Posted inଖେଳ

ପନ୍ତଙ୍କ ସ୍ଥାନରେ ଖେଳିବେ ରିଦ୍ଧିମାନ

ବିଶାଖାପାଟନମ, ୧।୧୦ (ପି.ଟି.)- ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବୁଧବାରଠାରୁ ସ୍ଥାନୀୟ ଡ. ଓ୍ବାଇ.ଏସ୍‌. ରାଜଶେଖର ରେଡ୍ଡୀ କ୍ରିକେଟ୍‌ ଷ୍ଟାଡିୟମଠାରେ ଆରମ୍ଭ ହେବ। ଖରାପ ପ୍ରଦର୍ଶନ ଦେଇ ଗତି କରୁଥିବା ଯୁବ ଉଇକେଟ୍‌କିପର ରିଷଭ ପନ୍ତଙ୍କ ସ୍ଥାନରେ ବେଙ୍ଗଲର ରିଦ୍ଧିମାନ ଶାହ ପ୍ରଥମ ମ୍ୟାଚ୍‌ରେ ଖେଳିବେ ବୋଲି ଅଧିନାୟକ ବିରାଟ କୋହଲି ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ଶାହଙ୍କୁ ଏହି ଅବସରରେ ବିଶ୍ୱର ‘ଶ୍ରେଷ୍ଠ ଉଇକେଟ୍‌କିପର’ ବୋଲି କୋହଲି ଅଭିହିତ କରିଛନ୍ତି। ୩୪ ବର୍ଷୀୟ ଶାହ ଆଘାତଜନିତ କାରଣ ଲାଗି ବହୁଦିନ ହେବ ଜାତୀୟ ଦଳରୁ ଦୂରେଇ ରହିଛନ୍ତି। ଗତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜରେ ତାଙ୍କୁ ଦଳରେ ସ୍ଥାନ ମିଳିଥିଲା। କିନ୍ତୁ ଉଭୟ ମ୍ୟାଚ୍‌ରେ ଉଇକେଟ୍‌ରକ୍ଷଣ ଦାୟିତ୍ୱ ପନ୍ତଙ୍କୁ ମିଳିବାରୁ ଶାହଙ୍କୁ ନିରାଶ ହେବାକୁ ପଡ଼ିଥିଲା।
ଶାହ ଫିଟ୍‌ ଓ ଫାଇନ୍‌ ରହିଛନ୍ତି। ଆମ ସହିତ ସେ ସିରିଜ ଆରମ୍ଭ କରିବେ। ତାଙ୍କ କିପିଂ ଦକ୍ଷତା ସମସ୍ତେ ଦେଖିଲା ଭଳି। ଯେତେବେଳେ ତାଙ୍କୁ ସୁଯୋଗ ମିଳିଛି ସେ ବ୍ୟାଟିଂରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। କିନ୍ତୁ ଦୁଃଖର ବିଷୟ ଆଘାତଜନିତ ସମସ୍ୟା ଲାଗି ସେ ଦଳରୁ ବାଦ୍‌ ପଡ଼ିଥିଲେ। ମୋ ମତରେ ସେ ବିଶ୍ୱର ଶ୍ରେଷ୍ଠ ଉଇକେଟ୍‌କିପର’ ବୋଲି କୋହଲି ପ୍ରଥମ ଟେଷ୍ଟ ପୂର୍ବରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏହା କହିଛନ୍ତି। ଶାହ ୩୨ ଟେଷ୍ଟରୁ ୩୦.୬୩ ଆଭରେଜରେ ୧୧୬୪ ରନ୍‌ ସଂଗ୍ରହ କରିଛନ୍ତି। ଶେଷଥର ପାଇଁ ସେ ୨୦୧୮ ଜାନୁୟାରୀରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଏହାପରେ ସେ କହୁଣିଜନିତ ଏବଂ ଆଙ୍ଗୁଠି ସମସ୍ୟା କାରଣରୁ ବାଦ୍‌ ପଡ଼ିଥିଲେ। ତାଙ୍କ ଅନୁପସ୍ଥିତିରେ ସୁଯୋଗ ପାଇଥିବା ଦିଲ୍ଲୀ ଉଇକେଟ୍‌କିପର ପନ୍ତ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଗୋଟିଏ ଲେଖାଏ ଶତକ ହାସଲ କରି ଚର୍ଚ୍ଚାର ପରିଧିକୁ ଆସିଥିଲେ। ଏହାପରେ ୨୧ ବର୍ଷୀୟ ପନ୍ତ ଟେଷ୍ଟ ଫର୍ମାଟ୍‌ରେ ଭାରତ ପାଇଁ ପସନ୍ଦର ଉଇକେଟ୍‌କିପର ବନି ଯାଇଥିଲେ। କିନ୍ତୁ ନିକଟ ଅତୀତରେ ପନ୍ତଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri