ପଥିକଙ୍କୁ ଦହି ସରବତ ବଣ୍ଟନ

ବୋଲଗଡ଼,୫ା୬(ଡି.ଏନ.ଏ.)-ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବୋଲଗଡ଼ ବ୍ଲକ ଗେଡିଆପଲ୍ଲୀଠାରେ ସ୍ଥାନୀୟ ଯୁବକମାନେ ମଙ୍ଗଳବାର ପଥିକଙ୍କୁ ଥଣ୍ଡା ଦହି ସରବତ ବଣ୍ଟନ କରିଛନ୍ତିି। ବାଘମାରୀ-କଣ୍ଟିିଲୋ ରାସ୍ତାରେ ଯାତାୟାତ କରୁଥିବା ପଥିକମାନଙ୍କୁ ଗେଡ଼ିଆପଲ୍ଲୀଠାରେ ଘୋଳଦହି ଏବଂ ଥଣ୍ଡା ପାନୀୟ ପିଇବାକୁ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସଞ୍ଜୟ କୁମାର ବଳିୟାରସିଂହ, ପ୍ରସନ୍ନ ବେହେରା, ରାଜିବଲୋଚନ ସାହୁ, ସଞ୍ଜୀବ ସେଠୀ ଓ ଦିଲୀପ ଦାଶ ପ୍ରମୁଖ ସହଯୋଗ କରିଥିଲେ। ଉକ୍ତ ଜନହିତକାରୀ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ବେଶ୍‌ ପ୍ରଶଂସା କରାଯାଇଛି।