ପଦ୍ମବେଶ ପାଇଁ ପଦ୍ମମାଳ ଦେଉଛନ୍ତି ଚିନ୍ତାମଣି

ପୁରୀ ଅଫିସ, ୩୦ା୧: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା କରିବାକୁ କାହାର ବା ଇଚ୍ଛା ନ ଥାଏ। କିନ୍ତୁ ସମସ୍ତଙ୍କୁ ସେ ସୁଯୋଗ ମିଳି ନ ଥାଏ। ହେଲେ ଯେଉଁମାନେ ଏପରି ସୁଯୋଗ ପାଇଥାନ୍ତି ସେମାନେ ନିଜକୁ ଭାଗ୍ୟବାନ ମଣିଥାନ୍ତି। ଏମିତି ମହାପ୍ରଭୁଙ୍କ ପାଇଁ ଛୋଟ ସେବାଟିଏ କରିବାକୁ ଇଚ୍ଛା କରିଥିଲେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ୬୫ ବର୍ଷୀୟ ଚିନ୍ତାମଣି ଦାଶ। ଠାକୁରଙ୍କ ପଦ୍ମ ବେଶ ପାଇଁ ପଦ୍ମଫୁଲ ଦେବା ଲାଗି ଆଗ୍ରହ ରଖିଥିଲେ, ଯେଉଁଥିପାଇଁ କ୍ରମାଗତ ୧୦ ବର୍ଷ ହେଲା ନିଜ ସାମର୍ଥ୍ୟ ଅନୁଯାୟୀ ପଦ୍ମଫୁଲର ମାଳ ଯୋଗାଇ ଆସୁଛନ୍ତି।
ବୁଧବାର ଠାକୁରଙ୍କ ପଦ୍ମବେଶ ଲାଗି ଝୁଡ଼ିିଏ ପଦ୍ମଫୁଲ ଆଣି ପୁରୀ ଆସିଥିବା ଚିନ୍ତାମଣି କହିଛନ୍ତି, ଅଚ୍ୟୁତାନନ୍ଦଙ୍କୁ ପଦ୍ମଫୁଲ ମାଳ ଦେଇ ଆସୁଥିଲି। ଦିନେ ଘରେ ପୂଜା କରୁଥିବାବେଳେ ମହାପ୍ରଭୁଙ୍କୁ ପଦ୍ମଫୁଲ ଦେବାକୁ ମନ ହେଲା। ୨୦୧୧ ପଦ୍ମବେଶ ଦିନ ପ୍ରଥମଥର ଲାଗି ମହାପ୍ରଭୁଙ୍କ ପାଇଁ ପଦ୍ମଫୁଲ ଦେବାର ସୁଯୋଗ ପାଇଲି। ସେବେଠାରୁ ପ୍ରତିବର୍ଷ ପଦ୍ମବେଶରେ ଠାକୁରଙ୍କ ପାଇଁ ପଦ୍ମଫୁଲ ଆଣି ଦେଉଛି।
ଠାକୁରଙ୍କୁ ପଦ୍ମଫୁଲ ଯୋଗାଇଦେବା ଲାଗି ଧଉଳି ପାହାଡ଼ ନିକଟ ଆଖପାଖ ଗ୍ରାମର ୫ଟି ପୋଖରୀକୁ ଲିଜ୍‌ ସୂତ୍ରରେ ନେଇଛନ୍ତି ଚିନ୍ତାମଣି। ବର୍ଷତମାମ୍‌ ପୋଖରୀରେ ଫୁଲଚାଷ କରାଯାଏ। କିନ୍ତୁ ଶୀତଦିନେ ଫୁଲର ଅଭାବ ଏବଂ ଲୋକେ ନେଇଯାଉଥିବାରୁ ପ୍ରାୟ ୩ମାସ ପୂର୍ବରୁ ସେ ଲୋକ ରଖି ଜଗାରଖା କରିଥାନ୍ତି। ମଙ୍ଗଳବାର ଏହି ପୋଖରୀଗୁଡ଼ିକରୁ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ଫୁଲ ତୋଳା ଯାଇଥିଲା। ବୁଧବାର ସକାଳୁ ଶୁଦ୍ଧପୂତ ଭାବେ ୪୦ ଜଣ ଲୋକ ମାଳ ଗୁନ୍ଥା କାର୍ଯ୍ୟରେ ନିୟୋଜିତ ଥିଲେ। ୩୦ ଜଣ ଫୁଲଗୁଡ଼ିକୁ ଫୁଟାଇଥିବାବେଳେ ୧୦ ଜଣ କଦଳୀ ପାଟୁକାରେ ମାଳ ଗୁନ୍ଥିଥିଲେ। ଅପରାହ୍ନରେ ସହଧର୍ମିଣୀଙ୍କୁ ସାଥୀରେ ଧରି ଶ୍ରୀମନ୍ଦିରକୁ ଆସି ଫୁଲମାଳ ଦେଇଥିଲେ ଚିନ୍ତାମଣି।
ପ୍ରତିବର୍ଷ ପୁରୀ ଆସିବାବେଳେ ଚିନ୍ତାମଣି ମା’ ବାଟମଙ୍ଗଳାଙ୍କୁ ୫୪ଟି ଫୁଲରେ ଗୁନ୍ଥା ଯାଇଥିବା ମାଳ ଦିଅନ୍ତି। ସେହିପରି ଶ୍ରୀମନ୍ଦିର ପରିସରସ୍ଥ ମା’ ବିମଳା, ଭୁବନେଶ୍ୱରୀ ଓ ମହାଲକ୍ଷ୍ମୀଙ୍କ ପାଇଁ ମଧ୍ୟ ପଦ୍ମମାଳ ପ୍ରଦାନ କରିଥାନ୍ତି। ଚିନ୍ତାମଣି କହିଛନ୍ତି, ସେ ତ ଜଗତ ନିୟନ୍ତା, ତାଙ୍କୁ ବା ମୁଁ କ’ଣ ଦେଇପାରିବି। ମୋ’ ଇଚ୍ଛାରେ ଏହି ଫୁଲ ଦେଉନାହିଁ, ଯାହା ହେଉଛି ଭଗବାନଙ୍କ ଇଚ୍ଛାରେ ହିଁ ହେଉଛି। ମହାପ୍ରଭୁ ଯେତେ ଦିନ ଯାଏ ଚାହିଁଥିବେ ସେତେଦିନ ଯାଏ ଫୁଲ ଆଣି ଶ୍ରୀମନ୍ଦିରରେ ଦେଉଥିବି। ବାଟମଙ୍ଗଳାଙ୍କୁ ଫୁଲମାଳ ଦେବା ସଂକ୍ରାନ୍ତରେ କୁହନ୍ତି, ମା’ଙ୍କ କୃପା ନ ହେଲେ ମହାପ୍ରଭୁଙ୍କ ନବକଳେବର ପାଇଁ ଦାରୁ ମିଳି ନ ଥାଏ। ତେଣୁ ଠାକୁରଙ୍କ ପାଖକୁ ଯିବା ପୂର୍ବରୁ ପ୍ରଥମେ ମା’ଙ୍କୁ ଦର୍ଶନ ଏବଂ ଫୁଲମାଳ ପ୍ରଦାନ ପୂର୍ବକ ଆରାଧନା କରି ଶ୍ରୀମନ୍ଦିର ଅଭିମୁଖେ ଯାଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri