ନୂଆଦିଲ୍ଲୀ, ୨୪।୧୧: ପଞ୍ଜାବ ବିଧାନସଭା ନିର୍ବାଚନନରେ ଭାଜପା ଓ ଶିରୋମଣି ଅକାଳୀ ଦଳ (SAD) ମେଣ୍ଟ କରି ନିର୍ବାଚନ ଲଢ଼ିବେ। ମେଣ୍ଟ ନେଇ ନିଜେ ଭାଜପା ଅଧ୍ୟକ୍ଷ ନୀତିନ ନବୀନ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂ ବାଦଲ ମିଳିତ ପ୍ରେସ କନ୍ଫରେନ୍ସରେ ଘୋଷଣା କରିଛନ୍ତି।
ଅକାଳୀ ଦଳ ଓ ଭାଜପା ଦୀର୍ଘ ସମୟ ଧରି ପରସ୍ପରର ସହଯୋଗୀ ରହିବା ସହ ମିଳିତ ଭାବେ ସରକାର ମଧ୍ୟ ଗଠନ କରିଥିଲେ। କିନ୍ତୁ କୃଷକ ଆନ୍ଦୋଳନ ସମୟରେ ୨୦୨୦ ସେପ୍ଟେମ୍ବରରେ ଅକାଳୀ ଦଳ ଭାଜପା ସହ ମେଣ୍ଟ ଭାଙ୍ଗିଥିଲା। ଏବେ ପ୍ରାୟ ୬ ବର୍ଷ ପରେ ଉଭୟ ଦଳ ପୁଣି ଏକାଠି ହେବାକୁ ଘୋଷଣା କରିଛନ୍ତି। ୨୦୨୭ ଆରମ୍ଭରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ଉଭୟ ଦଳ ମେଣ୍ଟ କରି ଲଢ଼ିବେ।
୧୯୯୭, ୨୦୦୨, ୨୦୦୭, ୨୦୧୨ ଓ ୨୦୧୭ରେ ଭାଜପା ଏବଂ ଅକାଳୀ ଦଳ ମିଳିତ ଭାବେ ନିର୍ବାଚନ ଲଢ଼ିଥିଲେ। ଏଥିମଧ୍ୟରୁ ୧୯୯୭, ୨୦୦୭ ଓ ୨୦୧୨ରେ ମେଣ୍ଟ ସରକାର ଗଠନ କରିଥିଲା।
୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ଭାଜପା ଓ ଅକାଳୀ ଦଳ ଅଲଗା ଅଲଗା ଭାବେ ନିର୍ବାଚନ ଲଢ଼ିଥିଲେ। ସେତେବେଳେ ଭାଜପାକୁ ୬.୬ ପ୍ରତିଶତ ଏବଂ ଅକାଳୀ ଦଳକୁ ୧୮ ପ୍ରତିଶତ ଭୋଟ ମିଳିଥିଲା। ଅନ୍ୟପକ୍ଷରେ ଆମ ଆଦମୀ ପାର୍ଟି (AAP)କୁ ୪୨ ପ୍ରତିଶତ ଏବଂ କଂଗ୍ରେସକୁ ୨୩ ପ୍ରତିଶତ ଭୋଟ ମିଳିଥିଲା।
Dharitri – Odisha’s No.1 Odia Daily

