Posted inଖେଳ

ପଞ୍ଚାଲ, ଈଶ୍ୱରନଙ୍କ ଶତକ: ଭାରତ ଏ’-୩୭୬/୧

ବେଲାଗାଭି, ୨୬ା୫ (ପି.ଟି.)- ଶ୍ରୀଲଙ୍କା ଏ’ ବିପକ୍ଷ ପ୍ରଥମ ଅନ୍‌ଅଫସିଆଲ ଟେଷ୍ଟ ମ୍ୟାଚରେ ଓପନର ପ୍ରିୟାଙ୍କ ପଞ୍ଚାଲ ଏବଂ ଅଭିମନ୍ୟୁ ଈଶ୍ୱରନଙ୍କ ଶତକ ସହାୟତାରେ ଭାରତ ଶନିବାର ଖେଳ ଶେଷ ସୁଦ୍ଧା ୧ଉଇକେଟ ବିନିମୟରେ ୩୭୬ ରନ କରିଛି। ପ୍ରଥମ ଦିବସ ଖେଳ ଷ୍ଟମ୍ପ୍ସ ଅପସାରଣ ବେଳକୁ ଈଶ୍ୱରନ ୨୫୦ ବଲ୍‌ରୁ ୧୭ ଚୌକା ସହ ୧୮୯ ରନ ଏବଂ ଜୟନ୍ତ ଯାଦବ ୬ ରନ କରି ଅପରାଜିତ ରହିଥିଲେ। ପଞ୍ଚାଲ (୨୬୧ ବଲ୍‌ରୁ ୧୬୦ ରନ) ଏବଂ ଈଶ୍ୱରନ ଓପନିଂ ଉଇକେଟ ପାର୍ଟନରଶିପ୍‌ରେ ୩୫୨ ରନ ଯୋଗ କରିଥିଲେ। ବେଲାଗାଭି ହେଉଛି ପଞ୍ଚାଲଙ୍କ ହାପି ହଣ୍ଟିଂ ଗ୍ରାଉଣ୍ଡ। ଏଠାରେ ସେ ତାଙ୍କର ଦ୍ୱିତୀୟ ଶତକ ହାସଲ କରିପାରିଛନ୍ତି। ୨୦୧୬ ଡିସେମ୍ବରରେ ତାମିଲନାଡୁ ବିପକ୍ଷ ରଣଜୀ ମ୍ୟାଚରେ ସେ ୧୧୩ ରନ କରିଥିଲେ। ଏକ ରଣ୍‌ଜୀ ସିଜନରେ ୧୦୦୦ ରନ ସଂଗ୍ରହ କରିବାରେ ପଞ୍ଚାଲ ହେଉଛନ୍ତି ଗୁଜରାଟର ପ୍ରଥମ ବ୍ୟାଟ୍ସମ୍ୟାନ। ପଞ୍ଚାଲ ତାଙ୍କ ୨୬୧ ବଲ୍‌ର ଆକର୍ଷଣୀୟ ଇନିଂସରେ ୨ ଛକା ଏବଂ ୯ ଚୌକା ଲଗାଇଥିଲେ। ଭାରତ ଏ’ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ପରେ ପଞ୍ଚାଲ ଓ ଈଶ୍ୱରନ ମଧ୍ୟାହ୍ନଭୋଜନ ସୁଦ୍ଧା ବିନା କୌଣସି ଉଇକେଟରେ ୧୧୩ ରନ ଯୋଗ କରିଥିଲେ। ମଧ୍ୟାହ୍ନଭୋଜନର ପରବର୍ତ୍ତୀ ସେସନରେ ଉଭୟ ଓପନର ସେମାନଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିବା ସହ କୌଣସି ଉଇକେଟ ନ ହରାଇ ଆହୁରି ୧୨୫ ରନ ଯୋଗ କରିଥିଲେ। ଚା’ ପାନ ବିରତି ବେଳକୁ ଉଭୟ ପଞ୍ଚାଲ ଓ ଈଶ୍ୱରନ ଶତକ ହାସଲ କରି ସାରିଥିଲେ ଏବଂ ଯଥାକ୍ରମେ ୧୦୧ ଓ ୧୨୫ ରନ କରି ଅପରାଜିତ ରହିଥିଲେ। ଏହି ଓପନର ଦ୍ୱୟଙ୍କ ଉପରେ ପ୍ରଭାବ ଜାହିର କରିବାରେ ଶ୍ରୀଲଙ୍କା ବୋଲରମାନେ ବିଫଳ ହୋଇଥିଲେ। ତେବେ ପଞ୍ଚାଲ ବିଶ୍ୱ ଫର୍ନାଣ୍ଡୋଙ୍କ ଦ୍ୱାରା ନିରୋଶାନ ଡିକ୍‌ଓ୍ବେଲାଙ୍କ ଦ୍ୱାରା କ୍ୟାଚ ଆଉଟ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

ଟିମ ଇଣ୍ଡିଆରେ ବଡ଼ ଓଲଟପାଲଟ: ରୋହିତଙ୍କୁ ଦଳରୁ ବାହାର କଲା BCCI, କ୍ରିକେଟ ଜଗତରେ ହଇଚଇ

ମୁମ୍ବାଇ,୮।୯: ବୟସ ସମ୍ପର୍କିତ ଅନିୟମିତତା ଅଭିଯୋଗରେ ଭାରତୀୟ ଅଣ୍ଡର-୧୯ ଦଳରୁ ବାଦ୍‌ ପଡ଼ିଛନ୍ତି ରୋହିତ ଯାଦବ। ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ହେବାକୁ ଥିବା ଦିନିକିଆ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri