Posted inଖେଳ

ନ୍ୟୁଜିଲାଣ୍ଡ ଦଳର ପ୍ରତ୍ୟାବର୍ତ୍ତନ ସମାରୋହ ଘୁଞ୍ଚିଲା

ଓ୍ବେଲିଂଟନ,୧୭।୭(ପି.ଟି.)- ଆଇସିସି ବିଶ୍ୱକପ୍‌ରେ ରନର୍ସଅପ୍‌ ବିବେଚିତ ହୋଇଥିବା ନ୍ୟୁଜିଲାଣ୍ଡ ଦଳର ପ୍ରତ୍ୟାବର୍ତ୍ତନ ସମାରୋହକୁ ଘୁଞ୍ଚାଇ ଦିଆଯାଇଛି। ଦଳର ସଦସ୍ୟମାନେ ଅଲଗା ଅଲଗା ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବାରୁ ବର୍ତ୍ତମାନ ଏହି ସମାରୋହ ଆୟୋଜନକୁ ଘୁଞ୍ଚାଇ ଦିଆଯାଇଛି ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ତରଫରୁ କୁହାଯାଇଛି। ଫାଇନାଲରେ ସମାନ ସ୍କୋର ଯୋଗୁ ମ୍ୟାଚ ଟାଇ ହୋଇଥିଲା। ଫଳରେ ସୁପର ଓଭରର ସହାୟତା ନିଆଯାଇଥିଲା। ଏଥିରେ ମଧ୍ୟ ସମାନ ସ୍କୋର କରି ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଟାଇ ରଖିଥିଲା। ତେବେ ଅପେକ୍ଷାକୃତ ଅଧିକ ବାଉଣ୍ଡରି ମାରିଥିବାରୁ ଇଂଲଣ୍ଡ ବିଜୟୀ ଘୋଷିତ ହୋଇଥିଲା। ଫଳରେ ଇଂଲଣ୍ଡ ଚାମ୍ପିୟନ ହୋଇ ଇତିହାସ ସୃଷ୍ଟି କରିଥିଲା। ଫାଇନାଲ ମୁକାବିଲାରେ ଇଂଲଣ୍ଡ ୨୨ଟି ଚୌକା ଓ ଦୁଇ ଛକା ମାରିଥିଲା। ଅନ୍ୟପଟେ ନ୍ୟୁଜିଲାଣ୍ଡ ୧୭ଟି ବାଉଣ୍ଡରି ମାରିଥିଲା।
ସମାରୋହ ଆୟୋଜନ ସଂକ୍ରାନ୍ତରେ ଦେଶର କ୍ରୀଡ଼ାମନ୍ତ୍ରୀ ଗ୍ରାଣ୍ଟ ରବର୍ଟସନଙ୍କ ସହ ଆଲୋଚନା ଓ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡେରନଙ୍କୁ ମଧ୍ୟ ଏନେଇ ଅବଗତ କରିଛୁ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ ହ୍ବାଇଟ୍‌ କହିଛନ୍ତି। ଖେଳାଳିମାନେ ଭିନ୍ନ ସମୟ ତଥା ବିମାନରେ ଘରକୁ ଫେରୁଛନ୍ତି। ଏପରିକି କେତେଜଣ କ୍ରିକେଟର ଏପର୍ଯ୍ୟନ୍ତ ଘରକୁ ଫେରିନାହାନ୍ତି। ଆଉ କେତେକେ ଅନ୍ୟାନ୍ୟ ଚୁକ୍ତି ଅନୁସାରେ ଖେଳିବାର କାର୍ଯ୍ୟକ୍ରମ ରଖିଛନ୍ତି। ତେଣୁ ଏପରିସ୍ଥଳେ ପ୍ରତ୍ୟାବର୍ତ୍ତନ ସମାରୋହ ଆୟୋଜନ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ସାରା ବିଶ୍ୱକପ୍‌ ଓ ଖାସ୍‌ କରି ଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିଥିବା କାରଣରୁ ନ୍ୟୁଜିଲାଣ୍ଡ ଜନସାଧାରଣ ଏହି ସମାରୋହ ଆୟୋଜନ କରିବାକୁ ଉତ୍ସୁକ ରହିଛନ୍ତି। ଆମେ ମଧ୍ୟ ପ୍ରଶଂସକଙ୍କ ଇଚ୍ଛାକୁ ସମ୍ମାନ ଦେବାକୁ ଚାହୁଁଛୁ ବୋଲି ହ୍ବାଇଟ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri