ପଥଭ୍ରଷ୍ଟଙ୍କ ପାଇଁ ପ୍ରଶ୍ନ

ଉମାଶଙ୍କର ପ୍ରସାଦ

୧୬୧୮ଟି ଭାଷାଭାଷୀ ଜନତା ଓ ୧୧ଟି ପ୍ରମୁଖ ବିଶ୍ୱଧର୍ମକୁ ନେଇ ତଥା ଏହି ଭିନ୍ନତା ଭିତରେ ସ୍ବାଧୀନତାର ୭୫ବର୍ଷ ଭିତରେ ଆମେ ଅନ୍ତତଃ ଐକ୍ୟଭାବେ ନିଜର ଜୀବନ ନିର୍ବାହ କରିପାରିଛୁ। ମାତ୍ର ଦୁଃଖର ବିଷୟ ବର୍ତ୍ତମାନ ସମଗ୍ର ବିଶ୍ୱ ତଥା ଏ ଭାରତର ଭୂଖଣ୍ଡ ଅସରନ୍ତି, ଅମାପ, ଅସହିଷ୍ଣୁତାର ସମସ୍ୟାରେ ଥରହର। ବେଦନାସିକ୍ତ, ଯନ୍ତ୍ରଣାପ୍ରାପ୍ତ, ଅସୁରକ୍ଷିତ ଆଉ ବାଦବିବାଦରେ ବିଭେଦଗ୍ରସ୍ତ। ମନୁଷ୍ୟକୃତ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଅଞ୍ଚଳ, ଭାଷାରେ ପରିପୂର୍ଣ୍ଣ ଆମର ଏ ଦେଶ। ମାତ୍ର ଆଜି ଆର୍ଯ୍ୟ, ଅନାର୍ଯ୍ୟକୁ ନେଇ ବିଭାଜିତ। କ୍ଷୁଧା, ଅନାହାର, କୁପୋଷଣ, ପୁଷ୍ଟିକର ଖାଦ୍ୟାଭାବ କାରଣରୁ ମୃତ୍ୟୁ ଘଟୁଛି। ପ୍ରତି ୩୦ ଘଣ୍ଟାରେ ଜଣେ ଅରବପତି ସୃଷ୍ଟି ହେଉଥିବାବେଳେ ପ୍ରତି ୩୩ ଘଣ୍ଟାରେ ୧୨ ଲକ୍ଷ ଗରିବ ହେବାରେ ଲାଗିଛନ୍ତି। ନୀତି, ନୈତିକତା, ଦୟା, ଅନୁକମ୍ପା, ତ୍ୟାଗ, ସେବା ମନୋଭାବ ପ୍ରାୟ ସମସ୍ତଙ୍କ ହୃଦୟରୁ ଅପସରି ଯିବାରେ ଲାଗିଛି। ଜାତୀୟତାର ସଂଜ୍ଞା ଏବେ ବିପନ୍ନ। ଧର୍ମକୁ ନେଇ ଧର୍ମାନ୍ଧତା, ଜାତିକୁ ନେଇ ବାଚ୍ଛନ୍ଦ, ବର୍ଣ୍ଣକୁ ନେଇ ବିଭକ୍ତୀକରଣ, ଭାଷାକୁ ନେଇ ଆନ୍ଦୋଳନ। ଯୋଗ୍ୟତା ବଛାଯାଉଛି ପ୍ରିୟାପ୍ରୀତିରେ। ଆତ୍ମକୈନ୍ଦ୍ରିକ ମାନସିକତା ଯୋଗୁ ପରିବାର ଆଜି ନଷ୍ଟଭ୍ରଷ୍ଟ। ମୌଳିକତା ହରାଉଛି ଆଧ୍ୟାତ୍ମିକ ବିଜ୍ଞାନ। ବ୍ୟକ୍ତିଗତ ଚରିତ୍ର ବଦଳିଯାଉଛି ରୁଗ୍ଣ ମାନସିକତାରେ। ସ୍ବାସ୍ଥ୍ୟସେବା ପହଞ୍ଚତ୍ପାରୁନି ଅଧାରୁ ଅଧିକ ସାଧାରଣ ଜନତାଙ୍କ ପାଖରେ।
କୃଷିଜୀବୀମାନେ ଏବେ ଦାଦନ ସାଜିଲେଣି। କଷ୍ଟ ଉପାର୍ଜିତ ମନୁଷ୍ୟମାନଙ୍କ ଶ୍ରମ ଟଙ୍କାରେ ଅଣୁ ଅସ୍ତ୍ରରେ ଖର୍ଚ୍ଚ ହେଉଛି ଏହି ଅର୍ବୁଦ ପରିମାଣର ଅର୍ଥ। ଶିକ୍ଷକ ଅଧ୍ୟାପକମାନେ ଘରୋଇ ପାଠଶାଳାରେ କାର୍ଯ୍ୟରତ। ଆଜି ମଣିଷଟିଏ ହେବା ପାଇଁ ମଣିଷ ଛୁଆ ବିମୁଖ। ବିଦେଶୀ ପୁଞ୍ଜି ଲାଗୁଛି ସ୍ବଦେଶୀ ଅନୁଷ୍ଠାନରେ। ଡାକ୍ତର ଅଭାବରୁ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ। ଯନ୍ତ୍ରୀ ଆଜି ଠିକାଦାରଙ୍କ ପର୍ଯ୍ୟବେକ୍ଷକ। ଅନେକ ଜନପ୍ରତିନିଧି ଏବେ ଲକ୍ଷ୍ୟହୀନ, ଅପରାଧୀ, ଅଭିଯୁକ୍ତ, ଚରିତ୍ରହୀନ ତଥା ଲାଞ୍ଚଖୋର। ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୋଟିଏ ଯୋଜନା ମାତ୍ର ସମୟାନୁସାରେ ଗୋଟିଏ ପୂରଣ ହୁଏନା। ସାମ୍ୟବାଦ, ସମାଜବାଦ କଥା କହୁଥିବା ବ୍ୟକ୍ତି ଆଜି ଶିିଥିଳ। ଗଣମାଧ୍ୟମ ବିଶେଷଭାବରେ ସାମାଜିକ ସମସ୍ୟାକୁ ନେଇ ଆଲୋଚନା, ପର୍ଯ୍ୟାଲୋଚନା କରିବା ପାଇଁ ନିରୁତ୍ସାହିତ ଅନେକ କାରଣରୁ, ଯାହା କହିବା ପାଇଁ ଲାଜ ଲାଗୁଛି। ଗଣତନ୍ତ୍ର ଗଣଚେତନାଠୁ ଅଲଗା। ଧର୍ମର ଦ୍ୱାହି ଦେଇ ଧର୍ମାନ୍ଧ ଗୁରୁମାନେ ନିଜର ବଡ଼ପଣିଆ ଜାହିର କରିବାରେ ବ୍ୟସ୍ତ। ଯେଉଁ ଯୁଦ୍ଧ କାଳକାଳକୁ ଶୁଭଙ୍କରୀ ନୁହେଁ ଆଜି ସେ ଯୁଦ୍ଧ ଘଟିଚାଲିଛି ନିଜର କ୍ଷମତା, ପ୍ରଭୁତ୍ୱ ଓ ବିସ୍ତାର ପ୍ରକ୍ରିୟାକୁ ନେଇ। ସବୁଦେଶ ନିଜର ସୁରକ୍ଷା ତଥା ପତିଆରା ପାଇଁ ଗୋଳାବାରୁଦ, କମାଣ, ଅଣୁ, ପରମାଣୁ ବୋମା ଏବଂ ଆହୁରି ଅଧିକ ଶକ୍ତିଶାଳୀ ଅସ୍ତ୍ର ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଏଥିପାଇଁ କିଏ ଦାୟୀ? ଏ ପ୍ରଶ୍ନ ଉପରେ କେହି କେବେ ଆଲୋଚନା କରୁନାହାନ୍ତି। ଆଜିର ଆଣବିକ ଯୁଗରେ ନିରସ୍ତ୍ରୀକରଣ ଏକାନ୍ତ କାମ୍ୟ। ଏଥିପାଇଁ କୌଣସି ପ୍ରକାର ଦ୍ୱନ୍ଦ୍ୱ ସୃଷ୍ଟି ହେବା ଅର୍ଥ ମାନବଜାତିର ଧ୍ୱଂସକୁ ନିମନ୍ତ୍ରଣ କରିବା।
ସଭ୍ୟତାର ବିକାଶ ପୂର୍ବରୁ ଆଦିମାନବ ଯୁଦ୍ଧ କରୁଥିଲା ନିଜର ଖାଦ୍ୟ ପାଇଁ ମାତ୍ର ଆଜିର ବିକାଶଶୀଳ ସଭ୍ୟତାରେ ମଣିଷ ଯୁଦ୍ଧ କରୁଛି ସଭ୍ୟତା ତଥା ତା’ର କ୍ଷମତାର ବିସ୍ତାରପାଇଁ। ”ଧର୍ମଂ ଶରଣଂ ଗଚ୍ଛାମି, ସଂଘମ୍‌ ଶରଣଂ ଗଚ୍ଛାମି“ ଆଜି ମୂଲ୍ୟହୀନ। ତେବେ ସମାଜରେ କାହିଁକି ଏତେ ମତଭେଦ? ଗୋଟିଏ ଦୃଷ୍ଟି ହେଉଛି ମଣିଷପଣିଆ। ଏହା ସର୍ବଗ୍ରନ୍ଥର ମାନ୍ୟତା, ମହାନତା। ଏହା ଯଦି ସର୍ବମୟ କର୍ତ୍ତାଙ୍କ ବାଣୀ, ସବୁ ଧର୍ମର ମର୍ମ, ସବୁ ଶାସ୍ତ୍ରର ସମ୍ମତ ତେବେ ଏତେ ବୈଷମ୍ୟ କାହିଁକି? ସମାଜରେ କିଏ ସୃଷ୍ଟି କରୁଛି ଏ ଅରାଜକତା? ଏ ସମସ୍ୟାର କ’ଣ ସମାଧାନ ନାହିଁ? ଆଜି ପ୍ରତ୍ୟେକ ମାନବଜାତି କୁହନ୍ତୁ ମଣିଷକୁ ତା’ର ବାୟୁରେ ଅମ୍ଳଜାନ ଦରକାର ନା କୁବେର ସମ୍ପତ୍ତି ଦରକାର? ସ୍ବାଧୀନ ଚେତନାରେ ରହିବା ଦରକାର ନା ମାଗିଖିଆ ହୋଇ ପର ଅଧୀନରେ ରହିବା ଦରକାର? ପୃଥିବୀକୁ ବଦଳାଇ ଦିଆଯାଉ ମାନବ ଧର୍ମରେ। ଗୋଟିଏ ଭାଷା ହେଉ ”ବସୁଧୈବ କୁଟୁମ୍ବକମ୍‌“। ମଣିଷକୁ ମଣିଷ ପରି ଗଢ଼ିବା ଲାଗି ପ୍ରକୃତ ମଣିଷ ତିଆରି କାରଖାନାର ସୃଷ୍ଟି ହେଉ। ପ୍ରତ୍ୟେକ ପ୍ରତ୍ୟେକଙ୍କ ଦୁଃଖ ଯନ୍ତ୍ରଣାକୁ ବାଣ୍ଟିନେଇ ସମାଜ ପାଇଁ କାମ କଲେ ହସିଉଠିବ ଏ ସମାଜ, ହସିଉଠିବ ଭାରତ ତଥା ବିଶ୍ୱ।
ଖୋର୍ଦ୍ଧା, ମୋ-୬୩୭୦୬୭୫୫୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri