ମେଗାୱାଟ ବିଜୁଳି ଉତ୍ପାଦନ ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ, ପରମାଣୁ ବିଜୁଳି ପାରମ୍ପରିକ ତାପଜ ବିଦ୍ୟୁତ ଅପେକ୍ଷା ଶସ୍ତା ଓ ପ୍ରଦୂଷଣମୁକ୍ତ। ଯେହେତୁ ପରମାଣୁ ରିଆକ୍ଟରରେ ଇନ୍ଧନ ରୂପେ ୟୁରାନିୟମ ବ୍ୟବହାର କରାଯାଏ, ଏଥିରୁ ଧୂଆଁ କିମ୍ବା ପାଉଁଶ ବାହାରି ନ ଥାଏ। ତେଣୁ ଏହା ଏକ ପ୍ରଦୂଷଣ ମୁକ୍ତ ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଜୁଳି ଶକ୍ତି ଦେଇପାରୁଥିବା ଅଣପାରମ୍ପରିକ ଶକ୍ତି ଉତ୍ସ ଭାବେ ବିଶ୍ୱରେ ଆଦୃତି ଲାଭ କରିଛି। ଭାରତର ପରମାଣୁ ରିଆକ୍ଟରଗୁଡିକ ନିରବଚ୍ଛିନ୍ନ ଭାବରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲି ବିଶ୍ୱ ରେକର୍ଡ ମଧ୍ୟ କରିଛି। ଉନ୍ନତ ମାନର ଅତ୍ୟାଧୁନିକ ଜ୍ଞାନ କୌଶଳରେ ପରମାଣୁ ରିଆକ୍ଟର ତିଆରି କରିବାରେ ଭାରତ ବିଶ୍ୱରେ ଅଗ୍ରଣୀ ରାଷ୍ଟ୍ର ଭାବରେ ପରିଣତ ହେଇଛି ।
ଖାଲି ସେତିକି ନୁହେଁ ପରମାଣୁ ଶକ୍ତିର ଶାନ୍ତିପୂର୍ଣ ବିନିଯୋଗ ଆହୁରି ଅନେକ କ୍ଷେତ୍ରରେ କାୟା ବିସ୍ତାର କରିବାରେ ଲାଗିଛି।
ଦୁରାରୋଗ କର୍କଟ ପରି ଅସାଧ୍ୟ ରୋଗର ଚିକିତ୍ସା ଏହି ଆଣବିକ ଶକ୍ତି ଦ୍ୱାରା କରାଯାଇଥାଏ। ଶକ୍ତିଶାଳୀ ବିକିରଣ ଦେଉଥିବା ରେଡିଓ ଆଇସୋଟୋପ ବ୍ୟବହାର କରି କେମୋଥେରାପି ଦ୍ୱାରା କ୍ୟାନସର ରୋଗର ଚିକିତ୍ସା ଏକମାତ୍ର ସଫଳ ଓ ଲୋକାଦୃତ ଉପାୟ ଭାବରେ ଚିକିତ୍ସା କ୍ଷେତ୍ରରେ ପରିଚିତ। ଏ ଦିଗରେ ଆମ ଦେଶର ଅଗ୍ରଣୀ ଗବେଷଣା ସଂସ୍ଥା ଭାଭା ପରମାଣୁ ଗବେଷଣା କେନ୍ଦ୍ରରେ ଏ ବିଷୟରେ ଗଭୀର ଅଧ୍ୟୟନ କରାଯାଇ ୨୬ ପ୍ରକାରର ବିଭିନ୍ନ ଉନ୍ନତଧରଣର ବୀଜ ପ୍ରସ୍ତୁତ କରାଯାଇଛି। ତାହା ମଧ୍ୟରେ ଚିନା ବାଦାମ, ସୋରିଷ, ଧାନ, ବିନ ଛୁଇଁ, କପା ଇତ୍ୟାଦି। ଏହା ଏବେ ବହୁଳ ଭାବରେ ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶର ଚାଷୀମାନେ ବ୍ୟବହାର କରୁଛନ୍ତି। ଉଦାହରଣ ସ୍ବରୂପ TG- 37A , TG-38 କିସମର ଉନ୍ନତ ମାନର ଚିନାବାଦାମ, ଯାହା ଭାଭା ପରମାଣୁ କେନ୍ଦ୍ରରେ ବିକଶିତ ହୋଇଛି ବହୁଳ ପରିମାଣରେ ଓଡ଼ିଶାର ଚାଷୀମାନଙ୍କ ମଧ୍ୟରେ ଲୋକପ୍ରିୟ। ତେଜସ୍କ୍ରିୟ ଆଇସୋଟୋପକୁ ମାଟିରେ ସାର ସହିତ ପ୍ରୟୋଗ କରି ଓ ଫସଲ ଭିତରେ ରାସାୟନ ସାର କେତେଦୂର କାର୍ଯ୍ୟକ୍ଷମ ତାହା କଳନା କରାଯାଇପାରୁଛି। ଏଥିପାଇଁ ଫସଫରସ ସହ P-32 ଓ ସଲଫର ସହିତ S-35 ତେଜସ୍କ୍ରିୟ ଆଇସୋଟୋପ ବ୍ୟବହାର କରାଯାଇ ଥାଏ । ସେହିପରି ପେଷ୍ଟିସାଇଡ଼ରେ ଆଇସଟୋପ ବ୍ୟବହାର କରି ଏହାର ସାଇଡ୍‌ ଇଫେକ୍ଟ ବିଷୟରେ ଜାଣି ହୁଏ। ଫଳରେ ଚାଷୀମାନେ କୋଉ ରାସାୟନିକ କେତେ ବ୍ୟବହାର କରିବେ ତା’ର ଠିକ ଅନୁମାନ ମିଳିଯାଏ। କୋଉ କୀଟନାଶକ ବ୍ୟବହାର ଅନୁପଯୋଗୀ ତାହା ମଧ୍ୟ ଚାଷୀ ଭାଇ ଜାଣିପାରନ୍ତି। ଫସଲ ଉତ୍ପାଦନ ପରେ ତାକୁ ପୋକ ଦାଉରୁ ରକ୍ଷା କରି ଅଧିକ ଦିନ ପର୍ଯ୍ୟନ୍ତ ସାଇତି ରଖିବାରେ ମଧ୍ୟ ଆଣବିକ ଶକ୍ତିର ପ୍ରୟୋଗ ହେଉଛି। ଅତି ଶକ୍ତିଶାଳୀ ବିକିରଣ ଦେଉଥିବା ରେଡିଓ ଆଇସୋଟୋପ ଗୁଡିକ ଦ୍ୱାରା ଖାଦ୍ୟ ଶସ୍ୟକୁ ଅନେକ ଦିନ ନିରାପଦ ଭାବରେ ସାଇତି ରଖା ଯାଇପାରୁଛି । ଏପରି ଖାଦ୍ୟ ଶସ୍ୟ ସଂରକ୍ଷଣ କେନ୍ଦ୍ର ଆମ ଦେଶରେ ନାଶିକ, ମୁମ୍ବାଇ ଓ ଅନ୍ୟ ଜାଗାରେ ପ୍ରତିଷ୍ଠା କରାଯାଇଛି।
ତେବେ ଆମ ରାଜ୍ୟର ଉପକୂଳ ଅଞ୍ଚଳରେ ପରମାଣୁ ରିଆକ୍ଟର ବସାଇବା ପାଇଁ ପ୍ରାରମ୍ଭିକ ସର୍ଭେ କିଛି ବର୍ଷ ପୂର୍ବେ ହୋଇଥିଲା। ଓଡିଶାର ସମୁଦ୍ର ଉପକୂଳ ବାଲିରେ ଅତି ଦରକାରୀ ଥୋରିୟମ ପ୍ରଚୁର ପରିମାଣରେ ଅଛି। ଏହି ଥୋରିୟମ ଭବିଷ୍ୟତର ପରମାଣୁ ରିଆକ୍ଟର ପାଇଁ ଇନ୍ଧନ ହେବ ଓ ଭାରତର ଶକ୍ତି ଆବଶ୍ୟକତାକୁ ବହୁ ପରିମାଣରେ ପୂର୍ଣ୍ଣ କରିବ। ହିରୋସୀମା ଓ ନାଗାସାକି ନିଶ୍ଚୟ ମାନବ ଇତିହାସର ଏକ କଳା ଅଧ୍ୟାୟ। ତେବେ ତାକୁ ଭୁଲି ମଣିଷ ପରମାଣୁ ଶକ୍ତିକୁ ଶାନ୍ତିପୂଣ୍ଣର୍ର୍ ବିନିଯୋଗ କରି ସମଗ୍ର ମାନବ ଜାତିର କଲ୍ୟାଣ କରୁଛି ଏଥିରେ ସନ୍ଦେହ ନାହିଁ ।
ବୈଜ୍ଞାନିକ, ଭାଭା ପରମାଣୁ ଗବେଷଣା କେନ୍ଦ୍ର, ଯାଦୁଗୁଡା, ପୂର୍ବ ସିଂହଭୂମ, ଝାଡ଼ଖଣ୍ଡ
ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri