ପଠନ ଅଭ୍ୟାସ ମଣିଷକୁ ସାକାରାତ୍ମକ କରେ

ସୋନପୁର,୨୪।୧(ନି.ପ୍ର.)
ସୋନପୁର ରୟାଲ ପଡିଆଠାରେ ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ଚତୁର୍ଥ ସୁବର୍ଣ୍ଣପୁର ଜିଲା ପୁସ୍ତକ ଓ ସାହିତ୍ୟ ଉତ୍ସବ ଇଙ୍କ୍‌ଫେଷ୍ଟ-୨୦୨୦ ଗୁରୁବାର ରାତିରେ ଉଦ୍‌ଯାପିତ ହୋଇଯାଇଛି। ସନ୍ଧ୍ୟାରେ ଅନୁଷ୍ଠିତ ସାରସ୍ବତ ସଭାରେ ଜିଲାପାଳ ମୋନିଷା ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ତାଙ୍କ ବକ୍ତବ୍ୟରେ ଡିଜିଟାଲ ଯୁଗରେ ମଧ୍ୟ ପୁସ୍ତକର ଗୁରୁତ୍ୱ ରହିଛି। ତେଣୁ ପୁସ୍ତକକୁ ଭଲ ପାଇବା ସହ ଛାତ୍ରୀଛାତ୍ରଙ୍କ ନିକଟରେ ପଠନ ଅଭ୍ୟାସ ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ପୁସ୍ତକ ପଠନ ମଣିଷକୁ ସାକାରାତ୍ମକ କରେ। ବୌଦ୍ଧିକ ଜ୍ଞାନର ବିକାଶ ଘଟେ। ସମ୍ମାନିତ ଅତିଥି ଭାବେ ଏସ୍‌ପି ଦେବୀପ୍ରସାଦ ଦାଶ ଯୋଗଦାନ କରି ଅଭିଭାବକମାନେ ପିଲାମାନଙ୍କର ପୁସ୍ତକ ପଢିବାର ଆଗ୍ରହ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ। କାରଣ ପୁସ୍ତକ ସହିତ ଘନିଷ୍ଠତା ବଢାଇଲେ ଚରିତ୍ର ଗଠନ ସହିତ ପିଲା ସଂସ୍କାରିତ ହୋଇଥାଏ । ଅନ୍ୟତମ ସମ୍ମାନିତ ଅତିଥିଭାବେ ବୌଦ୍ଧ ପିଡି ଡିଆରଡିଏ ସୂର୍ଯ୍ୟନାରାୟଣ ଦାଶ କହିଥିଲେ ପୁସ୍ତକ ପଠନ ପୂର୍ବକ ଜ୍ଞାନ ଆହରଣ ମଣିଷକୁ ଦାର୍ଶନିକ ଭଳି ଗଢି ତୋଳିଥାଏ। ପାଠକ ଲେଖକ ଓ ଗାଳ୍ପିକଙ୍କ ପାଇଁ ଉତ୍ସାହର କେନ୍ଦ୍ରବିନ୍ଦୁ ବୋଲି କହିଥିଲେ। ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଦ୍ୱାରିକାନାଥ ନାୟକ ଓ ଡ. ପଞ୍ଚାନନ ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ ସାହିତ୍ୟ ଆମ ଦେଶ ଓ ଜାତିର ପରିଚୟ ସଦୃଶ । ପୁସ୍ତକ ପଢାରେ ଯେଉଁ ଆନନ୍ଦ ମିଳେ ଫେସବୁକ୍‌ ପଢାରେ ସେ ଆନନ୍ଦ ନାହିଁ ବୋଲି ମତ ଦେଇଥିଲେ । ସାହିତ୍ୟ, ସ୍ରଷ୍ଟା ଓ ପାଠକର ସ୍ବରୂପ ନିର୍ଦ୍ଧାରଣ କରି ସ୍ରଷ୍ଟା ଓ ପାଠକର ସମ୍ପର୍କକୁ ଗୁରୁତ୍ୱ ଦେବାକୁ କହିଥିଲେ । ପୁସ୍ତକ ଆଗାମୀ ଭବିଷ୍ୟତକୁ ଦିଗ୍‌ଦର୍ଶନ ଦେଇଥାଏ । ଏହି ଅବସରରେ ଡ. ନାୟକ ଓ ଡ. ମିଶ୍ର କବି ଓ ଦାର୍ଶନିକ ମାନଙ୍କର ଉଦାହରଣ ଦେଇଥିଲେ । ଇଙ୍କ୍‌ପେଷ୍ଟର ଉଦ୍‌ଯାପନୀ ସଭାରେ ଉପସଭାପତି ଗତିକୃଷ୍ଣ ମିଶ୍ର ସଭାରେ ଅଧ୍ୟକ୍ଷତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

ମଦ ବିକ୍ରି ବନ୍ଦ ଦାବିରେ ଏକଜୁଟ ହେଲେ ମହିଳା, ଅବକାରୀ ବିଭାଗର ସହଯୋଗ ଲୋଡ଼ିଲେ

ଅମରପାଲି,୨୯।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତ ଅନ୍ତର୍ଗତ ଗୁଦଗୁଦା ଗ୍ରାମରେ ମଦ ବିକ୍ରି ବନ୍ଦ ଦାବିରେ ମହିଳାମାନେ ଏକଜୁଟ ହୋଇଛନ୍ତି । ଏନେଇ…

ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?