ପରଦା କଳାର ସହର ଧଳାପଥର

ଖୋର୍ଦ୍ଧା ଅଫିସ,୧୭ା୬:  ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ଧଳାପଥର ପରଦା କଳାର ସହର ଭାବେ ପରିଚିତ। ଘର ସାଜସଜ୍ଜାଠାରୁ ଅଫିସ ଆଦି ସ୍ଥାନରେ ପରଦା ଲାଗିଥାଏ। ଦୀର୍ଘ ବର୍ଷ ପୂର୍ବେ ହସ୍ତତନ୍ତରେ ଏହି କଳାକୁ ଧଳାପଥର ଅଞ୍ଚଳର ଉଦୟନାଥ ସାହୁ ଅତି ନିଖୁଣ ଭାବେ ଚିତ୍ରଣ କରିପାରୁଥିଲେ। ପରଦାରେ ଉଦୟନାଥ ଶ୍ରୀମନ୍ଦିର, କୋଣାର୍କ, ଖଣ୍ଡଗିରି, ଉଦୟଗିରି, ଧଉଳି ସ୍ତୂପ, ତାଜମହଲ, ଅଶୋକ ଚକ୍ର, ଓଡ଼ିଶାର ମାନଚିତ୍ର, ମହାପ୍ରଭୁଙ୍କ ବିଭିନ୍ନ ବେଶ, ନବଗୁଞ୍ଜର, କଳସ, ଦେବଦେବୀ, ପଶୁପକ୍ଷୀ, ଗଛଲତା ଆଦି ପ୍ରସ୍ତୁତ କରି ଦେଶ ତଥା ବିଦେଶରେ ସୁନାମ ଅର୍ଜନ କରିଥିଲେ। ତାଙ୍କ ଦ୍ୱାରା ପ୍ରସ୍ତୁତ ପରଦାରେ ରହିଥିଲା ଏକ ବିଶେଷ ଆକର୍ଷଣ, ଯାହାକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିଥିଲା।
ଉଦୟନାଥ ନିଜ ପ୍ରଚେଷ୍ଟାରେ ପ୍ରଥମେ ବୁଣାଲୁଗାରେ ଏକ ଶ୍ରୀମନ୍ଦିରର କଳାକୃତି ପ୍ରସ୍ତୁତ କରିଥିଲେ। ବିଭିନ୍ନ ଗଛର ଛେଲି, ପତ୍ର ଫଳ ଆଦିରୁ ସେ ଭିନ୍ନ ରଙ୍ଗ ପ୍ରସ୍ତତ କରିବାରେ ସିଦ୍ଧହସ୍ତ ଥିଲେ। ଶାଢି, ପାଟଲୁଗା, ବସ୍ତ୍ର ଆଦି ବିଭିନ୍ନ ଶୈଳୀରେ ବୁଣୁଥିଲେ। ସେହି ସମୟରେ ହସ୍ତତନ୍ତ ଏବଂ ହାତ ତିଆରି ଶାଢିର ଚାହିଦା କମିବା ବେଳେ ସେ ପରଦା କଳା ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ଏହି ପରଦା କଳାକୁ ଲୋକପ୍ରିୟ ଲାଗି ସେ ଉକ୍ତ ସମୟରେ ବୁଣାକାରଙ୍କୁ ନେଇ ବିଭିନ୍ନ ସ୍ଥାନରେ ପ୍ରଦର୍ଶନୀ ଆୟୋଜନ କରିଥିଲେ, ଯାହାକି ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିଥିଲା। ପରଦା କଳା ପାଇଁ ଉଦୟନାଥଙ୍କୁ ୧୯୪୬ ମସିହାରେ ତତ୍‌କାଳନୀ ଓଡ଼ିଶା ଗଭର୍ନର ହାର୍ଥୋନ୍‌ ଲୁଇସ୍‌ ସମ୍ମାନିତ କରିଥିଲେ। ସେହିପରି ୧୯୫୫ରେ ସୌରାଷ୍ଟ୍ର ଖଦି ବୋର୍ଡ ଏବଂ ୧୯୫୬ରେ ବନାରସ ଖଦି ବୋର୍ଡ ଠାରୁ ସେ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ ହୋଇଥିଲେ। ସେହି ସମୟରେ ହସ୍ତତନ୍ତକୁ ଉଜ୍ଜୀବିତ କରିବା ଲାଗି ସେ ଧଳାପଥର ତନ୍ତବାୟ ସହଯୋଗ ସମିତି ପ୍ରତିଷ୍ଠା କରିଥିଲେ। ଉଦୟନାଥଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି କଳା ଦେଶରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଏହି ପରଦା କଳାକୁ ଧଳାପଥର ଅଞ୍ଚଳର ବୁଣାକାରମାନେ ମଧ୍ୟ ଆପଣାଇ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri