Posted inଗଜପତି

ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଦାବିରେ ଧାରଣା

ମୋହନା,୧୬ା୧୧(ଡି.ଏନ୍‌.ଏ.) -ଗଜପତି ମୋହନା ବ୍ଲକ ଚୁଡୁଙ୍ଗପୁର ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଶୁକ୍ରବାର ପୂର୍ବାହ୍ନରେ ବିଭିନ୍ନ ଯୋଜନାରେ ଭତ୍ତା ପାଉଥିବା ପ୍ରାୟ ୪୦୦ରୁ ଉର୍ଦ୍ଧ୍ୱ ହିତାଧିକାରୀ ଧାରଣା ଦେଇଥିଲେ। ଦିବ୍ୟାଙ୍ଗ, ବିଧବା, ବାର୍ଦ୍ଧକ୍ୟ ଏବଂ ଅନ୍ୟାନ୍ୟ ମହିଳା ଓ ପୁରୁଷ ହିତାଧିକାରୀମାନଙ୍କ ଭତ୍ତା ବ୍ୟାଙ୍କ ଖାତାରେ ଜମା ହେଉଥିବା ଜାଣି ସେମାନେ ଏହାକୁ
କରଛନ୍ତି। ସିଆଳିଲଟି, ଝରଣପୁର, ପାଲକୁଆ, ବେସରୀଗୁଡା, ଗୁମିଗୁଡା, ଚୁଡୁଙ୍ଗପୁର, ବଦାକୁଆ ଗ୍ରାମର ଏହି ହିତାଧିକାରୀମାନେ ଧାରଣା ଦେବା ସହ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଦରଖାସ୍ତ ସରପଞ୍ଚଙ୍କ ଅନୁପସ୍ଥିତିରେ ଗ୍ରାମ୍ୟ ରୋଜଗାର ସେବକ ମନୋଜ କୁମାର ପରିଡାଙ୍କୁ ପ୍ରଦାନ କରିଛନ୍ତି। ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରେ ପିଇଓଙ୍କ ମାଧ୍ୟମରେ ଭତ୍ତା ମିଳୁଥିଲା। ଏବେ ବ୍ୟାଙ୍କରେ ଭତ୍ତା ଟଙ୍କା ଜମା ହେଲେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। କାରଣ ଉପରୋକ୍ତ ଗ୍ରାମ ପାଖାପାଖି ବ୍ୟାଙ୍କ ନାହିଁ। ବ୍ୟାଙ୍କ ସେବା ପାଇଁ ଚନ୍ଦ୍ରଗିରି, ମୋହନା, ଚାନ୍ଦିପୁଟ ଯିବାକୁ ପଡିଥାଏ। ଯାହାକି ଗ୍ରାମଠାରୁ ୪୦ରୁ ୫୦ କି.ମି ଦୂର ା ଏହାଦ୍ୱାରା ସମୟ ନଷ୍ଟ ସହିତ ଖର୍ଚ୍ଚାନ୍ତ ହେବା ସମ୍ଭାବନା ରହିଛି ା ତେଣୁ ପୂର୍ବଭଳି ପଞ୍ଚାୟତରେ ଭତ୍ତା ଦେବା ପାଇଁ ଆଦିବାସୀ ନେତା ଆର୍ସିଗ ଗମାଙ୍ଗ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ହାଇକୋର୍ଟରେ ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ, ହୋଇପାରନ୍ତି ଗିରଫ

କଟକ,୯ା୯(ପ୍ରଭୁକଲ୍ୟାଣ ପାଲ୍‌): ଗଜପତି ଜିଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡାଙ୍କ ପାଇଁ ଆଇନଗତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ୩୭୫ କେଜି ଜବତ କଲା ଅଡବା ପୋଲିସ

ମୋହନା,୮।୯( ମନ୍ମଥ ମିଶ୍ର ): ଅଡବା ପୋଲିସକୁ ପୁଣି ସଫଳତା ମିଳିଛି । ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଅଡବା ପୋଲିସର ପାଟ୍ରୋଲିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri