Posted inଖେଳ

ନ୍ୟୁଜିଲାଣ୍ଡ ଦଳର ପ୍ରତ୍ୟାବର୍ତ୍ତନ ସମାରୋହ ଘୁଞ୍ଚିଲା

ଓ୍ବେଲିଂଟନ,୧୭।୭(ପି.ଟି.)- ଆଇସିସି ବିଶ୍ୱକପ୍‌ରେ ରନର୍ସଅପ୍‌ ବିବେଚିତ ହୋଇଥିବା ନ୍ୟୁଜିଲାଣ୍ଡ ଦଳର ପ୍ରତ୍ୟାବର୍ତ୍ତନ ସମାରୋହକୁ ଘୁଞ୍ଚାଇ ଦିଆଯାଇଛି। ଦଳର ସଦସ୍ୟମାନେ ଅଲଗା ଅଲଗା ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବାରୁ ବର୍ତ୍ତମାନ ଏହି ସମାରୋହ ଆୟୋଜନକୁ ଘୁଞ୍ଚାଇ ଦିଆଯାଇଛି ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ତରଫରୁ କୁହାଯାଇଛି। ଫାଇନାଲରେ ସମାନ ସ୍କୋର ଯୋଗୁ ମ୍ୟାଚ ଟାଇ ହୋଇଥିଲା। ଫଳରେ ସୁପର ଓଭରର ସହାୟତା ନିଆଯାଇଥିଲା। ଏଥିରେ ମଧ୍ୟ ସମାନ ସ୍କୋର କରି ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଟାଇ ରଖିଥିଲା। ତେବେ ଅପେକ୍ଷାକୃତ ଅଧିକ ବାଉଣ୍ଡରି ମାରିଥିବାରୁ ଇଂଲଣ୍ଡ ବିଜୟୀ ଘୋଷିତ ହୋଇଥିଲା। ଫଳରେ ଇଂଲଣ୍ଡ ଚାମ୍ପିୟନ ହୋଇ ଇତିହାସ ସୃଷ୍ଟି କରିଥିଲା। ଫାଇନାଲ ମୁକାବିଲାରେ ଇଂଲଣ୍ଡ ୨୨ଟି ଚୌକା ଓ ଦୁଇ ଛକା ମାରିଥିଲା। ଅନ୍ୟପଟେ ନ୍ୟୁଜିଲାଣ୍ଡ ୧୭ଟି ବାଉଣ୍ଡରି ମାରିଥିଲା।
ସମାରୋହ ଆୟୋଜନ ସଂକ୍ରାନ୍ତରେ ଦେଶର କ୍ରୀଡ଼ାମନ୍ତ୍ରୀ ଗ୍ରାଣ୍ଟ ରବର୍ଟସନଙ୍କ ସହ ଆଲୋଚନା ଓ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡେରନଙ୍କୁ ମଧ୍ୟ ଏନେଇ ଅବଗତ କରିଛୁ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ ହ୍ବାଇଟ୍‌ କହିଛନ୍ତି। ଖେଳାଳିମାନେ ଭିନ୍ନ ସମୟ ତଥା ବିମାନରେ ଘରକୁ ଫେରୁଛନ୍ତି। ଏପରିକି କେତେଜଣ କ୍ରିକେଟର ଏପର୍ଯ୍ୟନ୍ତ ଘରକୁ ଫେରିନାହାନ୍ତି। ଆଉ କେତେକେ ଅନ୍ୟାନ୍ୟ ଚୁକ୍ତି ଅନୁସାରେ ଖେଳିବାର କାର୍ଯ୍ୟକ୍ରମ ରଖିଛନ୍ତି। ତେଣୁ ଏପରିସ୍ଥଳେ ପ୍ରତ୍ୟାବର୍ତ୍ତନ ସମାରୋହ ଆୟୋଜନ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ସାରା ବିଶ୍ୱକପ୍‌ ଓ ଖାସ୍‌ କରି ଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିଥିବା କାରଣରୁ ନ୍ୟୁଜିଲାଣ୍ଡ ଜନସାଧାରଣ ଏହି ସମାରୋହ ଆୟୋଜନ କରିବାକୁ ଉତ୍ସୁକ ରହିଛନ୍ତି। ଆମେ ମଧ୍ୟ ପ୍ରଶଂସକଙ୍କ ଇଚ୍ଛାକୁ ସମ୍ମାନ ଦେବାକୁ ଚାହୁଁଛୁ ବୋଲି ହ୍ବାଇଟ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

ପୁଣି ପ୍ରେମରେ ଉବୁଟୁବୁ ମଲାଇକା? ରୋମ୍‌ରୁ ଭାଇରାଲ ହେଲା ଡାଇମଣ୍ଡ ମର୍ଚ୍ଚାଣ୍ଟଙ୍କ ସହ ରୋମାଣ୍ଟିକ୍‌ ଫଟୋ

ମୁମ୍ବାଇ: ବଲିଉଡର ଫିଟନେସ୍‌ କୁଇନ୍‌ ତଥା ଖ୍ୟାତନାମା ଆଇଟମ୍‌ ଗର୍ଲ ମଲାଇକା ଅରୋରା ପୁଣିଥରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଅଭିନେତା ଅର୍ଜୁନ କପୁରଙ୍କ ସହ…

ଦେଖନ୍ତୁ ଛତିଥରା ଭିଡିଓ, ରାସ୍ତାରେ ଲୁଚିଥିଲା ମୃତ୍ୟୁ! କେହିକିଛି ବୁଝିବା ପୂର୍ବରୁ…

ସାଣ୍ଟିଆଗୋ,୨୧।୨: ଚିଲିର ରାଜଧାନୀ ସାଣ୍ଟିଆଗୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ…

‘AI ଆସିଲେବି ମଣିଷର ସ୍ଥାନ ନେଇପାରିବନି ମେଶିନ’, ସିସ୍କୋ ଅଧିକାରୀ କହିଲେ କେମିତି ପରିବର୍ତ୍ତନ ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୧।୨: କର୍ପୋରେଟ ଜଗତ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ମେଶିନଗୁଡ଼ିକ ମଣିଷକୁ ବଦଳାଇବେ ବୋଲି ବଢୁଥିବା ଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri